AFFILIATE MARKETING

https://binomo.com?a=90810425bb57&t=0

Saturday, October 7, 2023

ଗ୍ରାଭିଟୀ ଜେଟ୍‌ ସୁଟର ପାଇଲଟ୍‌ ପଲ୍‌ ରବର୍ଟ ଜୋନ୍ସ ଶୂନ୍ୟରେ ଉଡ଼ିଲେ

COASTAL NEWS ODIA 1058

ଗ୍ରାଭିଟୀ ଜେଟ୍‌ ସୁଟର ପାଇଲଟ୍‌ ପଲ୍‌ ରବର୍ଟ ଜୋନ୍ସ ଶୂନ୍ୟରେ ଉଡ଼ିଲେ 



କେରଳ - ଭଞ୍ଜ ବିହାରୀ ମହାନ୍ତି - ଭାବନ୍ତୁ ତ ଆପଣ ମାର୍କେଟ ଯାଇଛନ୍ତି ଆଉ ସେଠାରେ ଆପଣଙ୍କ ମଧ୍ୟରୁ ଜଣେ ଲୋକ ହଠାତ୍‌ ଶୂନ୍ୟରେ ଉଡିବାକୁ ଲାଗିବେ । ଆପଣଙ୍କୁ କେମିତି ଲାଗିବ ? ନିହାତି ଭାବେ ଆପଣ ସରପ୍ରାଇଜ୍‌ ହୋଇଯିବେ । ଆଉ ଭାବିବାକୁ ଲାଗିବେ କଣ ସତରେ ଏମିତି ହେଉଛି । ସତରେ କଣ ଜଣେ ମଣିଷ ଆକାଶରେ ଏତେ ବଢ଼ିଆ ଭାବେ ଉଡିପାରୁଛି । 

ଠିକ୍‌ ଏମିତି ହିଁ ରିଆକସନ୍‌ ଦେଇଥିଲେ ଲୋକେ ଯେତେବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ଏମିତି ଶୂନ୍ୟରେ ଉଡିବାର ଦେଖିଲେ । କୋଚିର ଗ୍ରାଣ୍ଡ ହାୟତ ହୋଟେଲ ଆଗରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ ଏହି ବ୍ୟକ୍ତିଙ୍କୁ ଦେଖିବାକୁ । ଲୋକଙ୍କ ଆଖି ସାମ୍ନାରେ ହିଁ ଏ ବ୍ୟକ୍ତି ଜଣଙ୍କ ଏକଦମ୍‌ ଆରାମରେ ଶୂନ୍ୟରେ ଉଡୁଥିଲେ । ଯାହାକୁ ଦେଖି ନିଜ ଆଖିକୁ ବି ବିଶ୍ୱାସ କରିପାରୁନଥିଲେ ଲୋକମାନେ ।

ଏ ବ୍ୟକ୍ତିଙ୍କୁ ଦେଖିବାକୁ ଯେପରି ମେଳା ଭଳି ଭିଡ ଲାଗିଥିଲା ଲୋକଙ୍କର । ଖାଲି ସାଧାରଣ ଲୋକମାନେ ନୁହେଁ ଗର୍ଭନର ଆରିଫ ମହମ୍ମଦ ଖାନ୍‌ ବି ବ୍ୟକ୍ତିଙ୍କର ଏଭଳି ଚମତ୍କାର ପ୍ରଦର୍ଶନ ଦେଖି ତାଳି ମାରିଲେ । ଫିଲ୍ମ କିମ୍ବା ସ୍ୱପ୍ନରେ ଦେଖିଥିବା ଏ ଚିତ୍ରକୁ ବାସ୍ତବରେ ଦେଖିବାକୁ ଲୋକମାନେ ବି ଭାରି ଉତ୍ସାହିତ ଥିଲେ । ଏବଂ ତାଳି ମାରି ବ୍ୟକ୍ତିଙ୍କୁ ଉତ୍ସାହିତ କରୁଥିଲେ ।

ଗ୍ରାଭିଟୀ ଜେଟ୍‌ ସୁଟର ପାଇଲଟ୍‌ ପଲ୍‌ ରବର୍ଟ ଜୋନ୍ସ କେରଳ ପୋଲିସ ଦ୍ୱାରା ଆୟୋଜିତ ଏକ ଅନ୍ତରାଷ୍ଟ୍ରୀୟ ସାଇବର ସମ୍ମୀଳନୀ c0c0n ର ୧୬ତମ ଏଡିସନରେ ଏହି ଚମତ୍କାର ପ୍ରଦର୍ଶନ କରିଛନ୍ତି । ଯାହାକୁ ଦେଖି ଏକଦମ ଚମକିପଡିଳେ ଲୋକେ । ପଲ୍‌ ଗ୍ରାଣ୍ଡ ହାୟତର ହେଲିପ୍ୟାଡରୁ ନିଜର ପ୍ରଥମ ଉଡାଣ ଭରିଲେ । ଗ୍ରାଭିଟୀ ସୁଟ୍‌ ପିନ୍ଧି ମଇଦାନରେ ପହଁଚି ପଲ୍‌ ଉଡାଣ ଭରିବା ପୂର୍ବରୁ ଲୋକମାନଙ୍କୁ ଅଭିବାଦନ କରିଥିଲେ । ସେ ଉଡାଣ ଭରିବା ପରେ ତଳେ ଥିବା ଲୋକଙ୍କୁ ଅଭିବାଦନ ଜଣାଇଲେ । ସେ ଶୂନ୍ୟରେ ଉଡିବା ପରେ ବହୁତ ଆରାମରେ ବି ଆସି ଭୂମିରେ ପହଁଚିଲେ । ଯାହାପରେ ତାଙ୍କୁ ସ୍ୱାଗତ ଜଣାଇଲେ ଲୋକେ ।

ତେବେ କହିରଖିବାକୁ ଚାହିଁବୁ ଯେ ଏହା ପଲଙ୍କର ୫୨୭ତମ ଉଡାଣ ଥିଲା । ଅର୍ଥାତ୍‌ ଏହାପୂର୍ବରୁ ସେ ୫୨୬ ଥର ଏମିତି ଆକାଶରେ ଉଡିସାରିଛନ୍ତି । ଏହି ଗ୍ରାଭିଟୀ ଇଣ୍ଡସଟ୍ରିଆଲ ଜେଟ୍‌ ସୁଟକୁ ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା ଏବଂ ଯୁଦ୍ଧ ସମୟରେ ଲୋକଙ୍କୁ ରକ୍ଷା କରିବା ଏବଂ ସାହାଯ୍ୟ କରିବ ପାଇଁ ୨୦୧୭ରେ ଲଞ୍ଚ୍‌ କରାଯାଇଥିଲା । ଏହା ୮୦ ମାଇଲ ପ୍ରତି ଘଣ୍ଟା ପର୍ଯ୍ୟନ୍ତ ଗତିରେ ଉଡିପାରେ । ଏଥିରେ ଗୋଟେ ଥରରେ ୪.୩୦ ମିନିଟ୍‌ ପର୍ଯ୍ୟନ୍ତ ଉଡାଣ ଭରିହେବ ।

ଏହି ଭିଡିଓ ଏବେ ଇଣ୍ଟରନେଟରେ ଛାଇ ଯାଇଛି । ଯାହାକୁ ଖୁବ୍‌ ପସନ୍ଦ କରୁଛନ୍ତି ଲୋକେ । ତେବେ ଆପଣ ବି ଦେଖନ୍ତୁ କେମିତି ଏ ବ୍ୟକ୍ତି ଜଣଙ୍କ କେତେ ବଢ଼ିଆ ଢ଼ଙ୍ଗରେ ଆକାଶରେ ଉଡୁଛନ୍ତି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...