AFFILIATE MARKETING

https://binomo.com?a=90810425bb57&t=0

Sunday, October 8, 2023

ବାଣ ଗୋଦାମରେ ନିଆଁ ଲାଗି ୧୩ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

COASTAL NEWS ODIA 1065

ବାଣ ଗୋଦାମରେ ନିଆଁ ଲାଗି ୧୩ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ



ବେଙ୍ଗାଲୁରୁ - ଭଞ୍ଜ ବିହାରୀ ମହାନ୍ତି - ବେଙ୍ଗାଲୁରୁ ଅତ୍ତିବେଲେ ସ୍ଥିତ ବାଣ ଗୋଦାମରେ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିବାରୁ ୧୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୭ଜଣ ଆହତ ହୋଇଛନ୍ତି । ଦୋକାନ ମାଲିକ ସହିତ ଅନ୍ୟ ୪ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତଙ୍କୁ ଅନ୍ୟ ହସପିଟାଲଙ୍କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ତେବେ ପୋଲିସ ଅଧୀକ୍ଷକ କହିଛନ୍ତି, ନିଆଁ ଲାଗିବା ସମୟରେ କିଛି କର୍ମଚାରୀ ଗୋଦାମ ଭିତରେ କାମ କରୁଥିଲେ । ତେଣୁ ବାଣ ବିସ୍ଫୋରଣ ଯୋଗୁଁ ବାହାରି ପାରିନଥିଲେ । ତେବେ ମୃତକ ୧୩ ଜଣଙ୍କ ମଧ୍ୟରୁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦମକଳ ଗାଡି ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ରହିଛି । ଗୋଦାମ ପାଖରେ ରଖାଯାଇଥିବା କେତୋଟି ଗାଡ଼ି ମଧ୍ୟ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶୋକ ପ୍ରକାଶ କରିଛନ୍ତି । ଏହି ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ଦୀପାବଳି ପୂର୍ବରୁ ଏଭଳି ଅଘଟଣ ସମସ୍ତଙ୍କ ମନରେ ଛନକା ପସାଇ ଦେଇଛି । 

ଦିଲ୍ଲୀରେ ବାଣ ଉପରେ ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇଛି । ଗ୍ରୀନ କ୍ରାକର୍ସ ମଧ୍ୟ ଫୁଟାଇବାକୁ ଅନୁମତି ମିଳିନାହିଁ । ଏହାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...