AFFILIATE MARKETING

https://binomo.com?a=90810425bb57&t=0

Thursday, October 12, 2023

ପ୍ରଥମ ସ୍ତ୍ରୀକୁ ହତ୍ୟା କରି ୧୫ ବର୍ଷ ଜେଲଦଣ୍ଡ ପରେ ଦ୍ଵିତୀୟ ପତ୍ନୀ ହତ୍ୟା l ବଦଳିଲାନି ମାନସିକତା l

COASTAL NEWS ODIA 1116

ପ୍ରଥମ ସ୍ତ୍ରୀକୁ ହତ୍ୟା କରି ୧୫ ବର୍ଷ ଜେଲଦଣ୍ଡ ପରେ ଦ୍ଵିତୀୟ ପତ୍ନୀ ହତ୍ୟା l ବଦଳିଲାନି ମାନସିକତା l



ଜୟପୁର  : ଭଞ୍ଜ ବିହାରୀ ମହାନ୍ତି - ପ୍ରଥମ ସ୍ତ୍ରୀକୁ ହତ୍ୟା କରି ଜେଲ୍‌ ଯାଇଥିଲା। ୧୫ ବର୍ଷ ଜେଲଦଣ୍ଡ ପରେ ମଧ୍ୟ ବଦଳିଲାନି ମାନସିକତା । ଜେଲ୍‌ରୁ ଆସିଲା ପରେ ପୁଣି ଦ୍ୱିତୀୟ ସ୍ତ୍ରୀଙ୍କୁ ହତ୍ୟା କଲା । କୋରାପୁଟ୍‌ ଜିଲ୍ଲା ଜୟପୁର ସହରାଞ୍ଚଳରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ହତ୍ୟାକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ ଖାଇବାରେ ବିଳମ୍ବ ହେବାରୁ ଡଙ୍ଗାଗୁଡ଼ାଗାଁର ଭଗତ ହରିଜନ ତା ଦ୍ୱିତୀୟ ପତ୍ନୀ କୁସୁମା ହରିଜନଙ୍କୁ ଅତି ନିର୍ମମ ଭାବେ କାଠ ଫାଳିଆରେ ପିଟି ହତ୍ୟା କରିଥିଲା। ପରେ ଘର ଛାଡ଼ି କେଉଁ ଆଡେ ପଳାଇ ଯାଇଥିଲା। ଏନେଇ ତାଙ୍କ ପୁଅ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ସ୍ଥଳରେ ଟାଉନପୋଲିସ ସହ ସାଇଣ୍ଟିଫିକ ଟିମ ତଦନ୍ତ ପରେ ହତ୍ୟାକାରୀ ସ୍ବାମୀ ଭଗତ ହରିଜନକୁ ବୋରିଗୁମ୍ମାରୁ ଗିରଫ କରିଛି ଜୟପୁର ପୋଲିସ। ଜେଲ ଫେରନ୍ତା ସ୍ବାମୀ ବାରମ୍ବାର ଦ୍ୱିତୀୟ ସ୍ତ୍ରୀକୁ ନିର୍ଯ୍ୟାତନା ଦେବା ସହ ଶେଷରେ କାଠଫାଳିଆ ହତ୍ୟା କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ବେହେରା ।

ଅଭିଯୋଗରୁ ପ୍ରକାଶ, ପୂର୍ବରୁ ଭଗତ ହରିଜନ ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ହତ୍ୟା କରିଥିଲା। ସେଥିପାଇଁ ସେ ଗିରଫ ହୋଇ ଜେଲ୍‌ ଯାଇଥିଲା। ୧୫ ବର୍ଷ ଧରି ଜେଲ୍‌ରେ ଥିଲା। ହେଲେ ବଦଳି ନଥିଲା ତା ମାନସିକତା।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...