AFFILIATE MARKETING

https://binomo.com?a=90810425bb57&t=0

Saturday, October 7, 2023

ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ

COASTAL NEWS ODIA 1060

ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ 




ଭୁବନେଶ୍ବର - ଭଞ୍ଜ ବିହାରୀ ମହାନ୍ତି - ଭୁବନେଶ୍ୱର ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ୨୦୨୪ ଜାନୁୟାରୀ ପହିଲା ନୂଆବର୍ଷ ଦିନ ଶିଳାନ୍ୟାସ କରାଯିବ । ୪ବର୍ଷ ମଧ୍ୟରେ ଏହି ମେଟ୍ରୋ ଟ୍ରେନ ନିର୍ମାଣ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ଏବାବଦରେ ମୋଟ ୫୯୨୯କୋଟି ଟଙ୍କା ଖର୍ଚ୍ଚ ହେବ । ସମସ୍ତ ପ୍ରକଳ୍ପ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ମେଟ୍ରୋ ଟ୍ରେନର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର)କୁ ଅନୁମୋଦନ କରିଛନ୍ତି ଏବଂ ଏହି ପ୍ରକଳ୍ପ ଫାଇଭ-ଟି ଉପକ୍ରମରେ ହାତକୁ ନିଆଯାଇଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ ଚଳାଚଳ କରିବ । ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ଓ ୪୮ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରାଯିବ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ପ୍ରକଳ୍ପକୁ ୨୦୨୪ ଜାନୁୟାରୀ ପହିଲାରେ ଶିଳାନ୍ୟାସ କରିବେ । ପ୍ରକଳ୍ପ ସହ ଜଡ଼ିତ ସବୁ ଏଜେନ୍ସୀଗୁଡ଼ିକ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ  ପରାମର୍ଶ ଦେଇଛନ୍ତି । ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି, ଯିଏକି ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନେବେ । 

୨୦୨୩-୨୪ ଆର୍ଥିକ ବର୍ଷରେ ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ୨୧୦କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଭୁବନେଶ୍ୱର ବିମାନ ବନ୍ଦରଠୁ ତ୍ରିଶୁଳିଆ ଛକ ମଧ୍ୟରେ ମୋଟ ୨୦ଟି ଷ୍ଟେସନ ରହିବ । ବର୍ତ୍ତମାନର ରୋଡ୍ ମଝି କିମ୍ବା ପାଶ୍ୱର୍ରେ ଏହି ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ଉପରେ ରେଳମାର୍ଗ ନିର୍ମାଣ ହେବ । ନନ୍ଦନକାନନ, କିଟ୍ ଛକ, ଡମଣା ଛକ, ଜୟଦେବ ବିହାର, ବାଣୀବିହାର, ରାମମନ୍ଦିର, ଭୁବନେଶ୍ୱର ରେଳ ଷ୍ଟେସନ, ବାପୁଜୀ ନଗର, ଶିଶୁଭବନ ଛକ ଓ କ୍ୟାପିଟାଲ ହସ୍ପିଟାଲ ଛକରେ ଏହି ମେଟ୍ରୋ ଷ୍ଟେସନ ରହିବ ।

ସୂଚନାଯୋଗ୍ୟ, ଏହି ମେଟ୍ରୋ ଟ୍ରେନ ପ୍ରକଳ୍ପର ଡିପିଆର ପ୍ରସ୍ତୁତ ଓ ଆନୁସଙ୍ଗିକ ଖର୍ଚ୍ଚବାବଦରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ୪.୦୫କୋଟି ଟଙ୍କା ବ୍ୟୟ କରିଛନ୍ତି ।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...