AFFILIATE MARKETING

https://binomo.com?a=90810425bb57&t=0

Monday, October 9, 2023

ବେଲଗାମ୍ ଚୋର ଥାନା ନିକଟରେ ମୋବାଇଲ୍ ଦୋକାନ ଲୁଟ ତ ଦିନ ଦ୍ଵିପ୍ରହରରେ ଶିକ୍ଷୟିତ୍ରୀଙ୍କ ଘରେ ଲୁଟ୍

COASTAL NEWS ODIA 1076



ବେଲଗାମ୍ ଚୋର ଥାନା ନିକଟରେ ମୋବାଇଲ୍ ଦୋକାନ ଲୁଟ ତ ଦିନ ଦ୍ଵିପ୍ରହରରେ ଶିକ୍ଷୟିତ୍ରୀଙ୍କ ଘରେ ଲୁଟ୍ 


ଆଳି (CNO) ଆଳି ଥାନାଠୁ ମାତ୍ର ୨୦୦ ମିଟର ଦୂରରେ ଥିବା ଏକ ମୋବାଇଲ ଦୋକାନରୁ ଗତକାଲି ରାତିରେ ଲୁଟେରାମାନେ ଲକ୍ଷାଧୂକ ଟଙ୍କାର ମୋବାଇଲ ସମେତ ୫୦ ହଜାର ଟଙ୍କା ଚୋରି କରିନେଇଛନ୍ତି। ଏନେଇ ଆଜି ଆଳି ଥାନାରେ ନୂଆବଜାରରେ ମୋବାଇଲ ଦୋକାନ କରିଥିବା ରମେଶ ବେହେରା ଏତଲା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ସିସିଟିଭି ଫୁଟେଜ୍‌ ଅନୁସନ୍ଧାନ ଚଳାଇଛି।

ଖବର ମୁତାବକ ଗତକାଲି ରାତିରେ ରମେଶ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ରବିବାର ସକାଳେ ଦୋକାନ ସଟର ଉଠାଇବାରୁ ପରେ ଦୋକାନରୁ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। କେହି ଦୁର୍ବୃତ୍ତ ଦୋକାନ ଆଜବେଷ୍ଟସ୍‌ ଆଧାରରେ ଆଜବେଷ୍ଟସ୍ ଭାଙ୍ଗି ଦୋକାନରୁ ଚୋରି ଖୋଲି ସିଲିଂ ବାଟେ ଦୋକାନ ଭିତରେ ପଶି ନଗଦ ୫୦ ହଜାର ଟଙ୍କା ସମେତ ପ୍ରାୟ ଦେଢ଼ ଲକ୍ଷ ଟଙ୍କାର ମୋବାଇଲ ଫୋନ ଚୋରିକରି ନେଇଛି । ଦୋକାନ ଭିତରେ ଲାଗିଥିବା ସିସିଟିଭି ଫୁଟେଜରେ ଲୁଟେରାର କାରନାମା ସମ୍ପୂର୍ଣ୍ଣ ଭାବେ କୟଦ୍ ହୋଇଛି।

ଶୁକ୍ରବାର ଦିନ କଟକ -ଚାନ୍ଦବାଲି ମୁଖ୍ୟ ରାସ୍ତାର ଈଶାଣେଶ୍ଵର ମନ୍ଦିର ନିକଟରେ ଘର କରି ରହୁଥିବା ଅନୁସୂୟା ପାଣ୍ଡବ ନାମକ ଜଣେ ଶିକ୍ଷୟିତ୍ରୀ ସ୍କୁଲକୁ ଯାଇ ଘରକୁ ଫେରିବା ବେଳେକୁ ଘର ତାଲା କଟା ହୋଇ ଲକ୍ଷାଧୁକ ଟଙ୍କାର ସୁନାଗହଣା ସମେତ ନଗଦ ଟଙ୍କା ଲୁଟି ଚୋରି ହୋଇଥିଲା। ଦୁଇ ଦିନରେ ଦୁଇ ଦୁଇଟି ଚୋରି ଘଟଣା ଆଳି ପୁଲିସ ପାଇଁ ଚିନ୍ତାର ବିଷୟ ହୋଇଛି। 

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...