AFFILIATE MARKETING

https://binomo.com?a=90810425bb57&t=0

Monday, October 9, 2023

ବାଜିଲା ବିଗୁଲ୍: ନଭେମ୍ବର ୭ରୁ ୫ ରାଜ୍ୟ ବିଧାନସଭା ନିର୍ବାଚନ

COASTAL NEWS ODIA 1078

ବାଜିଲା ବିଗୁଲ୍: ନଭେମ୍ବର ୭ରୁ ୫ ରାଜ୍ୟ ବିଧାନସଭା ନିର୍ବାଚନ



ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ନିର୍ବାଚନ ହେବାକୁ ଥିବା ୫ ରାଜ୍ୟ ହେଉଛି ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା। 
କେବଳ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ଭୋଟିଂ
ନଭେମ୍ବର ୩୦ରେ ସରିବ ମତଦାନ
ଡିସେମ୍ବର ୩ରେ ସବୁ ରାଜ୍ୟର ଭୋଟ୍ ଗଣତି

ବାଜିଲା ନିର୍ବାଚନୀ ବିଗୁଲ୍। ଘୋଷଣା ହେଲା ୫ ରାଜ୍ୟ ବିଧାନସଭା ନିର୍ବାଚନ ତାରିଖ। ନଭେମ୍ବର ୭ରୁ ମତଦାନ ଆରମ୍ଭ। ବିଭିନ୍ନ ପର୍ଯ୍ୟାୟରେ ହେବ ମତଦାନ। ଆଜି ସାମ୍ୱାଦିକ ସମ୍ମିଳନୀରେ ତାରିଖ ଘୋଷଣା କରିଛନ୍ତି ଇଲେକ୍ସନ୍ କମିଶନର ରାଜିବ କୁମାର। 

ତେବେ ନିର୍ବାଚନ ହେବାକୁ ଥିବା ୫ ରାଜ୍ୟ ହେଉଛି ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା। ଏହି ୫ ରାଜ୍ୟର ନିର୍ବାଚନ ପ୍ରକ୍ରିୟା ନଭେମ୍ବର ୭ରୁ ଆରମ୍ଭ ହୋଇ ଡିସେମ୍ବର ୩ ମଧ୍ୟରେ ସରିବ। କେବଳ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ କରାଯିବ। ଏହା ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ସରିବ ମତଦାନ।

ଭୋଟିଂ ପ୍ରକ୍ରିୟା ନଭେମ୍ବର ୩୦ସୁଦ୍ଧା ଶେଷ ହେବ ବୋଲି ଘୋଷଣା କରାଯାଇଛି। ପ୍ରଥମେ ନଭେମ୍ବର ୭ରେ ମିଜୋରାମ ଓ ମଧ୍ୟ ପ୍ରଦେଶରେ ଭୋଟିଂ ହେବାକୁ ଥିବାବେଳେ ନଭେମ୍ବର ୨୩ରେ ରାଜସ୍ଥାନ ଏବଂ ୩୦ରେ ତେଲେଙ୍ଗାନାରେ ମତଦାନ ସରିବ। ଛତିଶଗଡ ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ନଭେମ୍ବର ୭ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୧୭ରେ ହେବ।

ମତଦାନ ପରେ ଡିସେମ୍ବର ୩ରେ ପ୍ରକାଶ ପାଇବ ଫଳାଫଳ। ଡିସେମ୍ବର ୫ ସୁଦ୍ଧା ସମସ୍ତ ପ୍ରକ୍ରିୟା ସାରିବାକୁ ଘୋଷଣା କରିଛନ୍ତି ନିର୍ବାଚନ କମିଶନର ରାଜିବ କୁମାର।  

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...