AFFILIATE MARKETING

https://binomo.com?a=90810425bb57&t=0

Friday, October 6, 2023

ପାକିସ୍ତାନର ସବୁଠୁ ବଡ଼ ପରମାଣୁ ପ୍ଲାଣ୍ଟ ନିକଟରେ ଭୟଙ୍କର ବିସ୍ଫୋରଣ

COASTAL NEWS ODIA 1038

ପାକିସ୍ତାନର ସବୁଠୁ ବଡ଼ ପରମାଣୁ ପ୍ଲାଣ୍ଟ ନିକଟରେ ଭୟଙ୍କର ବିସ୍ଫୋରଣ



ପାକିସ୍ତାନ - ଭଞ୍ଜ ବିହାରୀ ମହାନ୍ତି - ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ। ପରମାଣୁ ପ୍ଲାଣ୍ଟ ନିକଟରେ ବିସ୍ଫୋରଣ ହୋଇଥିବା ସୂଚନା। ଦେଶର ଡେରା ଗାଜି ଖାନ୍‌ ଅଞ୍ଚଳରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ସ୍ଥାନରୁ ଅଳ୍ପ ଦୂରରେ ପାକ୍‌ର ସବୁଠାରୁ ବଡ଼ ସୈନ୍ୟ ପରମାଣୁ ପ୍ଲାଣ୍ଟ ରହିଛି।

ଏହି ସୈନ୍ୟ ପରମାଣୁ ପ୍ଲାଣ୍ଟ ଟିଟିପିର ଟାର୍ଗେଟ୍‌ ଅଛି, ୧୧ ବର୍ଷ ଧରି ଏଠାରେ ବିସ୍ଫୋରଣ ନେଇ ଧମକ ମିଳିଆସୁଥିଲା। ଟିଟିପିକୁ ପାକିସ୍ତାନ ସରକାର ଆତଙ୍କବାଦୀ ସଙ୍ଗଠନ ବୋଲି କୁହନ୍ତି। ଏହି ଅଞ୍ଚଳ ବହୁତ ସମ୍ବେଦନଶୀଳ, ଯାହା ବଲୁଚିସ୍ତାନ ଏବଂ ଖୈବର ପଖ୍‌ତୁନଓ୍ଵା ପ୍ରଦେଶକୁ ଯୋଡ଼ିଥାଏ। ତେବେ ଏହି ବିସ୍ଫୋରଣରେ ମୃତାହତର କୌଣସି ସଠିକ୍‌ ସୂଚନା ମିଳିପାରି ନାହିଁ।

କହି ରଖୁଛୁ, ୨୦୧୨ରୁ ତେହରିକ୍‌-ଏ-ତାଲିବାନ-ପାକିସ୍ତାନ (ଟିଟିପି) ଅନେକ ଥର ଏହି ପରମାଣୁ ପ୍ଲାଣ୍ଟ୍‌ ଉପରେ ଆକ୍ରମଣର ଧମକ ଦେଇଛି। ଏହି ବିସ୍ଫୋରଣ କେଉଁ ପ୍ରକାରର ହୋଇଛି, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଗତ କିଛି ମାସ ହେବ ପାକିସ୍ତାନରେ ଟିଟିପି କ୍ରମାଗତ ଭାବେ ଆକ୍ରମଣ କରୁଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...