AFFILIATE MARKETING

https://binomo.com?a=90810425bb57&t=0

Sunday, October 8, 2023

ଆଉ କେତେ ଦିନ ଖଟିଆରେ ବୁହାହେବେ ଗର୍ଭବତୀ ?...

COASTAL NEWS ODIA 1070

ଆଉ କେତେ ଦିନ ଖଟିଆରେ ବୁହାହେବେ ଗର୍ଭବତୀ ?...




ଆନନ୍ଦପୁର  : ଭଞ୍ଜ ବିହାରୀ ମହାନ୍ତି - ଯେତେ କହିଲେ ବି ଚେତୁନି ପ୍ରଶାସନ କି ସୁଧୁରୁନି ପରିସ୍ଥିତି । ବାରମ୍ବାର ସାମ୍ନାକୁ ଆସୁଛି ଏଭଳି ଘଟଣା । ଯାହାକୁ ଦେଖାଇ ଦେଖାଇ ଆମେ ଥକିଗଲୁଣୁ ସିନା ହେଲେ ପ୍ରଶାସନର କିଛି ଯାଏ ଆସେ ନାହିଁ । ସମସ୍ୟାର ସମାଧାନ କରିବାକୁ ସତେ କାହାର ଯେମିତି ଆନ୍ତରିକତା ହିଁ ନାହିଁ ।

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ପୁଣି ଗାଁକୁ ରାସ୍ତା ନ ଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନସ୍ । ପୁଣି ଦୀର୍ଘ ୧ କିଲୋମିଟର ବାଟ ପରିବାର ଲୋକଙ୍କ ସହିତ ଆଶାକକର୍ମୀ ଗର୍ଭବତୀଙ୍କୁ ଆମ୍ବୁଲାନସ୍ ନିକଟକୁ ଖଟିଆରେ ବୋହି ବୋହି ନେଲେ । ଏଭଳି ଏ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଶାମୁକାନାଣ୍ଡି ପଞ୍ଚାୟତ ପଠାନଡିହି ଗାଁରେ । ଭରା ନାଳ ଭିତରେ ପଶି ଖଟିଆରେ ବୁହା ହୋଇ ଆସିଲେ ଗର୍ଭବତୀ।

ପଠାନଡିହି ଗାଁର ବିଗୁରୁ ବିରୁଆଙ୍କ ସ୍ତ୍ରୀ ସବିତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ସେମାନେ ଆଶାକର୍ମୀ ବନ୍ଦିତା ଚାତାରଙ୍କୁ ଖବର ଦେଇଥିଲେ । ସେ ଆମ୍ବୁଲାନସ୍ କୁ ଜଣାଇବା ପରେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନସ୍ କୁମପଦା ଗାଁରେ ଅଟକି ରହିଥିଲା । ଅନ୍ୟ ଉପାୟ ନପାଇ ପରିବାର ସଦସ୍ୟଙ୍କ ସହ ଆଶାକର୍ମୀ ବନ୍ଦିତା, ଖଟିଆର ଗୋଟିଏ ପାର୍ଶ୍ଵକୁ ଧରି ଗର୍ଭବତୀଙ୍କୁ ଭରାନାଳ ପାର୍ କରି ୧ କିଲୋମିଟର ଦୂର ଆମ୍ବୁଲାନସ୍ ଯାଏ ପହଞ୍ଚାଇଥିଲେ । ଏହାପରେ ଗର୍ଭବତୀ ଙ୍କୁ କେଶଦୁରାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡ଼ାକ୍ତରଖାନାରେ ସବିତା ଏକ କନ୍ୟାସନ୍ତାନ ପ୍ରସବ କରିଥିବା ବେଳେ, ଉଭୟ ମା ଓ ଛୁଆ ସୁସ୍ଥ ଥିବା କହିଛନ୍ତି ଆଶାକର୍ମୀ ।

ଥରେ ଭାବିଲେ ଦର୍ଶକବନ୍ଧୁ ଯଦି ଏହି ଭରା ନାଳ ଭିତରେ ଗର୍ଭବତୀ ଜଣଙ୍କୁ ନେବା ସମୟରେ କାହା ପାଦ ଖସି ଯାଇଥାନ୍ତା କି ଭାରସାମ୍ୟ ହରାଇ କିଏ ପଡିଥାନ୍ତେ ତେବେ ପରିସ୍ଥିତି କଣ ହେଇଥାନ୍ତା । ତେବେ କିଛି ଅଘଟର ଘଟିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ସଜାଗ ହୋଇଯିବା ନିହାତୀ ଜରୁରୀ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...