AFFILIATE MARKETING

https://binomo.com?a=90810425bb57&t=0

Monday, October 9, 2023

ଖାଲି ପଡିବ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ୧ ଲକ୍ଷ ୨୯ ହଜାର ୨୨୭ଟି ପଦ

COASTAL NEWS ODIA 1075

ଖାଲି ପଡିବ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ୧ ଲକ୍ଷ ୨୯ ହଜାର ୨୨୭ଟି ପଦ 



ଭୁବନେଶ୍ବର : ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ୧ ଲକ୍ଷ ୨୯ ହଜାର ୨୨୭ଟି ପଦ ଖାଲି ପଡିବ। ସେଥିମଧ୍ୟରୁ ସରକାର ୯୮ ହଜାର ୭୫ଟି ପଦରେ ନିଯୁକ୍ତି ମନୋନୟନକାରୀ ସଂସ୍ଥା ଗୁଡିକ ଦ୍ବାରା ନିଯୁକ୍ତି ଦିଆଯିବାର ଲକ୍ଷ୍ୟରହିଛି। ପରବର୍ତ୍ତୀ ସମୟରେ ବଳକା ୩୧ ହଜାର ୧୫୨ଟି ପଦ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ନିଯୁକ୍ତି ନିମନ୍ତେ ବିଭାଗଗୁଡିକ ପକ୍ଷରୁ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିବାକୁ ନିର୍ଦେଶ ଦିଆଯାଇଛି। ସର୍ବାଧିକ ପଦ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ରାଜସ୍ବ, ଗୃହ ଏବଂ ପଞ୍ଚାୟତିରାଜ ବିଭାଗରେ ପଡିଛି। ସ୍ବାସ୍ଥ୍ୟସେବା ଓ ଶିକ୍ଷାକୁ ଗୁରୁତ୍ବ ଦିଆଯାଉ ଥିବାବେଳେ ଏସବୁ ବିଭାଗରେ ପଦ ଖାଲି ପଡିବା ନିଶ୍ଚିତ ଚିନ୍ତାଜନକ। ବିଭାଗଗୁଡିକର ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି, ବଜେଟ ଅନୁଦାନ ଅର୍ଥ ଖର୍ଚ୍ଚ, ରାଜସ୍ବ ସଂଗ୍ରହ ଏବଂ ନିଯୁକ୍ତି ଉପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସାଧାରଣପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ନିଯୁକ୍ତି ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। 

ସାଧାରଣ ପ୍ରଶାସନ ବିଭାଗର ତଥ୍ୟାନୁଯାୟୀ, ଗତ ଜୁଲାଇ ଶେଷ ସୁଦ୍ଧା ବିଭିନ୍ନ ବିଭାଗରେ ମୋଟ ୧ ଲକ୍ଷ ୧୮ହଜାର ୯୨୩ଟି ପଦ ଖାଲି ପଡିଥିଲା। ସେଥିମଧ୍ୟରୁ ୫୦ ହଜାର ୪୬୯ଟି ପଦ ପୂରଣ ପାଇଁ ପ୍ରକ୍ରିୟା ଚାଲିଛି। ୬୦ ହଜାର ୪୫୪ଟି ପଦ ପୂରଣ ପାଇଁ ନିଷ୍ପତ୍ତି ନିଆଯାଇ ନାହିଁ; କିନ୍ତୁ ଏ ବର୍ଷ ଡିସେମ୍ବର ୩୧ସୁଦ୍ଧା ସମସ୍ତ ବିଭାଗରୁ ଅନେକ କର୍ମଚାରୀ ଅବସର ଗ୍ରହଣ କରିବାକୁ ଯାଉଛନ୍ତି। ଫଳରେ ବିଭାଗଗୁଡିକରେ ଆହୁରି ପଦ ଖାଲି ପଡିବ। ଏହି ସଂଖ୍ୟା ୧ ଲକ୍ଷ ୨୯ ହଜାର ୨୨୭ ଛୁଇଁବ। ଖାଲି ପଡିବାକୁ ଯାଉଥିବା ପଦଗୁଡିକ ମଧ୍ୟରୁ ୯୮ହଜାର ୭୫ଟି ପୂରଣ କରିବାକୁ ନିଯୁକ୍ତିଅନୁମୋଦନ କମିଟିରେ ନିଷ୍ପତ୍ତି ନିଆଯାଇଛି। ଯେଉଁ ପଦଗୁଡିକ ଖାଲି ରହିବ ନିଯୁକ୍ତି ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ୫୦ ହଜାର ୯୧୧ ଶିକ୍ଷକ ଓ ଅଣଶିକ୍ଷକ ପଦ ୩୯ ହଜାର ୮୭୦ଟି ପଦ ପୂରଣ କରାଯିବ। ବାକି ୧୧ ହଜାର ୨୪୧ ପଦବୀ ପୂରଣ ପାଇଁ ନିଷ୍ପତ୍ତି ହୋଇନାହିଁ। ବର୍ତ୍ତମାନ ପରିସ୍ଥିତିରେ ଉଚ୍ଚ ବିଦ୍ୟାଳୟରେ ୭ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ନିଯୁକ୍ତି ପାଇଁ ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ(ଓଏସଏସସି)ଦ୍ବାରା ମୁଖ୍ୟ ପରୀକ୍ଷା ସରିଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦ ହଜାର (ଜେଟିଏସ୍‌) ଶିକ୍ଷକ ନିଯୁକ୍ତି ପାଇଁ ଓସେପା ପକ୍ଷରୁ ଆବେଦନ ପ୍ରକ୍ରିୟା ଚାଲିଛି। 

୨୦୧୮ରେ ସରକାର ଶିକ୍ଷକ ନିଯୁକ୍ତି ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ନିଯୁକ୍ତି ଦିଆଯାଇ ନାହିଁ। ଫଳସ୍ବରୂପ ବିଦ୍ୟାଳୟରେ ଶିକ୍ଷକ ପଦ ଖାଲି ପଡିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ବାଧାସୃଷ୍ଟି ହେଉଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଛି। ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଡାକ୍ତର, ସେବିକା ସହ ଅନ୍ୟାନ୍ୟ ପଦକୁ ମିଶାଇ ୩୨ ହଜାର ୧୪୦ଟି ଖାଲି ପଡିବାକୁ ଯାଉଥିବା ବେଳେ ସେଥିରୁ ୩୧ ହଜାର ୫୦୭ ପଦବୀ ପୂରଣ କରାଯିବ। ନିକଟରେ ଓପିଏସ୍‌ସି ଦ୍ବାରା ଡାକ୍ତର ନିଯୁକ୍ତି ଦିଆଯାଇ ଥିବାବେଳେ ଓଏସ୍‌ଏସ୍‌ଏସ୍‌ସି ଦ୍ବାରା ସେବିକା ଏବଂ ଟେକ୍ନିସିଆନ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି।


ପଦଗୁଡିକ ପୂରଣ ପାଇଁ ସମ୍ପୃକ୍ତ ବିଭାଗ ଗୁଡିକ ନିଜସ୍ତରରେ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦେଶ ରହିଛି। ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ନେଇ କ୍ୟାବିନେଟରେ ଅନୁମୋଦନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ଅଧିକ ପଦ ଖାଲି ପଡିବାକୁ ଯାଉଥିବାରୁ ଶୀଘ୍ର ନିଯୁକ୍ତି ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ କୁହାଯାଇଛି। ରାଜସ୍ବ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଏବଂ ଜଳ ସମ୍ପଦ ସହ ଅନ୍ୟାନ୍ୟ ବିଭାଗଗୁଡିକ ନିଯୁକ୍ତି ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବଙ୍କୁ ପରାମର୍ଶ ଦେଇଛନ୍ତି।

No comments:

COASTAL NEWS

COASTAL NEWS ODIA 1903 ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର

COASTAL NEWS ODIA 1903  ଭାରତୀୟଙ୍କ ସୋଲାର ପ୍ୟାନେଲ ଉପରେ ଆମେରିକାର ନଜର ୱାଶିଂଟନ୍ - (CNO) ଆମେରିକା ସୋଲାର ପ୍ୟାନେଲଗୁଡିକର ବ୍ୟବସାୟ ଏକଚାଟିଆ କରିବାକୁ ଚେଷ...