AFFILIATE MARKETING

https://binomo.com?a=90810425bb57&t=0

Sunday, October 8, 2023

ମହାନତା ଦେଖାଇଲେ ଜଣେ ମହିଳା ହୋମଗାର୍ଡ

COASTAL NEWS ODIA 1071

ମହାନତା ଦେଖାଇଲେ ଜଣେ ମହିଳା ହୋମଗାର୍ଡ



ମୟୁରଭଞ୍ଜ - ଭଞ୍ଜ ବିହାରୀ ମହାନ୍ତି - ମହାନତା ଦେଖାଇଲେ ଜଣେ ମହିଳା ହୋମଗାର୍ଡ । ମହାନତା କାର୍ଯ୍ୟ ପାଇଁ ତାଙ୍କୁ ସମ୍ବର୍ନ୍ଧିତ ମଧ୍ୟ କରାଯାଇଛି । ଥରେ ଭାବନ୍ତୁ ତ ଆପଣ ଏଟିଏମ ଯାଇଥିବେ ଏବଂ ପୂର୍ବରୁ ହିଁ କିଛି ଟଙ୍କା ବାହାରି ଏଟିଏମରେ ଲାଖି ରହିଥିବ । ତେବେ ଆପଣ ଏହି ସମୟରେ କଣ କରିବେ । କିଛି ଲୋକ ହୁଏତ ସେହି ଟଙ୍କାକୁ ନିଜ ସାଙ୍ଗରେ ନେଇଯିବେ । କିନ୍ତୁ ଦୁନିଆରେ ଏବେ ବି କିଛି ଲୋକଙ୍କ ମନରେ ମାନବିକତା ଅଛି ଏବଂ ସେମାନେ ଟଙ୍କାକୁ ଫେରାଇ ଦିଅନ୍ତି । ଠିକ୍‌ ଏହି ଭଳି ମାନବିକତା ଦେଖାଇଛନ୍ତି ଜଣେ ମହିଳା ହୋମଗାର୍ଡ ।

ଏଟିଏମରୁ ୧୦ ହଜାର ଟଙ୍କା ପାଇ ଏସପିଙ୍କ ନିକଟରେ ଫେରାଇ ମହାନତା ଦେଖାଇଲେ ମହିଳା ହୋମଗାର୍ଡ । ତୁରନ୍ତ ବ୍ୟାଙ୍କ ସହ ଯୋଗାଯୋଗ କରି ଗ୍ରାହକଙ୍କୁ ଟଙ୍କା ଫେରାଇ ଉଦାହରଣ ସୃଷ୍ଟି କରିଛି ମୟୁରଭଞ୍ଜ ପୋଲିସ । ଏଭଳି ମହାନ କାର୍ଯ୍ୟ ପାଇଁ ହୋମଗାର୍ଡଙ୍କୁ ସମ୍ମାନିତ କରିଛନ୍ତି ମୟୁରଭଞ୍ଜ ଏସପି ବି ଗଙ୍ଗାଧର । ମୟୁରଭଞ୍ଜ ପୋଲିସର ହୋମଗାର୍ଡ ସଙ୍ଗୀତା ମାର୍ଣ୍ଡୀ ବାରିପଦା ପୌର କାର୍ଯ୍ୟାଳୟ ନିକଟସ୍ଥ ଏସବିଆଇ ଏଟିଏମକୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ । ସେଠାରେ ଏଟିଏମ୍ ମେସିନରେ ୧୦ ହଜାର ଟଙ୍କା ବାହାରି ରହିଥିବା ସେ ଦେଖିବାକୁ ପାଇଥିଲେ । ପରେ ସେ ସଙ୍ଗେସଙ୍ଗେ ମୟୁରଭଞ୍ଜ ଏସପିଙ୍କ କାର୍ଯ୍ୟାଳୟକୁ ଯାଇ ଟଙ୍କା ଫେରସ୍ତ କରିବା ସହ ସମସ୍ତ ଘଟଣା ସମ୍ପର୍କରେ ଏସପିଙ୍କୁ ଜଣାଇଥିଲେ ।

ଏଟିଏମଟି ବାରିପଦା ଭଞ୍ଜପୁର ଥାନା ଅଧିନରେ ଆସୁଥିବାରୁ ଭଞ୍ଜପୁର ଥାନା ଅଧିକାରୀଙ୍କୁ କହି ବ୍ୟାଙ୍କକୁ ଲିଖିତ ଅବଗତ କରାଇଥିଲେ ଏସପି । ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ପାଇବା ପରେ ସଂପୃକ୍ତ ଗ୍ରାହକଙ୍କୁ ଟଙ୍କା ଫେରସ୍ତ କରିବା ସହିତ ହୋମଗାର୍ଡ ସଙ୍ଗୀତାଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରିଥିଲେ ଏସପି । ଏଥି ସହିତ ପୋଲିସ ବିଭାଗ ପକ୍ଷରୁ ୨ ହଜାର ଟଙ୍କା ଓ ମାନପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଓଡ଼ିଶା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ ଚାଲି ଥିବାବେଳେ ହୋମଗାର୍ଡଙ୍କ ଏହି ମହାନତା ବର୍ତ୍ତମାନ ଉଦାହରଣ ସୃଷ୍ଟି କରିଛି । ଅନ୍ୟପଟେ ହୋମଗାର୍ଡ ପାଇଁ ବ୍ୟାଙ୍କ ମଧ୍ୟ କ୍ଷତି ସହିବା ଠାରୁ ବଞ୍ଚିତ ହୋଇଛି ।

ବେଳେବଳେ ଯାନ୍ତ୍ରିକ ତ୍ରୁଟି ପାଇଁ ଏଭଳି ସମସ୍ୟା ଦେଖାଯାଏ । ଏଭଳି ପରିସ୍ଥିତିରେ ଅନେକ ଲୋକ ନିଜ କଷ୍ଟ ଅର୍ଜିତ ଟଙ୍କାକୁ ହରାଇଥାନ୍ତି । କିନ୍ତୁ ଏହି ମହିଳା ହୋମଗାର୍ଡଙ୍କ ଭଳି ଯଦି ସମସ୍ତେ ମାନବିକତା ଦେଖାଇବେ ତେବେ ଅନେକ ଲୋକଙ୍କ ଟଙ୍କା ସେମାନେ ଫେରି ପାଇ ପାରିବେ ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...