AFFILIATE MARKETING

https://binomo.com?a=90810425bb57&t=0

Sunday, October 8, 2023

ରାତିରେ ଚମକେ କାହିଁକି ଆଖି

COASTAL NEWS ODIA 1067

ରାତିରେ ଚମକେ କାହିଁକି ଆଖି

 

ଭଞ୍ଜ ବିହାରୀ ମହାନ୍ତି - ଅନ୍ଧାର ରାତିରେ ବିଲେଇ ହେଉକି ବିଲୁଆର ଚମକୁଥିବା ଆଖି ଦେଖି କେବେ ଡରିଛନ୍ତି? ଅନେକେ ନିଶ୍ଚୟ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିବେ। ଆଉ ମନରେ ପ୍ରଶ୍ନ ବି ଉଠିଥିବ ପ୍ରାଣୀଙ୍କ ଆଖି ଅନ୍ଧାର ରାତିରେ ଚମକେ କାହିଁକି?ଏଥର ଜାଣିବା ଏହାର କାରଣରାତିର ଅନ୍ଧକାରରେ ଅନେକ ସମୟରେ ଚିକ୍‌ମିକ୍‌ ଚଳୁଥିବା ଦୁଇଟି ଆଖି ଦେଖାଯାଏ। ଦେହ ଭୟରେ ଶିହରୀ ଯାଏ। କିନ୍ତୁ ଯେବେ ଜଣାପଡ଼େ ଯେ, ସେଇ ଚମକୁଥିବା ଆଖି ଏକ ବିଲେଇର ଆଶ୍ୱସ୍ତିବୋଧ ହୁଏ। ତେବେ ଏଭଳି ହେବାପଛର କାରଣ ହେଉଛି କିଛି ରାତ୍ରିକାଳୀନ ପ୍ରାଣୀଙ୍କ ଆଖିଡୋଳା ପଛପଟେ ଥିବା ଏକ ବିଶେଷପ୍ରକାରର ଚମକଦାର ଆସ୍ତରଣ ବା ରିଫ୍ଲେକ୍ଟିଭ ଲେୟର, ଯାହାକୁ ‘ଟେପିଟମ ଲୁସିଡମ’ କୁହାଯାଏ। ଆଖିର ଫୋଟୋରିସେପ୍ଟର୍ସ ମାଧ୍ୟମରେ ଅବଶୋଷିତ ପ୍ରକାଶର ମାତ୍ରାକୁ ଏହି ଟେପିଟମ ଲୁସିଡମ୍‌ ବଢାଇ ଦେଇଥାଏ। ଏହାକୁ ଏମିତି ବି କୁହାଯାଇପାରେ ଯେ, ଏହି ଆସ୍ତରଣ ଆଲୋକକୁ ପ୍ରତିଫଳିତ କରିଥାଏ ଓ ଏହି ଆସ୍ତରଣ ଦ୍ୱାରା ହିଁ ପ୍ରାଣୀମାନେ ଅନ୍ଧାରରେ ବି ସବୁକିଛି ଭଲଭାବେ ଦେଖିପାରନ୍ତି। 

ଟେପିଟମ ଲୁସିଡମ ଏମିତି ଏକ ପ୍ରତିବିମ୍ବ କ୍ଷେପକ ପରସ୍ତ ଅଟେ ଯାହା ମେରୁଦଣ୍ଡୀ ପ୍ରାଣୀଙ୍କ ସହ କିଛି ଅମେରୁଦଣ୍ଡୀ ପ୍ରାଣୀଙ୍କଠାରେ ବି ଥାଏ। ଉକ୍ତ ପ୍ରତିବିମ୍ବ କ୍ଷେପକ ପରସ୍ତର କାମ ହେଉଛି ଆଖିରେ ଫୋଟୋ ରିସେପ୍ଟର୍ସ ପାଇଁ ଉପଲବ୍ଧ ଥିବା ପ୍ରକାଶକୁ ବଢାଇବା। ଫୋଟୋ ରିସେପ୍ଟର୍ସ ରେଟିନାରେ ଥିବା ବିଶେଷ ପ୍ରକାରର ନ୍ୟୁରୋନ ଅଟେ ଯାହା ପ୍ରକାଶର ଫୋଟୋନକୁ ଅବଶୋଷିତ କରି ତାକୁ ସଂକେତରେ ପରିବର୍ତ୍ତିତ କରେ। ସରଳ ଭାଷାରେ ଟେପିଟମ ଲୁସିଡମ ହେଉଛି କିଛି ସ୍ତନ୍ୟପାୟୀ ପ୍ରାଣୀଙ୍କ ଆଖିର ପଛଭାଗରେ ଥିବା ଦର୍ପଣ ଅଟେ, ଯାହା ସାହାଯ୍ୟରେ ରାତ୍ରିକାଳୀନ ପ୍ରାଣୀଙ୍କ ଆଖି ଚମକିଥାଏ। ଟେପିଟମ ଲୁସିଡମର ନିଜର ରଙ୍ଗ ବି ଥାଏ। ଫଳରେ କିଛି ପ୍ରାଣୀଙ୍କ ଆଖିର ଚମକ ରଙ୍ଗ ବିରଙ୍ଗି ଦେଖାଯାଇଥାଏ। ଯେମିତିକି ନୀଳ ରଙ୍ଗର ଚମକଦାର ଆଖି କୁକୁରଙ୍କଠାରେ ଦେଖାଯାଏ। ସବୁଜ ରଙ୍ଗର ଆଖି ବାଘଙ୍କର ଦେଖାଯାଏ। ଆଖିର ରଙ୍ଗ ସେଇ ଖଣିଜ ପଦାର୍ଥ ଉପରେ ବି ନିର୍ଭର କରେ ଯାହା ଦ୍ୱାରା ଟେପିଟମ ଲୁସିଡମ କ୍ରିଷ୍ଟାଲ ତିଆରି ହୋଇଥାଏ।

ତେବେ ପ୍ରାଣୀଙ୍କ ଆଖି ଚମକଦାର ହେବାଦ୍ୱାରା ଆମର ଗୋଟେ ଫାଇଦା ହୁଏ ଯେ, ରାତିରେ ଗଲାବେଳେ ରାସ୍ତାରେ ଥିବା ପ୍ରାଣୀ ଉପରେ ଯେତେବେଳେ ଗାଡିର ଲାଇଟ୍‌ ପଡ଼େ ତା’ର ଆଖି ଚମକିଥାଏ। ଆଉ ଆମେ ରାସ୍ତାରେ କୌଣସି ପ୍ରାଣୀଥିବା ଜାଣିପାରୁ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...