AFFILIATE MARKETING

https://binomo.com?a=90810425bb57&t=0

Sunday, October 8, 2023

ପଶ୍ଚିମ ଆଫଗାନିସ୍ତାନକୁ ଥରାଇ ଦେଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨,୦୦୦କୁ ବୃଦ୍ଧି

COASTAL NEWS ODIA 1066

ପଶ୍ଚିମ ଆଫଗାନିସ୍ତାନକୁ ଥରାଇ ଦେଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨,୦୦୦କୁ ବୃଦ୍ଧି



ଆଫଗାନିସ୍ତାନ - ଭଞ୍ଜ ବିହାରୀ ମହାନ୍ତି - ପଶ୍ଚିମ ଆଫଗାନିସ୍ତାନକୁ ଥରାଇ ଦେଇଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୨,୦୦୦କୁ ବୃଦ୍ଧି। ଏହି ଶକ୍ତିଶାଳୀ ଭୂକମ୍ପରେ ଛାରଖାର ହୋଇଯାଇଛି ଆଫଗାନିସ୍ତାନର ଅଧିକାଂଶ ଅଞ୍ଚଳ। ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ଏହା ଦେଶର ସବୁଠାରୁ ଭୟଙ୍କର ଭୂମିକମ୍ପ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର।

ଗତକାଲି ଆଫଗାନିସ୍ତାନର ପଶ୍ଚିମ ଆଫଗାନିସ୍ତାନରେ ଭକମ୍ବ ଝଟକା ଲାଗିଥିଲା। ଯାହା 6.3 ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂକମ୍ପ ଥିଲା। ଏଥିରେ ବହୁ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ଦେଶର ଜାତୀୟ ବିପର୍ଯ୍ୟୟ କର୍ତ୍ତୃପକ୍ଷ କହିଛନ୍ତି।

ଦେଶର ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ୱାହିଦ ରାୟନ କହିଛନ୍ତି ଯେ, ହେରାଟରେ ହୋଇଥିବା ଭୂକମ୍ପରେ ମୃତ୍ୟୁସଂଖ୍ୟା ଖୁବ୍ ଅଧିକ। ଏଠାରେ ପ୍ରାୟ 6ଟି ଗାଁ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି। ଏଥିରେ ଶହ ଶହ ସାଧାରଣ ନାଗରିକ ଭଗ୍ନାବଶେଷ ତଳେ ପୋତି ପୋତି ଯାଇଥିବା କହିଛନ୍ତି।

ଜାତିସଂଘ କାର୍ଯ୍ୟାଳୟର ମାନବୀୟ ବ୍ୟାପାର ସମନ୍ୱୟ କାର୍ଯ୍ୟାଳୟ ରିପୋର୍ଟ ଅନୁସାରେ, ପ୍ରାୟ 465 ଘର ନଷ୍ଟ ହୋଇଯାଇଛି ଏବଂ ଆହୁରି 135 ଟି କ୍ଷତିଗ୍ରସ୍ତ ହୋଇଛି। ଜାତିସଙ୍ଘ କହିଛି ଯେ, ଆହତଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଉଦ୍ଧାରକାରୀମାନେ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ଆଶଙ୍କା କରୁଛନ୍ତି। କାରଣ ଅନୁସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ କିଛି ଲୋକ ଭୁଶୁଡ଼ି ପଡ଼ିଥିବା ଅଟ୍ଟାଳିକା ତଳେ ଏବେ ବି ଫସି ରହିପାରନ୍ତି। 

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...