AFFILIATE MARKETING

https://binomo.com?a=90810425bb57&t=0

Monday, October 9, 2023

ଆଜିର ଖବର

COASTAL NEWS ODIA 1080

🌼ଖବର ଆଜିର,ତାରିଖ ୦୯/୧୦/୨୦୨୩ ସୋମବାର🌼


*୦୧- ଏମ୍‌ଏ ଚିଦାମ୍ବରମ୍‌ କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ୨୦୨୩ ବିଶ୍ୱକପ୍‌ର ପଞ୍ଚମ ମ୍ୟାଚ୍‌ରେ ବିରାଟ କୋହଲି ଏବଂ କେ.ଏଲ୍‌ ରାହୁଲଙ୍କ ଦମ୍‌ଦାର ଅର୍ଦ୍ଧଶତକ ବଳରେ ଭାରତ ୬ ଉଇକେଟରେ ବିଜୟୀ ହୋଇଛି।*

*୦୨- ବିଶ୍ୱକପରେ ଭାରତ ନିଜର ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିଛି।*

*୦୩- ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।*

*୦୪-:୨୪ ଘଣ୍ଟା ଯୁଦ୍ଧରେ ଗଲାଣି ୯୦୦ରୁ ଅଧିକ ଜୀବନ; ଇସ୍ରାଏଲ୍‌କୁ ଆମେରିକାର ମିଲିଟାରି ସହାୟତା, ଇରାନ କହିଲା-ମୁସ୍ଲିମ ଦେଶ ହମାସକୁ ଦିଅ ସମର୍ଥନ ।*

*୦୫- ଅକ୍ଟୋବର ୧୦ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ଘରୋଇ ବସ୍‌ ଧର୍ମଘଟ ।*

*୦୬- କଟକର ପୁରୀ-ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡ଼ି ରେ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ ଓ ରିଡିଂ ହଲ ।*

*୦୭- ଓଡ଼ିଶାର ହକି ତାରକା ଦୀପଗ୍ରେସ ଏକ୍କାଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା । ଏସୀୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରାଯିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।*

*୦୮- ବାହାନଗା ରେଳ ଦୁର୍ଘଟଣାରେ ଚିହ୍ନଟ ହୋଇ ନଥିବା ୨୮ଟି ମୃତଦେହର ସଂସ୍କାର ହେବ । ସମ୍ପୂର୍ଣ୍ଣ ପ୍ରକ୍ରିୟାର ହେବ ଭିଡିଓଗ୍ରାଫି ।*

*୦୯- ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ.. ବିଷ୍ଣୁପଦ ସେଠୀ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ.. ଭାସ୍କର ଜ୍ୟୋତି ଶର୍ମା ଲ୍ୟାଣ୍ଡ ରେକର୍ଡସ ଓ ସେଟେଲମେଣ୍ଟ କମିଶନର ।ଜ୍ୟୋତିପ୍ରକାଶ ଦାସ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ.. ରାମାଶିଷ ହାଜରା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି(ଅତିରିକ୍ତ ଦାୟିତ୍ୱ) ।*

*୧୦- ଯୁଦ୍ଧ ପାଇଁ ଇସ୍ରାଏଲକୁ ଉଡ଼ିବନି ଭାରତର ଏୟାର ଇଣ୍ଡିଆ ବିମାନ, ୧୪ ଅକ୍ଟୋବର ପର୍ଯ୍ୟନ୍ତ ଚଳାଚଳ ସ୍ଥଗିତ ।*

*୧୧- ଇସ୍ରାଏଲରୁ ଫେରିଲେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା । ସ୍ୱତନ୍ତ୍ର ବିମାନ ଯୋଗେ ଆସି ସେ ମୁମ୍ବାଇରେ ପହଞ୍ଚିଛନ୍ତି। ଇସ୍ରାଏଲରେ ଯୁଦ୍ଧ ଲାଗି ରହିଥିବା ବେଳେ ନୁସରତ ସେଠାରେ ଫସି ରହିଥିଲେ।*

*୧୨- ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍ ମଝିରେ ମୈଦାନରେ ପଶିଲେ ଜ୍ରାଭୋ ୬୯ । ଚିଡିଗଲେ କୋହଲି, ଆଙ୍ଗୁଠି ଦେଖାଇ ଫେରି ଯିବାକୁ କହିଲେ ରାହୁଲ ।*

*୧୩- ୧୪ରୁ ଖୋଲିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ, ପର୍ଯ୍ୟଟକଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ଗାଇଡ୍ ବ୍ୟବସ୍ଥା ।*

*୧୪- ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ୧ ଲକ୍ଷ ୨୯ ହଜାର ୨୨୭ଟି ପଦ ଖାଲି ପଡିବ। ସେଥିମଧ୍ୟରୁ ସରକାର ୯୮ ହଜାର ୭୫ଟି ପଦରେ ନିଯୁକ୍ତି ମନୋନୟନକାରୀ ସଂସ୍ଥା ଗୁଡିକ ଦ୍ବାରା ନିଯୁକ୍ତି ଦିଆଯିବାର ଲକ୍ଷ୍ୟ ରହିଛି।*

*୧୫- ୟୁଏଇରେ ବଢ଼ିଲା ଭାରତୀୟ ବାସୁମତି ଚାଉଳ, ଚିକେନ ଓ କ୍ଷୀର ଆଦି ସାମଗ୍ରୀର ଡିମାଣ୍ଡ: ସହଯୋଗ ଲୋଡ଼ିଲେ ଆରବ ଦେଶ ।*

*୧୬- ବିଭିନ୍ନ ସରକାରୀ ବ୍ୟାଙ୍କ୍ ପାଇଁ ୧୨ କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ ମଞ୍ଜୁରୀ ।*

*୧୭-:ସରିଛି ୨୦୦୦ ଟଙ୍କିଆ ନୋଟ୍‌ ବଦଳ କିମ୍ବା ଜମା କରିବାର ଡେଡଲାଇନ୍‌। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପ୍ରଥମେ ଏହି ତାରିଖ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ରଖିଥିଲା। ଯାହାକୁ ପରେ ଅକ୍ଟୋବର ୭ ପର୍ଯ୍ୟନ୍ତ ବଢ଼ାଯାଇଥିଲା।*

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...