AFFILIATE MARKETING

https://binomo.com?a=90810425bb57&t=0

Tuesday, October 10, 2023

ନାବାଳିକାକୁ ବୃଦ୍ଧଙ୍କ ବିବାହ ନେଇ ଅଭିଯୋଗ

COASTAL NEWS ODIA 1082

ନାବାଳିକାକୁ ବୃଦ୍ଧଙ୍କ ବିବାହ ନେଇ ଅଭିଯୋଗ


 
ଭଦ୍ରକ, ୯।୧୦ :ଭଞ୍ଜ ବିହାରୀ ମହାନ୍ତି - ଭଦ୍ରକ ଚରମ୍ପା ଅଞ୍ଚଳରେ ଜଣେ ବୃଦ୍ଧ ଜଣେ ନାବାଳିକାଙ୍କୁ ବିବାହ କରିଥିବା ନେଇ ଭଦ୍ରକ ବ୍ଲକ ସିଡିପିଓ ରାଜଶ୍ରୀ ଗୋସ୍ବାମୀ ସୋମବାର ଟାଉନ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ମା’, ଝିଅ ଚରମ୍ପାରେ ରହୁଥିବା ବେଳେ ୪ ଦିନ ତଳେ ବରାଳପୋଖରୀ ଅଞ୍ଚଳର ଉକ୍ତ ବୃଦ୍ଧ ନାବାଳିକାଙ୍କୁ ତାଙ୍କ ଘରେ ବିବାହ କରିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓ ଦେଖିବା ପରେ ଶନିବାର ସିଡିପିଓ ଏବଂ ଆସିଆନାର କର୍ମକର୍ତ୍ତା ଟାଉନ ପୋଲିସ ସହାୟତାରେ ଉଭୟଙ୍କୁ ଶିଶୁ ମଙ୍ଗଳ କମିଟି ହାଜର କରାଇଥିଲେ। ନାବାଳିକାଙ୍କୁ ଆସିଆନାର ମୁକ୍ତାଶ୍ରୟ କେନ୍ଦ୍ରକୁ ପଠାଇ ଦିଆଯାଇଥିବା ବେଳେ ବୃଦ୍ଧଙ୍କୁ ଟାଉନ ଥାନାରେ ହାଜର କରାଯାଇଥିଲା। କୌଣସି ଅଭିଯୋଗ ହୋଇ ନ ଥିବାରୁ ପଚରାଉଚରା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଟାଉନ ଥାନାଧିକାରୀ ବିରେନ୍ଦ୍ର କୁମାର ସେନାପତି କହିଥିଲେ। ସୋମବାର ସିଡିପିଓ ଏନେଇ ଟାଉନ ଥାନାରେ ଚିଠି ନଂ. ୧୨୩୯ ଅନୁସାରେ ଅଭିଯୋଗ କରିଛନ୍ତି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...