AFFILIATE MARKETING

https://binomo.com?a=90810425bb57&t=0

Saturday, October 7, 2023

ଇସ୍ରାଏଲରେ ଯୁଦ୍ଧ ପରିସ୍ଥିତି ଘୋଷଣା

COASTAL NEWS ODIA 1059

ଇସ୍ରାଏଲରେ ଯୁଦ୍ଧ ପରିସ୍ଥିତି ଘୋଷଣା 



ଇସ୍ରାଏଲ - ଭଞ୍ଜ ବିହାରୀ ମହାନ୍ତି - ପାଲେଷ୍ଟାଇନର ଗାଜାରୁ ହାମସା ଆତଙ୍କବାଦୀମାନେ ରକେଟ ମାଡ଼ କରିବା ପରେ ଇସ୍ରାଏଲରେ ଯୁଦ୍ଧ ପରିସ୍ଥିତି ଘୋଷଣା ହୋଇଛି। ମାତ୍ର ୨୦ ମିନିଟରେ ହାମସା ପକ୍ଷରୁ ୫ ହଜାର ରକେଟ ଇସ୍ରାଏଲ ଉପରେ ମାଡ଼ କରାଯିବାରୁ ୪୦ ଜଣଙ୍କ ଜୀବନ ଗଲାଣି। ଆତଙ୍କବାଦୀମାନେ ଇସ୍ରାଏଲର କିଛି ସହରରେ ମଧ୍ୟ ପ୍ରବେଶ କରି ତାଣ୍ଡବ ରଚିଛନ୍ତି।

ସ୍ଥିତି ଦନିକୁ ଦିନ ବିଗିଡ଼ିବାରୁ ଭାରତ ସରକାର ଇସ୍ରାଏଲରେ ଥିବା ନିଜ ଦେଶର ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି। ଇସ୍ରାଏଲରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନାଗରିକମାନଙ୍କୁ ସ୍ଥିତି ପ୍ରତି ସତର୍କ ରହିବା ସହ ସୁରକ୍ଷା ପ୍ରୋଟକଲ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ଦୂତାବାସ ଜାରି କରିଥିବା ବିବୃତିରେ କହିଛି ଯେ ଇସ୍ରାଏଲରେ ସୃଷ୍ଟି ହୋଇଥିବା ସ୍ଥିତିକୁ ଦୃଷ୍ଟିରେ ରଖି ‌ଏଠାରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ସେମାନେ ସ୍ଥାନୀୟ ପ୍ରଶାସନ ଜାରି କରୁଥିବା ସୁରକ୍ଷା ପ୍ରୋଟକଲକୁ ପାଳନ କରନ୍ତୁ।

ଦୟା କରି ଅତ୍ୟନ୍ତ ସତର୍କ ରୁହନ୍ତୁ ଓ ଅଯଥା ରାସ୍ତାରେ ବୁଲନ୍ତୁ ନାହିଁ। ସୁରକ୍ଷିତ ସ୍ଥାନରେ ଯଥା ସମ୍ଭବ ରହିବାକୁ ଚେଷ୍ଟା କରନ୍ତୁ। ଜରୁରୀ ପରିସ୍ଥିତିରେ ଦୂତାବାସ କର୍ମଚାରୀଙ୍କ ସହ କଥା ହୁଅନ୍ତୁ ବୋଲି ମଧ୍ୟ ଜାରି ହୋଇଥିବା ବିବୃତିରେ କୁହାଯାଇଛି।

ହାମସାର ରକେଟ ମାଡ଼ ପରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନହ୍ୟୁ ଶନିବାର ସକାଳେ ଷ୍ଟେଟ ଅଫ ୱାର ବା ଯୁଦ୍ଧ କାଳୀନ ପରିସ୍ଥିତି ସମ୍ପର୍କରେ ଘୋଷଣା କରିଛନ୍ତି।

ସେ କହିଛନ୍ତି, “ଆମେ ଯୁଦ୍ଧରେ ଅଛୁ ଓ ଆମେ ଜିତିବୁ। ଆମ ଶତ୍ରୁ ଏମିତି ପାନେ ପାଇବେ, ଯାହା କାହାକୁ ବି ଜଣାନାହିଁ।” ନେତାନହ୍ୟୁଙ୍କ ଯୁଦ୍ଧ ଘୋଷଣା ପରେ ଇସ୍ରାଏଲ ବାୟୁସେନା ପକ୍ଷରୁ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଆଇରନ ସୋର୍ଡସ ଆରମ୍ଭ ହୋଇଛି। ଗାଜା ଷ୍ଟ୍ରିପରେ ଥିବା ହାମସାର ଏକାଧିକ କ୍ୟାମ୍ପ ଉପରେ ସେମାନେ ମିଶାଇଲ ମାଡ଼ ଆରମ୍ଭ କରିଛନ୍ତି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...