AFFILIATE MARKETING

https://binomo.com?a=90810425bb57&t=0

Tuesday, October 10, 2023

ସୁନ୍ଦରୀଙ୍କ ମାୟାଜାଲରେ ଫସିଗଲେ ଦୁଇ ବିଏସ୍‌ଏଫ୍‌ ଯବାନ

COASTAL NEWS ODIA 1083

ସୁନ୍ଦରୀଙ୍କ ମାୟାଜାଲରେ ଫସିଗଲେ ଦୁଇ ବିଏସ୍‌ଏଫ୍‌ ଯବାନ



ପୁରୀ - ଭଞ୍ଜ ବିହାରୀ ମହାନ୍ତି - ଓଡ଼ିଆ ସୁନ୍ଦରୀଙ୍କ ମାୟାଜାଲରେ ଫସିଗଲେ ଦୁଇ ବିଏସ୍‌ଏଫ୍‌ ଯବାନ। ଖାଲି ଫସିଗଲେନି, ଖୋଳ ହୋଇଗଲେ। ବାପାଙ୍କ ଦେହ ଖରାପ ହୋଇଛି କହି ଦୁଇ ବିଏସ୍‌ଏଫ୍‌ ଯବାନଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଗଲେ ସୁନ୍ଦରୀ। ଆଉ ଏବେ ଧରାଛୁଆଁ ଦେଉନାହାନ୍ତି। ଏପରି ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।

ପୂରା ଘଟଣା ଏମିତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଉଦୟଗିରି ଗାଁର ସନ୍ତୋଷ କୁମାର ରଣସିଂହ। ସେ ହେଉଛନ୍ତି ଜଣେ ବିଏସ୍‌ଏଫ୍‌ ଯବାନ। ଫେସ୍‌ବୁକ୍‌ରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ପଦ୍ମାରାଣୀ(ଛଦ୍ମନାମ)ଙ୍କ ସହିତ ତାଙ୍କର ବନ୍ଧୁତା ଗଢ଼ି ଉଠିଥିଲା। ଉଭୟଙ୍କ ଭିତରେ ଚାଟିଂ ଚାଲିଥିଲା। ୨୦୨୨ ମସିହା ନଭେମ୍ବରରେ ସନ୍ତୋଷଙ୍କୁ ଫୋନ୍‌ କରିଥିଲେ ପଦ୍ମାରାଣୀ। କଥା ବାର୍ତ୍ତା ଭିତରେ ଦୁର୍ଘଟଣାରେ ବାପା ଆହତ ହୋଇଥିବା ପଦ୍ମାରାଣୀ କହିଥିଲେ। ତାଙ୍କ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ମାଗିଥିଲେ ପଦ୍ମାରାଣୀ। ତାଙ୍କ ସରଳ କଥାକୁ ବିଶ୍ୱାସ କରି ୨୦୨୩ ଏପ୍ରିଲ୍‌ ୨୩ ତାରିଖରେ ପଦ୍ମାରାଣୀଙ୍କ ମାଆଙ୍କ SBI ଏକାଉଣ୍ଟରେ ଦୁଇ ଲକ୍ଷ ଟଙ୍କା ଜମା କରିଥିଲେ ସନ୍ତୋଷ।

ତା’ପରେ ପଦ୍ମାରାଣୀ ଆଉ କିଛି ଟଙ୍କା ମାଗିଥିଲେ। ଏଥର ମଧ୍ୟ ବାପାଙ୍କ ଚିକିତ୍ସାର ବାହାନା କରିଥିଲେ। ତେଣୁ ସନ୍ତୋଷ ଫୋନ୍‌ ପେ’ ମାଧ୍ୟମରେ କେତେବେଳେ ୫୦ ହଜାର ତ ଆଉ କେତେବେଳେ ୬୦ ହଜାର ଟଙ୍କା ଦେଇଥିଲେ। ଆଉ କେତେବେଳେ ୪୦ ହଜାର ଟଙ୍କା ଫୋନ୍‌ ପେ’ ମାଧ୍ୟମରେ ସନ୍ତୋଷ ଦେଇଥିଲେ। ମୋଟ୍‌ ୪ ଲକ୍ଷ ଟଙ୍କା ସନ୍ତୋଷ ଦେଇଛନ୍ତି। ପରେ ସନ୍ତୋଷ ଛୁଟିରେ ଘରକୁ ଆସିଥିଲେ। ଘରେ ପହଞ୍ଚିବା ପରେ ପଦ୍ମାରାଣୀଙ୍କୁ ଟଙ୍କା ମାଗିଥିଲେ।

ଟଙ୍କା ନେବା ପାଇଁ ଅଣ୍ଡେଇପଲ୍ଲୀ ଗାଁକୁ ଡାକି ଥିଲେ ପଦ୍ମାରାଣୀ। ସନ୍ତୋଷ ତାଙ୍କ ଘରକୁ ଯାଇଥିଲେ। ପାଖରେ କ୍ୟାସ୍‌ ନଥିବାରୁ ଚେକ୍‌ ଦେଇଥିଲେ ପଦ୍ମାରାଣୀ। ପଦ୍ମାରାଣୀ ଚେକ୍‌ ଦେଇଥିଲେ। ସେହି ଚେକ୍‌କୁ ଧରି ଫେରିଥିଲେ ସନ୍ତୋଷ। ପରବର୍ତ୍ତୀ ସମୟରେ ସେ ବ୍ୟାଙ୍କରେ ଜମା କରିଥିଲେ ଚେକ୍‌। ହେଲେ ସେହି ଚେକ୍‌ ବ୍ରାଉନ୍ସ ହୋଇଥିଲା। ସନ୍ତୋଷ ଏନେଇ ଗତ ଶନିବାର ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ସନ୍ତୋଷଙ୍କ ପରି ସମାନ ଢଙ୍ଗରେ ଠକାମୀରେ ଶିକାର ହୋଇଛନ୍ତି ସମର କୁମାର ନାୟକ। ଭଦ୍ରକ ଗ୍ରାମାଞ୍ଚଳରେ ତାଙ୍କ ଘର। ସେ ହେଉଛନ୍ତି ଭାରତୀୟ ସେନାର ଜଣେ ଯବାନ। ଏବେ ଜମ୍ମୁରେ ଚାକିରି କରୁଛନ୍ତି। ପଦ୍ମାରାଣୀ ତାଙ୍କୁ ଫସାଇଛନ୍ତି। ବିପୁଳ ଟଙ୍କା ଠକି ନେଇଛନ୍ତି। ନଗଦ ୧୨ ଲକ୍ଷ ଓ ଋଣ ଆକାରରେ ୪ ଲକ୍ଷ ୬୦ ହଜାର ଟଙ୍କା ପଦ୍ମାରାଣୀ ନେଇ ଯାଇଛନ୍ତି। ହେଲେ ସେହି ଟଙ୍କା ଫେରାଉ ନାହାନ୍ତି। ରବିବାର ସକାଳେ ସମର ଏନେଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭଯୋଗ କରିଛନ୍ତି।

ସନ୍ତୋଷ ଓ ସମରଙ୍କ ଅଭିଯୋଗକୁ ଗ୍ରହଣ କରି ପୁଲିସ୍‌ ମାମଲାର ତଦନ୍ତ ଚଳାଇଛି। ଠକେଇ କରିଥିବା ଯୁବତୀଙ୍କୁ ଥାନାକୁ ଡାକି ଘନ ଘନ ପଚରାଉଚରା କରୁଛି। ଗତ ଦୁଇ ଦିନ ହେଲା ପୁଲିସ୍‌ ତାଙ୍କୁ ଜେରା କରୁଛି। ହେଲେ ତାଙ୍କ ବୟାନ୍‌ରେ ତାଳମେଳ ରହୁଥିବା ଅଭିଯୋଗ ହେଉଛି। ଯୁବତୀ ଜଣକ କେତେବେଳେ କହୁଛନ୍ତି ସେ ସମରଙ୍କୁ ବିବାହ କରିଛନ୍ତି ତ ଆଉ କେତେବେଳେ କହୁଛନ୍ତି ସମର ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି। ଦୁଷ୍କର୍ମ ଉଦ୍ୟମ ନେଇ ସେ ସମରଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ହେଲେ ସନ୍ତୋଷଙ୍କଠାରୁ ନେଇ ଥିବା ଟଙ୍କା ସମ୍ପର୍କରେ ଯୁବତୀ ଜଣକ ମୁହଁ ଖୋଲୁନାହାନ୍ତି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...