AFFILIATE MARKETING

https://binomo.com?a=90810425bb57&t=0

Monday, October 9, 2023

ଜୁଆଣିଆ କୃଷି ସେବା ସମବାୟ ସମିତି ଉପରେ ରହିତାଦେଶ

COASTAL NEWS ODIA 1081

ଜୁଆଣିଆ କୃଷି ସେବା ସମବାୟ ସମିତି ଉପରେ ରହିତାଦେଶ



ଆଳି- ଆଳି ବ୍ଲକ୍ ଜୁଆଣିଆ ପ୍ରାଥମିକ କୃଷି ସେବା ସମବାୟ ସମିତିର କାର୍ଯ୍ୟ ଉପରେ ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ନୂତନ ଭାବେ ହୋଇଥିବା ଜୁଆଣିଆ ପ୍ରାଥମିକ ସେବା ସମବାୟ ସମିତିର ବୈଧତାକୁ ନେଇ ଗୋବିନ୍ଦପୁର ପ୍ରାଥମିକ କୃଷି ସେବା ସମବାୟ ସମିତିର ସଭାପତି ଧନରଞ୍ଜନ ବୋଷ ରାଜ୍ୟ ସମବାୟ ପ୍ରବନ୍ଧକଙ୍କ ନିକଟରେ ଏକ ଅଭିଯୋଗ ଦାଏର କରିଥିଲେ । ଏହି ଅଭିଯୋଗ ପରେ ଗତ ଅଗଷ୍ଟ ୨୩ ତାରିଖରେ ଜୁଆଣିଆ ସମିତି ପାଇଁ ନିଯୁକ୍ତ ସଂପାଦକଙ୍କୁ ସମସ୍ତ ନଥିପତ୍ର ଓ କ୍ଷମତା ଦିଆଯିବା ପାଇଁ ଆଦେଶ ହୋଇଥିଲା । ଏହି ସମିତିର ଅନୁବନ୍ଧନ, ରସିଦ ବହି ପ୍ରଦାନ ଓ ସଂପାଦକଙ୍କୁ କ୍ଷମତା ଅର୍ପଣ ଆଦେଶ ବିରୋଧରେ ଶ୍ରୀ ବୋଷ ଓଡିଶା ଉଚ୍ଚ ନ୍ୟାୟାଳୟରେ ରିଟ୍‌ ପିଟିସନ୍‌ ନମ୍ବର ୨୯୬୭୮/୨୦୨୩ରେ ଏକ ମାମଲା ଦାଏର କରିଥିଲେ। 

ଏହି ମାମଲାକୁ ଉଚ୍ଚ ନ୍ୟାୟାଳୟ ଗ୍ରହଣ କରିବା ପ୍ରକାଶ ଯେ, ଆଳି ବ୍ଲକ ୩୪ ଗ୍ରାମ ପଞ୍ଚାୟତରେ ପୂର୍ବରୁ ସମୁଦାୟ ୧୧ ପ୍ରାଥମିକ କୃଷି ସେବା ସମବାୟ ସମିତି ରହିଥିଲା। ସରକାରଙ୍କ ନୂତନ ନିୟମ ଅନୁଯାୟୀ ନୂତନ ଭାବେ ଜୁଆଣିଆ ସମେତ ନିଆଳ, ସଂସିଧା, ଚଣ୍ଡିଆଗଡ, କୋଳିଡିହ, ଏକମାଣିଆ, ନୂଆପଡା, ପେତପଡା, ସହିରା, ଏରଡଙ୍ଗ ଆଦି ୧୦ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ଖୋଲିଥିଲା। ଗତ ଅଗଷ୍ଟ ମାସ ୨୩ ତାରିଖରେ ଏହି ୧୦ଟି ସମିତିର ନବନିଯୁକ୍ତ ସଂପାଦକମାନଙ୍କୁ ରସିଦବହି ଓ ଅନ୍ୟାନ୍ୟ ନଥିପତ୍ର ଦିଆଯାଇ ସମିତିଗୁଡିକୁ କାର୍ଯ୍ୟକ୍ଷମ କରାଯାଇଥିଲା। ଏବେ ଉଚ୍ଚ ନ୍ୟାୟାଳୟଙ୍କ ଏହି ଆଦେଶ ପରେ ଜୁଆଣିଆ ସମିତିର କାର୍ଯ୍ୟକାରୀତାରେ ପ୍ରତିବନ୍ଧକ ଦେଖାଦେଇଛି।ଏହା ସହିତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଜୁଆଣିଆ ପ୍ରାଥମିକ କୃଷି ସେବା ସମବାୟ ସମିତିର କାର୍ଯ୍ୟ ଉପରେ ମଧ୍ୟବର୍ତ୍ତୀ କାଳୀନ ରହିତାଦେଶ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନା ଥାଉକି ଜୁଆଣିଆ ସମବାୟ ସମିତି ଗଠନ ହେବା ଦିନଠାରୁ ଉଚ୍ଚ ନ୍ୟାୟାଳୟ ରେ ପିଟିସନ ଦାୟର ହୋଇଛି। ଏହା ଜାଣି ମଧ୍ୟ କେଉଁ ନିର୍ଦ୍ଦେଶ ବଳରେ ସେହି ସମିତିରେ ଋଣ ପ୍ରଦାନ କରାଯାଇଛି କେଉଁ କେଉଁ କେତେ ଟଙ୍କା ଋଣ ନେଇଛନ୍ତି । ରଣ ଟଙ୍କା କାହା ଜମା ଖାତାକୁ ଯାଇଛି ତାହା ତଦନ୍ତ କରାଯାଉ ବୋଲି ଜୁଆଣିଆ ପଞ୍ଚାୟତବାସୀ ଦାବି କରୁଛନ୍ତି । ରାଜ୍ୟ ସରକାର ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରି ଜିଲା ସମବାୟ ସମିତିର ମୁଖ୍ୟ ଅଧିକାରୀ କେବଳ ଆଳି ବ୍ଲକ ପାଇଁ ସ୍ବତନ୍ତ୍ର ନିୟମ ଜାରି କରାଯାଇଛି ।


ସମବାୟ ପରିଚାଳନା ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଆଉ କିଛି ନୂତନ ସମବାୟ ସମିତି ଗଠନ ପାଇଁ ନିଷ୍ପରି ନେଇଥିଲେ। କେନ୍ଦ୍ରାପଡା ଜିଲାରେ ମୋଟ ୧୭ଟି ନୂତନ ସମବାୟ ସମିତି ଗଠନ ପାଇଁ ଅବେଶ ଦେଇଥିଲେ । ସେଥି ମଧ୍ୟରୁ ଆଳି ବ୍ଲକରେ ନୂତନ ସମବାୟ ସମିତି ଗଠନ ପାଇଁ ପାଳିମି ଓ ଏରଡଙ୍ଗକୁ ନେଇ ଏରଡଙ୍ଗ ସମବାୟ ସମିତି, ଜୁଆଣିଆ ଓ ସଂସିଧା ଗ୍ରାମ ପଞ୍ଚାୟତ କୁ ନେଇ ଜୁଆଣିଆ ସମବାୟ ସମିତି ନୂଆପଡ଼ା ଓ ସହିରା କୁ ନେଇ ନୂଆପଡା ସମବାୟ ସମିତି ଅରେହିକଣା ଓ ଚଣ୍ଡିଆଗଡି ଗ୍ରାମ୍ ପଞ୍ଚାୟତକୁ ନେଇ ଚଣ୍ଡିଆଗଡ଼ି ସମବାୟ ସମିତି, ପଦନୀପାଳ ଓ ଦଶୀପୁର ଗ୍ରାମ ପଞ୍ଚାୟତ କୁ ନେଇ ଦଶୀପୁର ସମବାୟ ସମିତି, ଏକମାଣିଆ ଓ କୋଳଢ଼ିହ କୁ ନେଇ କୋଳଢ଼ିହ ସମବାୟ ସମିତି ଗଠନ କରିବାକୁ ଅଦେଶ ଦେଇଥିଲେ । ଆଳି ବ୍ଲକରେ ଆଗରୁ ଥିବା ୧୧ଟି ସମବାୟ ସମିତିକୁ ମିଶାଇ ୩୪ଟି ପଞ୍ଚାୟତରେ ୧୭ ଗୋଟି ସମବାୟ ସମିତି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହି ପତ୍ରରେ ମଧ୍ୟ ଉଲ୍ଲେଖ ରହିଛି ଯେଉଁ ଛଅଟି ସମବାୟ ସମିତି ଗଠନ ହେବ ତାହା ସଂପୂର୍ଣ୍ଣ ରୂପେ ଯେଉଁ ସମବାୟ ସମିତିରୁ ଅଲଗା ହୋଇଛନ୍ତି ସେମାନ ସେହି ସମବାୟ ସମିତି ଅଧୀନରେ କାର୍ଯ୍ୟ କରିବା ସହିତ ଆନୁସଙ୍ଗିକ ଜିନିଷପତ୍ର ଓ କାଗଜପତ୍ର ନେଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା କୌଣସି ଘର ଭଡ଼ା ନେଇ ସମବାୟ ସମିତି ଚଳେଇବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା l

ଏଠି ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ ନିୟମ ପୁରା ରାଜ୍ୟ ପାଇଁ ଗୋଟେ ଆଳି ବ୍ଲକ ପାଇଁ ଗୋଟେ ଏହା କିପରି ସମ୍ଭବ ଅନ୍ୟ ପଟରେ ଏହି ଅନିୟମତା ହୋଇ ନୂତନ ସମବାୟ ସମିତି ଗଠନ ମଧ୍ୟରୁ ଚାରିଗୋଟି ସମବାୟ ସମିତି ନାମରେ ଉଚ୍ଚତମ ନ୍ୟାଳୟୟରେ ପିଟିସନ ଦାୟର କରାଯାଇଥିଲା। 
ନୂତନ ସମିତି ଗଠନର ଆବଶ୍ୟକତା ନେଇ ନିଯୁକ୍ତି ପ୍ରକ୍ରିୟା ବିଜ୍ଞାପନ ଓ ମନୋନୟନ ମାଧ୍ୟମରେ ଆରମ୍ଭ କରାଯିବ । ହେଲେ କିଛି ସମବାୟ ସମିତିର ଅବସରପ୍ରାପ୍ତ କର୍ମଚାରୀ ଙ୍କ ଚଞ୍ଚକତାରେ ନୂତନ ଛଅଟି ସମବାୟ ସମିତି ଗଠନ ବଦଳରେ ୧୧ଟି ସମବାୟ ସମିତି ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ଯାହା ସଂପୂର୍ଣ୍ଣ ଭାବରେ ଅନିୟମିତତାକୁ ଦର୍ଶାଉଛି l ଆଳି ଧୋୟାଞ୍ଚଳ ର ଗୋଟେ ସମବାୟ ସମିତି ର ଜଣେ ଅବସରପ୍ରାପ୍ତ କର୍ମଚାରୀ ନିଜର ଦୁଇ ପୁଅ ଓ ପୁଅର ଶଳା ଙ୍କୁ ବେଆଇନ୍ ଭାବେ ନିଯୁକ୍ତି କରିଥିବା ଆରଟିଆଇ ମାଧ୍ୟମରେ ଜଣାପଡ଼ିଥିଲା ଓ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଅଭିଯୋଗ କରାଯାଇଥିଲା l ହେଲେ ଏ ପର୍ଯ୍ୟନ୍ତ ଅଭିଯୋଗ ପ୍ରାଶାସନିକ ଥଣ୍ଡା ବସ୍ତା ରେ ପଡି ରହିଥିବା ଅଭିଯୋଗ ହେଉଛି l

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...