AFFILIATE MARKETING

https://binomo.com?a=90810425bb57&t=0

Monday, October 2, 2023

ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ। ଖୋଲିଲାନି ଆମ୍ବୁଲାନ୍ସର ଦ୍ୱାର

COASTAL NEWS ODIA 976

ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ। ଖୋଲିଲାନି ଆମ୍ବୁଲାନ୍ସର ଦ୍ୱାର



କେନ୍ଦୁଝର - ଭଞ୍ଜ ବିହାରୀ ମହାନ୍ତି - ଗୁରୁତର ବୃଦ୍ଧା ଆମ୍ବୁଲାନ୍ସରେ ମେଡିକାଲ ଆସିଲେ। ହେଲେ ମେଡିକାଲ ବାହାରେ ଅଧ ଘଣ୍ଟାଏ ଧରି ଆମ୍ବୁଲାନ୍ସରେ ଫସି ରହିଲେ। କାରଣ ଖୋଲିଲାନି ଆମ୍ବୁଲାନ୍ସର ଦ୍ୱାର। ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ।

ଗତକାଲି ରାତି ପ୍ରାୟ ୮ଟା ବେଳେ କେନ୍ଦୁଝର ସଦର ଥାନା କାଠବାଉଁଶୁଳି ଅଞ୍ଚଳର ଚମ୍ପାବତୀ ମହାନ୍ତ ନାମ୍ନୀ ଜଣେ ବୃଦ୍ଧା ଏକ ୧୦୮ ଆମ୍ବୁଲାନ୍ସରେ ଝୁମ୍ପୁରା ମେଡିକାଲ ଆସିଥିଲେ। ସେ ଗୁରୁତର ଅସୁସ୍ଥ ଥିବାରୁ ତାଙ୍କୁ ମେଡିକାଲକୁ ଆଣିଥିଲା ଆମ୍ବୁଲାନ୍ସ। ହେଲେ ମେଡିକାଲ୍‌ରେ ପହଞ୍ଚିବା ପରେ ଖୋଲି ନଥିଲା ଆମ୍ବୁଲାନ୍ସ ଡୋର୍‌। ଅଧଘଣ୍ଟାଏ ଧରି ଆମ୍ବୁଲାନ୍ସ ଡୋର୍‌ ନଖୋଲିବାରୁ ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ବ୍ୟସ୍ତ ହୋଇପଡ଼ିଥିଲେ। ଆମ୍ବୁଲାନ୍ସ କର୍ମଚାରୀଙ୍କ ବହୁ ପ୍ରୟାସ ପରେ ପ୍ରାୟ ଅଧା ଘଣ୍ଟା ପରେ ଡୋର୍ ଖୋଲିଥିଲା।

ବୃଦ୍ଧାଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ଝୁମ୍ପୁରାରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି ଏକ ଘଟଣା ଘଟିଲା ସେନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ କିମ୍ବା ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

No comments:

COASTAL NEWS

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ

ଚାଷୀଙ୍କ ଖାତାକୁ ସିଏମ -କିଷାନ ଟଙ୍କା — ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ପଦକ୍ଷେପ ନମସ୍କାର। ଆପଣ ଦେଖୁଛନ୍ତି କୋଷ୍ଟାଲ ନିଉଜ୍ । ଉପସ୍ତାପକ ଶ...