AFFILIATE MARKETING

https://binomo.com?a=90810425bb57&t=0

Monday, October 9, 2023

ବନ୍ଧୁଙ୍କୁ ପଠାଇଲେ ୨ ହଜାର ଟଙ୍କା, କିଛି ସମୟ ପରେ ଆକଉଣ୍ଟରେ ଆସିଗଲା ୭୫୩ କୋଟି ଟଙ୍କା: ସମସ୍ତେ ଆଶ୍ଚର୍ଯ୍ୟ

COASTAL NEWS ODIA 1079

ବନ୍ଧୁଙ୍କୁ ପଠାଇଲେ ୨ ହଜାର ଟଙ୍କା, କିଛି ସମୟ ପରେ ଆକଉଣ୍ଟରେ ଆସିଗଲା ୭୫୩ କୋଟି ଟଙ୍କା: ସମସ୍ତେ ଆଶ୍ଚର୍ଯ୍ୟ


 
ଚେନ୍ନାଇ,୯।୧୦: ଭଞ୍ଜ ବିହାରୀ ମହାନ୍ତି - ତାମିଲନାଡୁରେ ପୁଣି ଥରେ ବ୍ୟାଙ୍କ ଆକାଉଣ୍ଟକୁ କୋଟି ଟଙ୍କା ଟ୍ରାନ୍ସଫର ମାମଲା ସାମ୍ନାକୁ ଆସିଛି। ଚେନ୍ନାଇରେ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ପଠାଇଥିଲେ। ଏହା ପରେ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସ ଚେକ କରିବାରୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ଆକାଉଣ୍ଟରେ ଉପଲବ୍ଧ ବାଲାନ୍ସ ୭୫୩ କୋଟି ଟଙ୍କା ଦେଖାଉଥିଲା।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଫାର୍ମାସିରେ କାମ କରୁଥିବା ମହମ୍ମଦ ଇଦ୍‌ରିସଙ୍କ ସହ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଇଦ୍‌ରିସ କହିଛନ୍ତି ଯେ, ସେ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଜରିଆରେ ନିଜ ବନ୍ଧୁଙ୍କୁ ୨,୦୦୦ ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏହା ପରେ ବାଲାନ୍ସ ଚେକ୍‌ କରିବାରୁ ଆକାଉଣ୍ଟରେ ୭୫୩ କୋଟି ଟଙ୍କା ଦେଖାଉଥିଲା। ଏହି ଅସ୍ବାଭାବିକ ଘଟଣାକୁ ନେଇ ସେ ତାଙ୍କ ବ୍ୟାଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ତାଙ୍କ ଆକାଉଣ୍ଟ ଫ୍ରିଜ କରି ଦିଆଯାଇଥିଲା।

ତାମିଲନାଡୁରେ ଏହା ହେଉଛି ତୃତୀୟ ଘଟଣା। ଏହାପୂର୍ବରୁ ରାଜକୁମାର ନାମକ ଜଣେ କ୍ୟାବ ଡ୍ରାଇଭରଙ୍କ ସହ ସମାନ ଘଟଣା ଘଟିଥିଲା। ଭୁଲରେ ତାଙ୍କ ଆକାଉଣ୍ଟକୁ ୯ ହଜାର କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଏହା ବ୍ୟତୀତ ଥାନଜଭୁରର ଗଣେଶ ନାମକ ଜଣେ ବ୍ୟକ୍ତିଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା। ତାଙ୍କ ଆକାଉଣ୍ଟରେ ୭୫୬ କୋଟି ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...