AFFILIATE MARKETING

https://binomo.com?a=90810425bb57&t=0

Monday, October 2, 2023

ରେମୁଣା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍

COASTAL NEWS ODIA 

ରେମୁଣା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍



ବାଲେଶ୍ଵର - ଭଞ୍ଜ ବିହାରୀ ମହାନ୍ତି - ବାଲେଶ୍ୱରର ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ନିକଟରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଗତକାଲି ବିଳମ୍ବିତ ରାତିରେ ଏଟିଏମ୍‌ ଭାଙ୍ଗି ଟଙ୍କା ନେଇ ଯାଇଥିବା ଜଣାପଡ଼ିଛି। 

ଏଟିଏମ୍‌ରେ କେତେ ଟଙ୍କା ଥିଲା ତାହା ଜଣାପଡ଼ିନି। କେବଳ ଲୋକଙ୍କ କହିବା କଥା କାଲି ଏହି ଏଟିଏମ୍‌ରେ ଟଙ୍କା ଭର୍ତି କରାଯାଇଥିଲା।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛି। ହେଲେ ଖବର ଲେଖାଯିବା ସୁଦ୍ଧା ବ୍ୟାଙ୍କର କୌଣସି ଅଧିକାରୀ ଆସିନଥିବାରୁ ଆଗକୁ ବଢ଼ି ପାରିନି ପୁଲିସ୍‌ର ତଦନ୍ତ।

ଅନ୍ୟପକ୍ଷରେ ଘଟଣାସ୍ଥଳରୁ ଫାଣ୍ଡି ମାତ୍ର ୫୦ ରୁ ୬୦ ମିଟର। ଫାଣ୍ଡିରେ କର୍ମଚାରୀ ଥିବା ସତ୍ତ୍ୱେ କିପରି ଏଟିଏମ୍‌ରୁ ଟଙ୍କା ଲୁଟ୍ ହେଲା, ତାକୁ ନେଇ ସ୍ଥାନୀୟ ଲୋକ ଉଠାଇଛନ୍ତି ପ୍ରଶ୍ନ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...