AFFILIATE MARKETING

https://binomo.com?a=90810425bb57&t=0

Thursday, October 12, 2023

ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

COASTAL NEWS ODIA 1107

ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି



ଉତ୍ତରାଖଣ୍ଡ - ଭଞ୍ଜ ବିହାରୀ ମହାନ୍ତି - ଉତ୍ତରାଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଉତ୍ତରାଖଣ୍ଡରେ ପହଞ୍ଚି ସକାଳୁ ପାର୍ବତୀ କୁଣ୍ଡରେ କରିଛନ୍ତି ଶିବ ସାଧନା। ପିଥୋରାଗଡ଼ରେ ଥିବା ପାର୍ବତୀ କୁଣ୍ଡରେ ପ୍ରଧନମନ୍ତ୍ରୀ ରୀତିନୀତି ଭାବେ ପୂଜାର୍ଚ୍ଚନା କରିଛନ୍ତି। ମା’ ପାର୍ବତୀ ଓ ଭଗବାନ ଶିବଙ୍କୁ ବ୍ରହ୍ମକମଲ ଅର୍ପଣ କରିଛନ୍ତି ମୋଦି। ଏହା ପରେ ମନ୍ଦିରରେ ଆଳତୀ କରିଥିଲେ। କେବଳ ସେତିକି ନୁହେଁ ଡମ୍ବରୁ ବଜାଇବା ସହ ଘଣ୍ଟ ମଧ୍ୟ ବଜାଇଥିଲେ ମୋଦି। ମନ୍ଦିର ଚାରିପାଖ ବୁଲିବା ସହ କିଛି ସମୟ ମନ୍ଦିରରେ ବିତାଇଥିଲେ ନରେନ୍ଦ୍ର ମୋଦି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସକାଳୁ ପଥୋରାଗଡ଼ର ଜୋଲିଂକୋଙ୍ଗରେ ପହଞ୍ଚିଥିଲେ। ସେଠାରେ ସେ ଆଦି-କୈଳାଶଙ୍କ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ତାଙ୍କ ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂହ ଧାମି ମଧ୍ୟ ଉପସ୍ଥିତ ଥିଲେ।

ପୂଜାର୍ଚ୍ଚନା ପରେ ମୋଦି ପିଥୋରାଗଡ଼ରେ ଥିବା ଗୁଞ୍ଜି ଗାଁକୁ ଯାଇ ସେଠାକାର ଲୋକଙ୍କ ସହ ଅଆଲୋଚନା କରିଛନ୍ତି। ଏହାପରେ ସେ ସେନା ଓ ଆଇଟିବିପି ଯବାନଙ୍କୁ ଭେଟିବେ। ତାଙ୍କ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବେ।

ଆଜି ପ୍ରଧାନମନ୍ତ୍ରୀ ମୋଦି ଉତ୍ତରାଖଣ୍ଡକୁ ୪୨ ଶହ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ । ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍, କ୍ରୀଡା ପରି ୨୩ଟି ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ରମନ୍ତ୍ରୀ ଅଜୟ ଭଟ୍ଟ ମଧ୍ୟ ସାମିଲ ହେବେ।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...