AFFILIATE MARKETING

https://binomo.com?a=90810425bb57&t=0

Sunday, October 8, 2023

ଆଇରନ୍‌ ମ୍ୟାନ

COASTAL NEWS ODIA 1068

ଆଇରନ୍‌ ମ୍ୟାନ


 
କ୍ୟୁବା - ଭଞ୍ଜ ବିହାରୀ ମହାନ୍ତି - ଏଇ ପୃଥିବୀରେ ଅନେକ ଅଜବ ମଣିଷ ଅଛନ୍ତି। ଆଉ କିଛି ବ୍ୟକ୍ତି ତ ନିଜକୁ ଖାସ୍‌ ଓ ସବୁଠୁ ଭିନ୍ନ କରିବା ଲାଗି ବିଭିନ୍ନ ପ୍ରକାରର ଅଜବ କାମ କରିଥାନ୍ତି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି କ୍ୟୁବାର ୩୩ ବର୍ଷୀୟ ଲିନୋ ତୋମାସେନ୍‌। ଲିନୋ ଜଣେ ଷ୍ଟ୍ରିଟ୍‌ ପରଫର୍ମର୍‌। ସେ କରୁଥିବା କରତବ ଲୋକଙ୍କୁ ବେଶ୍‌ ଚକିତ କରିଥାଏ। ତାଙ୍କର କରତବ ମଧ୍ୟରେ ଗୋଟିଏ ହେଉଛି ନିଜକୁ ହାତୁଡିରେ ପ୍ରହାର କରିବା। ସେପୁଣି ଥରେ କି ଦୁଇ ଥର ନୁହେଁ ଦିନତମାମ ସେ ହଜାର ଥରରୁ ଉର୍ଦ୍ଧ୍ୱ ନିଜକୁ ହାତୁଡିରେ ଖୁବ୍‌ ଜୋର୍‌ରେ ପ୍ରହାର କରନ୍ତି। କାଳେ ଲୋକେ ଏହାକୁ ଭ୍ରାନ୍ତି ଭାବୁଥିବେ ସେଥିପାଇଁ ସେ ହାତୁଡି ଲୋକଙ୍କୁ ଦେଇ ତାଙ୍କୁ ପ୍ରହାର କରିବାକୁ ବି କୁହନ୍ତି। ସେଥିପାଇଁ ଅନେକେ ତାଙ୍କୁ ‘ଆଇରନ୍‌ ମ୍ୟାନ’ ବୋଲି କୁହନ୍ତି। ଲିନୋ ମାତ୍ର ୧୫ ବର୍ଷ ବୟସର ହୋଇଥିବା ବେଳୁ ନିଜକୁ ହାତୁଡିରେ ମାରିବା ଆରମ୍ଭ କରିଥିଲେ। ଆଜି ପର୍ଯ୍ୟନ୍ତ ସେ ଲକ୍ଷ ଲକ୍ଷ ଥର ହାତୁଡି ମାଡ ଖାଇସାରିଲେଣି। ଲିନୋଙ୍କ କହିବା ମୁତାବକ ତାଙ୍କୁ କିଛି କଷ୍ଟ ଅନୁଭବ ହୁଏ ନାହିଁ। ସେ ପୂର୍ବରୁ ଜଣେ ବକ୍ସର ଥିଲେ। ଏଭଳି ହାତୁଡିରେ ନିଜକୁ ମାରି ସେ ବକ୍ସିଂ ପ୍ରାକ୍ଟିସ୍‌ କରୁଛନ୍ତି ବୋଲି କୁହନ୍ତି। ମେକ୍ସିକୋରେ ସେ ୨୭ଟି ବକ୍ସିଂ ମ୍ୟାଚ୍‌ରେ ନକ୍‌ଆଉଟ୍‌ କରି ଜିତିଥିଲେ। ଆଉ ବହୁତ ରୋଜଗାର ବି କରିଥିଲେ। ହେଲେ ସେସବୁକୁ ଘର ଲୋକଙ୍କୁ ଦେଇ ଏବେ ଷ୍ଟ୍ରିଟ ପରଫର୍ମର୍‌ ପାଲଟିଛନ୍ତି। ଆଉ ଏହା ହିଁ ତାଙ୍କୁ ଆତ୍ମସନ୍ତୋଷ ପ୍ରଦାନ କରୁଛି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...