AFFILIATE MARKETING

https://binomo.com?a=90810425bb57&t=0

Sunday, October 1, 2023

ବାକ୍-ସ୍ବାଧୀନତା ମାନେ ନୁହେଁ ହିଂସାକୁ ଉସକାଇବା: ଜୟଶଙ୍କର

COASTAL NEWS ODIA 963

ବାକ୍-ସ୍ବାଧୀନତା ମାନେ ନୁହେଁ ହିଂସାକୁ ଉସକାଇବା: ଜୟଶଙ୍କର



ୱାସିଂଟନ, ୩୦/୯: ଭାରତର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର କାନାଡ଼ାକୁ ଲକ୍ଷ୍ୟ କରି କହିଛନ୍ତି ଯେ, ବାକ୍-ସ୍ବାଧୀନତା ବାବଦରେ ଅନ୍ୟ କୌଣସି ଦେଶ ଭାରତକୁ ପାଠ ପଢ଼ାଇବାର ଆବଶ୍ୟକତା ନାହିଁ ଏବଂ ଅଭିବ୍ୟକ୍ତିର ସ୍ବାଧୀନତା ମାନେ ହିଂସାକୁ ଉସକାଇବା ନୁହେଁ। ଶୁକ୍ରବାର ୱାସିଂଟନଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଜୟଶଙ୍କର କହିଲେ, ମୁଁ ଏଠାରେ ଆମେରିକାକୁ ଓ କାନାଡ଼ାକୁ ମଧ୍ୟ କହି ରଖିବାକୁ ଚାହେଁ ଯେ ଭାରତ ଏକ ଗଣତାନ୍ତ୍ରିକ ଦେଶ। 

ଅନ୍ୟ କୌଣସି ଦେଶ ଭାରତକୁ ବାକ୍- ସ୍ବାଧୀନତା ବାବଦରେ ପାଠ ପଢ଼ାଇବାର ଆବଶ୍ୟକତାନାହିଁ । ହିଂସାକୁ ପ୍ରୋତ୍ସାହନ ଦେବା ଭଳି ଭାଷଣକୁ ବାକ୍-ସ୍ବାଧୀନତା କୁହାଯାଏ ନାହିଁ । ଏହା ସ୍ବାଧୀନତାର ସୁରକ୍ଷା ନୁହେଁ, ବରଂ ସ୍ବାଧୀନତାର ଦୁରୂପଯୋଗ | ସେ ପୁଣି କହିଥିଲେ ଯେ, ଭାରତ ଜାଗାରେ ଅନ୍ୟ କୌଣସି ଦେଶ ଥିଲେ ଏବଂ ତାଙ୍କ ଦେଶର କୂଟନୀତିଜ୍ଞଙ୍କୁ ଧମକ ଦିଆଯାଉଥିଲେ ସେମାନେ କିଭଳି ପ୍ରତିକ୍ରିୟା ପ୍ରକାଶ କରିଥାନ୍ତେ ? ଗତ ଜୁଲାଇ ମାସରେ ସାନ ଫ୍ରାନ୍ସିସ୍କୋଠାରେ ଥିବା ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ବାବଦରେ ଜୟଶଙ୍କର କହିଲେ ଯେ, ତାଙ୍କ ଆମେରିକା ଗସ୍ତ ସମୟରେ ସେ ଏ ପ୍ରସଙ୍ଗ ଉଠାଇଥିଲେ । ଆମେରିକା ଏହାର ଦୃଢ଼ ନିନ୍ଦା କରିବା ସହ ଏହାର ତଦନ୍ତ ଆଦେଶ ଦେଇଥିବା ଜୟଶଙ୍କର କହିଥିଲେ

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...