AFFILIATE MARKETING

https://binomo.com?a=90810425bb57&t=0

Thursday, October 12, 2023

ହିମସ୍ଖଳନ ସଂସ୍ପର୍ଶରେ ୪୦ ଯବାନ ସେନା ବାହିନୀର ଉଦ୍ଧାର କାର୍ୟ ଜାରି

COASTAL NEWS ODIA 1117

  ହିମସ୍ଖଳନ ସଂସ୍ପର୍ଶରେ ୪୦ ଯବାନ ସେନା ବାହିନୀର ଉଦ୍ଧାର କାର୍ୟ ଜାରି 


ଲଦାଖ - ଭଞ୍ଜ ବିହାରୀ ମହାନ୍ତି - ଲଦାଖରେ ଭାରତୀୟ ସେନାର କଣ୍ଟିଜେଣ୍ଟ୍ ହିମସ୍ଖଳନ ସଂସ୍ପର୍ଶରେ ଆସିଛି। ଏଥିରେ ୩ ଜଣ ଯବାନ ନିଖୋଜ ଥିବା ଜଣାଯାଇଛି। ଦୁର୍ଘଟଣାରେ ନିଖୋଜ ଥିବା ଯବାନମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଖୋଜା ଚାଲିଛି। ସେପଟେ ଜଣେ ଯବାନ ସହିଦ ହୋଇଛନ୍ତି। ଏହି ଦୁର୍ଘଟଣା କାର୍‌ଗିଲର କୁନ୍ ପର୍ବତରେ ଘଟିଛି। ଏଠାରୁ ଭାରତୀୟ ସେନାର ସହିଦ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଏବେ ବି ୩ ଜଣ ଯବାନ ବରଫ ତଳେ ଦବି ରହିଛନ୍ତି। ସେନା ସେମାନଙ୍କୁ ଖୋଜିବାରେ ଲାଗିପଡ଼ିଛି। ଲଦାଖରେ ସେନାର ଏକ ଯୁଦ୍ଧ ବିଦ୍ୟାଳୟ (HAWS) ଅଛି। ଭାରତୀୟ ସେନାର ଆର୍ମି ଆଡଭେଞ୍ଚର ୱିଙ୍ଗ ସହ ଜଡିତ ଲୋକମାନେ ନିୟମିତ ଟ୍ରେନିଂ ପାଇଁ ମାଉଣ୍ଟ କୁନ୍ ନିକଟରେ ଉପସ୍ଥିତ ଥିଲେ। ଏହି ସମୟରେ ପାଖାପାଖି ୪୦ ଯବାନ ହିମସ୍ଖଳନ ସଂସ୍ପର୍ଶରେ ଆସିଥିଲେ।

୪ ଜଣ ଯବାନ ବରଫରେ ଫସି ଯାଇଥିଲେ। ବାକି ଯବାନମାନେ ଉଦ୍ଧାର ପାଇଯାଇଥିଲେ। ଏବେ ୪ ଜଣଙ୍କ ମଧ୍ୟରୁ ଜଣେ ସହିଦ ହୋଇଥିବା ସୂଚନା ରହିଛି। ବରଫରେ ଫସି ରହିଥିବା ଯବାନମାନଙ୍କୁ ଉଦ୍ଧାର କରିବା ପାଇଁ ସେନା କାର୍ଯ୍ୟ କରୁଛି। ପାଗ ଖରାପ ଥିବାରୁ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜୁଛି।

ଏହା ପୂର୍ବରୁ ମଧ୍ୟ ଯବାନମାନଙ୍କ ସହିତ ଏଭଳି ଦୁର୍ଘଟଣା ଘଟିଛି। ଚଳିତ ବର୍ଷ ଫେବୃଆରୀରେ ଜମ୍ମୁ-କାଶ୍ମୀରର ଗୁଲମର୍ଗରେ ଏକ ବଡ଼ ଧରଣର ହିମସ୍ଖଳନ ହୋଇଥିଲା। ଏଥିରେ ପୋଲାଣ୍ଡର ଦୁଇ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା। ବରଫରେ ଫସି ରହିଥିବା ୨୧ଜଣଙ୍କୁ ପରେ ଉଦ୍ଧାର କରାଯାଇଥିଲା।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...