AFFILIATE MARKETING

https://binomo.com?a=90810425bb57&t=0

Thursday, October 12, 2023

ଯୁଦ୍ଧଗ୍ରସ୍ତ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ୍ ଅଜୟ

COASTAL NEWS ODIA 1105


ଯୁଦ୍ଧଗ୍ରସ୍ତ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ୍ ଅଜୟ 




ନୂଆଦିଲ୍ଲୀ - ଭଞ୍ଜ ବିହାରୀ ମହାନ୍ତି - ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ପାଇଁ ‘ଅପରେସନ୍ ଅଜୟ’ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଏଥିସହ ପ୍ରଥମ ବ୍ୟାଚ୍‌ ଭାରତୀୟଙ୍କୁ ଧରି ଇସ୍ରାଏଲରୁ ଆଜି ଏକ ସ୍ୱତନ୍ତ୍ର ବିମାନ ଭାରତରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।

ଯେଉଁ ଭାରତୀୟ ନାଗରିକମାନେ ଇସ୍ରାଏଲରୁ ଭାରତ ଫେରିବାକୁ ଇଚ୍ଛୁକ, ସେମାନଙ୍କ ପାଇଁ ସ୍ୱତନ୍ତ୍ର ଚାଟର୍ ଫ୍ଲାଇଟ୍ ଓ ଅନ୍ୟ ବନ୍ଦୋବସ୍ତ କରାଯାଇଥିବା ସୋଶାଲ ମିଡିଆରେ ପ୍ରକାଶ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ । ବିଦେଶରେ ଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ଲାଗି ଭାରତ ସରକାର ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ବି ସେ କହିଛନ୍ତି ।

ବିଦେଶ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଏବେ ଇସ୍ରାଏଲରେ ପ୍ରାୟ ୧୮ ହଜାର ଭାରତୀୟ ବସବାସ କରୁଛନ୍ତି । ଇସ୍ରାଏଲ୍-ପାଲେଷ୍ଟାଇନ ଯୁଦ୍ଧ ଆରମ୍ଭ ହେବା ପରେ ଗତ ରବିବାରଠାରୁ ତେଲଅଭିଭକୁ ବନ୍ଦ ରହିଛି ଏୟାରଇଣ୍ଡିଆ ବିମାନ ଚଳାଚଳ।

ଭାରତ ଫେରିବା ନିମନ୍ତେ ଇସ୍ରାଏଲରେ ଅବସ୍ଥିତ ଭାରତୀୟ ଦୂତାବାସରେ ବହୁ ସଂଖ୍ୟକ ଭାରତୀୟ ନିଜ ନାମ ପଞ୍ଜୀକୃତ କରି ସାରିଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରଥମ ବ୍ୟାଚ୍‌ ଭାରତୀୟଙ୍କୁ ଧରି ଇସ୍ରାଏଲରୁ ଆଜି ଏକ ସ୍ୱତନ୍ତ୍ର ବିମାନ ଭାରତରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।

ଏଥିନିମନ୍ତେ ଦିଲ୍ଲୀରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯିବା ସହ ଆପତ୍ତକାଳୀନ ଫୋନ୍‌ ନମ୍ବର ଜାରି କରାଯାଇଛି। ଏନେଇ ଭାରତ ପକ୍ଷରୁ ୟୁଏଇ ସହ ଯୋଗାଯୋଗ କରାଯାଉଥିବା ଓ ୟୁଏଇର ନିଜ ପ୍ରତିପକ୍ଷଙ୍କ ସହ ଯୋଗାଯୋଗରେ ଥିବା ଭାରତର ବୈଦେଶିକ ମନ୍ତ୍ରୀ କହିଛନ୍ତି।

ପୂର୍ବରୁ ମଧ୍ୟ ବିଭିନ୍ନ ଦେଶରେ ଯୁଦ୍ଧସ୍ଥିତି ବେଳେ ଭାରତୀୟଙ୍କୁ ଉଦ୍ଧାର ଲାଗି ବିଭିନ୍ନ ଅପରେସନ ସଫଳ ହୋଇଥିଲା। ଆଫଗାନିସ୍ତାନରୁ ଅପରେସନ ଦେବୀ ଶକ୍ତି, ୟୁକ୍ରେନରୁ ଅପରେସନ ଗଙ୍ଗା ଏବଂ ସୁଦାନରୁ ଅପରେସନ କାବେରୀ ଜରିଆରେ ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା । ଆଉ ଏବେ ଇସ୍ରାଏଲରୁ ଉଦ୍ଧାର ପାଇଁ ଆରମ୍ଭ ହୋଇଛି ଅପରେସନ ଅଜୟ ।

ଗତ ଶନିବାରଠୁ ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଥିବା ଏହି ଘମାଘୋଟ ଯୁଦ୍ଧରେ ମୃତ୍ୟ ସଂଖ୍ୟା ପ୍ରାୟ ୨୧ଶହ ଟପି ସାରିଲାଣି। ଏଥିରେ ଇସ୍ରାଏଲର ୧୨ଶହ ଓ ପାଲେଷ୍ଟାଇନର ୯ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ଜଣାଯାଇଛି।

No comments:

COASTAL NEWS

ଭାରତୀୟ ମହିଳା କ୍ରିକେଟ୍ ଦଳ ୨୦୨୫ ICC ଆଇ ସି ସି ମହିଳା ବିଶ୍ୱକପ୍ ଜିତି ଇତିହାସ ରଚିଛି The Indian women's cricket team has created history by winning the 2025 ICC Women's World Cup

କୋଷ୍ଟାଲ ନ୍ୟୁଜ ଓଡ଼ିଆ: ଭାରତୀୟ ମହିଳା କ୍ରିକେଟ୍ ଦଳର ବିଶ୍ୱକପ୍ ବିଜୟ ଉତ୍ସବ ନମସ୍କାର! ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣଙ୍କ ପ୍ରିୟ ନ୍ୟୁଜ୍ ଚ୍ୟାନେଲ୍...