AFFILIATE MARKETING

https://binomo.com?a=90810425bb57&t=0

Thursday, October 12, 2023

ସ୍କୁଲରେ ନିଶା ସେବନ କରି ପ୍ରଧାନଶିକ୍ଷକ ନିଲମ୍ବିତ

COASTAL NEWS ODIA 1106

ସ୍କୁଲରେ ନିଶା ସେବନ କରି ପ୍ରଧାନଶିକ୍ଷକ ନିଲମ୍ବିତ



 
ନୀଳଗିରି: ଭଞ୍ଜ ବିହାରୀ ମହାନ୍ତି - ସ୍କୁଲରେ ନିଶା ସେବନ କରିବା ଜଣେ ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି । ବିଭିନ୍ନ ସମୟରେ ନିଶାସକ୍ତ ହୋଇ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଇ ଢ଼ୋଳେଇ ଯିବା । କୁନି କୁନି ପିଲାଙ୍କୁ ଗାଳିଗୁଲଜ କରିବା । ଏପରିକି ସ୍କୁଲ ସମ୍ମୁଖରେ ଚାଲିଥିବା ଏକ ବୈଠକରେ ନାନାଦି ସଂଳାପ ଫିଙ୍ଗିବା ଘଟଣା ଶିକ୍ଷାବିଭାଗ କାନରେ ପଡ଼ିବା ପରେ ଔପଦା ବିଇଓ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି । 

ଏଭଳି ଘଟଣା ଦେଖିବାକୁ ମିଳିଛି ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଶ୍ୟାମ ସୁନ୍ଦରପୁର ପଞ୍ଚାୟତ ଅଧୀନ ହାତୀଖୁଲିଆ ୟୁଜିୟୁପି ସ୍କୁଲରେ । ପ୍ରଧାନ ଶିକ୍ଷକ ବିଜୟ ଖାଲପାଳିଆଙ୍କ ଏତାଦୃଶ୍ୟ କାର୍ଯ୍ୟରେ ବିଇଓ ତାଙ୍କୁ ନିଲମ୍ବିତ କରିଛନ୍ତି । 

ଏନେଇ କାର୍ଯ୍ୟାଳୟ ନିର୍ଦେଶ ପତ୍ରସଂଖ୍ୟା ୨୦୧୭ମୂଳେ ତାଙ୍କୁ ଅବଗତ କରାଯିବା ସହ ଉକ୍ତ ସ୍କୁଲର ସହକାରୀ ଶିକ୍ଷକ ଦଶରଥ ହେମ୍ବ୍ରମଙ୍କୁ ପ୍ରଧାନ ଶିକ୍ଷକ ଦାୟିତ୍ୱ ସମ୍ଭାଳିବାକୁ ନିର୍ଦେଶ ହୋଇଛି । ସେହିପରି ନିଲମ୍ବିତ ପ୍ରଧାନ ଶିକ୍ଷକଙ୍କୁ ଔପଦା ବିଇଓଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...