AFFILIATE MARKETING

https://binomo.com?a=90810425bb57&t=0

Sunday, October 8, 2023

ନିଜ ବନ୍ଧୁକରୁ ହୋଇଥିବା ଗୁଳିମାଡ଼ରେ ଗୁରୁତର ଆହତ ଶିକାରୀ

COASTAL NEWS ODIA 1064

ନିଜ ବନ୍ଧୁକରୁ ହୋଇଥିବା ଗୁଳିମାଡ଼ରେ ଗୁରୁତର ଆହତ ଶିକାରୀ



ନୟାଗଡ଼ - ଭଞ୍ଜ ବିହାରୀ ମହାନ୍ତି - ଶିକାର କରିବା ପାଇଁ ଯାଇଥିଲେ। ହେଲେ ନିଜେ ଆହତ ହେଲେ। ତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାଟି ଘଟିଛି ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଓ ବୌଦ୍ଧ ଜିଲ୍ଲା ସୀମାନ୍ତ ବଦଲା ଗାଁରେ।

ନିଜ ବନ୍ଧୁକରୁ ହୋଇଥିବା ଗୁଳିମାଡ଼ରେ ଗୁରୁତର ଆହତ ଏହି ବ୍ୟକ୍ତିଙ୍କ ନାଁ ସନ୍ୟାସୀ ଜାନି। ସେ ନିକଟସ୍ଥ ଜଙ୍ଗଲକୁ ଶିକାର କରିବାକୁ ବନ୍ଧୁକ ଧରି ଯାଇଥିଲେ। ହେଲେ ସେଠାରେ ଅସାବଧାନତା ବଶତଃ ଝୁଣ୍ଟି ପଡ଼ିବାରୁ ବନ୍ଧୁକରୁ ଗୁଳି ଫୁଟି ଯାଇଥିଲା। ଗୁଳିଟି ତାଙ୍କ ନିତମ୍ବରେ ବାଜିଥିଲା। ତାଙ୍କ ନିତମ୍ବରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସନ୍ୟାସୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...