AFFILIATE MARKETING

https://binomo.com?a=90810425bb57&t=0

Sunday, October 8, 2023

୫୦୦୦ କଙ୍କଡା ବିଛା ସହ ୩୩ ଦିନ

COASTAL NEWS ODIA 1069

୫୦୦୦ କଙ୍କଡା ବିଛା ସହ ୩୩ ଦିନ


 
ଥାଇଲାଣ୍ଡ - ଭଞ୍ଜ ବିହାରୀ ମହାନ୍ତି - କଙ୍କଡ଼ା ବିଛା ଦେଖିବାମାତ୍ରେ ବହୁତ ଡର ଲାଗେ। କାରଣ ଏହାର ଦଶଂନ ବେଶ୍‌ କଷ୍ଟଦାୟକ। କିଛି କଙ୍କଡା ବିଛାର ଦଂଶନରେ ତ ବେଳେବେଳେ ମୃତ୍ୟୁ ବି ହୋଇଯାଏ। ତେବେ ଜାଣନ୍ତି କି ଏମିତି ବି ଜଣେ ମହିଳା ଅଛନ୍ତି ଯେକି ଏହି ବିଷାକ୍ତ କଙ୍କଡା ବିଛାକୁ ଜମାରୁ ଡରନ୍ତି ନାହିଁ। ବରଂ ସେ ହଜାର ହଜାର କଙ୍କଡା ବିଛାଙ୍କ ସହ ଅନେକ ଦିନ ରହି ରେକର୍ଡ କରିଛନ୍ତି। 

ସେ ହେଉଛନ୍ତି ଥାଇଲାଣ୍ଡର ୩୯ ବର୍ଷୀୟା ମହିଳା କଞ୍ଚନା କେତକି। କଞ୍ଚନା ଗୋଟେ କି ଦୁଇଟି ନୁହେଁ ୫୦୦୦ କଙ୍କଡା ବିଛା ସହ ୩୩ ଦିନ ବିତାଇ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ତାଙ୍କର ଏଭଳି ଦୁଃସାହସିକ କାମ ପାଇଁ ତାଙ୍କୁ ‘କୁଇନ୍‌ ଅଫ୍‌ ସ୍କର୍ପିଅନସ୍‌’ କୁହାଯାଏ। 

କେବଳ ଯେ ସେ ଏହି ବିଛା ସହ ରହିଛନ୍ତି ତାହା ନୁହେଁ କଙ୍କଡା ବିଛାକୁ ନିଜ ମୁହଁ ଉପରେ ୩ ମିନିଟ ୨୮ ସେକେଣ୍ଡ ରଖି ଆହୁରି ଏକ ରେକର୍ଡ କରିଛନ୍ତି। ସେ ମୁଁହ ଉପରେ କଙ୍କଡା ବିଛା ରଖିବା ସହ ତାକୁ ପାଟି ଭିତରେ ବି ପୁରାଇ ପାରନ୍ତି। ତାଙ୍କର ଏଭଳି ଦୁଃସାହସ ଦେଖି ସମସ୍ତେ କହନ୍ତି ସତରେ କଞ୍ଚନା ଭିନ୍ନ ଓ ସ୍ବତନ୍ତ୍ର। ସେ ଅନ୍ୟ ମହିଳାଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...