AFFILIATE MARKETING

https://binomo.com?a=90810425bb57&t=0

Tuesday, October 10, 2023

୧୮୫ କିଲୋ ଓଜନର ରୁଟି

COASTAL NEWS ODIA 1084

୧୮୫ କିଲୋ ଓଜନର ରୁଟି


 
ଜୟପୁର: ଭଞ୍ଜ ବିହାରୀ ମହାନ୍ତି - ଘରେ ରୁଟି ତିଆରି ହେଉଥିବା ତ ସମସ୍ତେ ଦେଖିଥିବେ। ହେଲେ ଜଣେ ବ୍ୟକ୍ତି ତାଙ୍କ ଜନ୍ମଦିନରେ ଏପରି ଏକ ରୁଟି ପ୍ରସ୍ତୁତ କରିଛନ୍ତି, ଯାହା ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ସାମିଲ ହୋଇଛି। ରାଜସ୍ଥାନର ଭିଲୱାଡା ସହରର କୈଳାସ ସୋନି ତାଙ୍କ ଜନ୍ମଦିନକୁ ଭିନ୍ନ ଢଙ୍ଗରେ ପାଳିଛନ୍ତି। ସେ ୧୮୫ କିଲୋ ଓଜନର ଏକ ବଡ଼ ରୁଟି ତିଆରି କରିଛନ୍ତି। 

ପୂର୍ବରୁ ଜାମନଗରର ଜଣେ ବ୍ୟକ୍ତି ୧୪୫ କିଲୋ ଓଜନର ଏକ ରୁଟି ପ୍ରସ୍ତୁତ କରି ଏହି ରେକର୍ଡ କରିଥିଲେ। ଅନେକ ବ୍ୟକ୍ତି ତାଙ୍କ ଜନ୍ମଦିନକୁ ମନେରଖିବା ପାଇଁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଥିବାବେଳେ କୈଳାସ ନିଜ ସହରର ନାମ ରଖିବାକୁ ସେ ବିଶ୍ୱର ସବୁଠୁ ବଡ଼ ରୁଟି ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଦେଶର ବିଭିନ୍ନ ରାଜ୍ୟରୁ ୨୧ ଜଣ କାରିଗର ନିଯୁକ୍ତ ହୋଇଥିଲେ। ରୁଟି ପାଇଁ ୨ ହଜାର ଇଟାରେ ମଧ୍ୟ ଚୁଲି ପ୍ରସ୍ତୁତ କରାଗଲା। ଏଥିରେ ୨ ହଜାର କିଲୋ କୋଇଲା ଏବଂ ଶୁଦ୍ଧ ମାଟି ମଧ୍ୟ ମିଶାଯାଇଥିଲା। 

ରୁଟି ପାଇଁ ୧୭୧ କିଲୋ ଅଟା ଏବଂ ମଇଦା, ୧୫ କିଲୋ ଦେଶୀ ଘିଅ, ୫୦ ଲିଟର ପାଣିର ବ୍ୟବହାର କରାଯାଇଥିଲା। ରୁଟିକୁ ତିଆରି ସକାଳୁ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୫ଟା ୩୦ ସମୟରେ ସରିଥିଲା। ହରି ସେବା ଉଦାସୀନ ଆଶ୍ରମରେ ରୁଟି ପ୍ରସ୍ତୁତ ହେବା ପରେ ଏଠାକୁ ଆସିଥିବା ଭକ୍ତଙ୍କୁ ଏକ ତରକାରି ସହିତ ରୁଟିକୁ ପ୍ରସାଦ ରୂପରେ ବଣ୍ଟାଯାଇଥିଲା।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...