AFFILIATE MARKETING

https://binomo.com?a=90810425bb57&t=0

Friday, October 6, 2023

ବିଦ୍ୟାଳୟକୁ ଯିବାକୁ ନାହିଁ ରାସ୍ତା

COASTAL NEWS ODIA 1039


ବିଦ୍ୟାଳୟକୁ ଯିବାକୁ ନାହିଁ ରାସ୍ତା 



ଅସ୍ତରଙ୍ଗ - ଭଞ୍ଜ ବିହାରୀ ମହାନ୍ତି - ଧାନ କ୍ଷେତ ମଝିରେ ଦୀର୍ଘ ୪୩ ବର୍ଷ ଧରି ମୁଣ୍ଡଟେକି ଠିଆ ହୋଇଛି ଛେନୁଅଁ ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟକୁ ଯିବାକୁ ନାହିଁ ରାସ୍ତା । ଧାନକ୍ଷେତର ହିଡ଼ ରେ ପାଣି କାଦୁଅ ଭିତରେ ପଶି ସ୍କୁଲ ଯାଉଛନ୍ତି ଛାତ୍ର ଛାତ୍ରୀ ଆଉ ଶିକ୍ଷକ ।

୧୯୬୦ରେ ନିର୍ମାଣ କରାଯାଇଥିବା ବିଦ୍ୟାଳୟ ୪୩ ବର୍ଷରେ ପଦାର୍ପଣ କରିଛି । ହେଲେ ଏଯାଏଁ ସ୍କୁଲକୁ ସ୍ଥାୟୀ ରାସ୍ତାଟିଏ ନାହିଁ । ସ୍କୁଲକୁ ଯିବା ପାଇଁ ଧାନ ବିଲ ହିଡ଼ ମାଧ୍ୟମ ସାଜିଛି । ହିଡ଼ ରାସ୍ତାରେ କୁନି କୁନି ଛାତ୍ର ଛାତ୍ରୀଙ୍କ ସହ ଶିକ୍ଷକମାନେ ଯିବା ଆସିବା କରୁଛନ୍ତି । ଏ ସମସ୍ୟା କେଉଁ ଅପହଞ୍ଚ ଆଦିବାସୀ ଅଧ୍ୟୁଶୀତ ଅଞ୍ଚଳର ନୁହେଁ ,ଏହା ଉପକୂଳ ଓଡ଼ିଶା ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକର ଛେନୁଅଁ ପ୍ରାଥମିକ ବିଦ୍ୟାଳୟର ।

ଛେନୁଅଁ ପ୍ରାଥମିକ ବିଦ୍ୟାଳୟ ଚାରିପଟେ ରହିଛି ଧାନ ବିଲ । ସାମ୍ନାରେ ୨ଶହ ମିଟର ଦୂରରେ ସମୁଦ୍ର ରହିଥିବା ବେଳେ ପଛପଟେ ପ୍ରାୟ ଦେଢ ଶହ ମିଟର ବିଲ ହିଡ ଦେଇ ଗଲେ ପଡେ ପକା ରାସ୍ତା । ବିଲ ହିଡ ଦେଇ ପ୍ରତିଦିନ ବିଦ୍ୟାଳୟକୁ ଯାଉଛନ୍ତି ପ୍ରଥମରୁ ପଂଚମ ଯାଏଁ ୩୫ ଜଣ ପିଲା । ୨ ଜଣ ଶିକ୍ଷକ ସେମାନଙ୍କୁ ପଢାଇବାକୁ ଅଛନ୍ତି । ହେଲେ ୪୩ ବର୍ଷର ଏହି ବିଦ୍ୟାଳୟରେ ଅନେକ ସମସ୍ୟା ରହିଛି । ଏହାର ସମାଧାନ ପାଇଁ ଦାବି ହୋଇଛି ।

ରାଜ୍ୟ ସରକାର ଏହି ବିଦ୍ୟାଳୟକୁ ଗୋଟିଏ ସୁବେବସ୍ଥିତ ରାସ୍ତା ନିର୍ମାଣ କରିବା ସହିତ ଶୁଦ୍ଧ ପାନୀୟଜଳର ବ୍ୟବସ୍ଥା କରିବା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନିବେଦନ କରିଛନ୍ତି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...