AFFILIATE MARKETING

https://binomo.com?a=90810425bb57&t=0

Thursday, October 12, 2023

ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ୪ ଜଣ ଯାତ୍ରୀଙ୍କ ମୃତ୍ୟୁ

COASTAL NEWS ODIA 1104

ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ୪ ଜଣ ଯାତ୍ରୀଙ୍କ ମୃତ୍ୟୁ



ବିହାର - ଭଞ୍ଜ ବିହାରୀ ମହାନ୍ତି - ବିହାରର ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନରେ ଗତ ରାତି ଘଟିଛି ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା। ଟ୍ରାକରୁ ଟ୍ରେନ୍ ବାହାରିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏଥିରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଗତ ରାତିରେ ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନରୁ ଗୁଆହାଟୀର କାମାକ୍ଷା ଷ୍ଟେସନ୍ ଯାଉଥିବା ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାରେ ଶତାଧିକ ଲୋକ ଆହତ ହୋଇଥିବା ବେଳେ ଗୁରୁତର ବ୍ୟକ୍ତିଙ୍କୁ ପାଟନା ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

୨୩ ବଗି ବିଶିଷ୍ଟ ଟ୍ରେନ୍‌ ବୁଧବାର ସକାଳ ୭ଟା ୪୦ ମିନିଟ୍‌ରେ ଦିଲ୍ଲୀ ଆନନ୍ଦ ବିହାର ଟର୍ମିନାଲ ଷ୍ଟେଶନ ଛାଡ଼ିଥିଲା। ଏହାପରେ ଟ୍ରେନ୍‌ଟି ବିବାହର ବକ୍ସର ଷ୍ଟେଶନ ଅତିକ୍ରମ କରିବାର ପ୍ରାୟ ଅଧ ଘଣ୍ଟା ପରେ ରଘୁନାଥପୁର ଷ୍ଟେଶନ ନିକଟରେ  ରାତି ପ୍ରାୟ ୯ଟା ୫୩ ମିନିଟ୍‌ରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି, ବକ୍ସରର ଯେଉଁ ସ୍ଥାନରେ ଟ୍ରେନ୍‌ ଦୁର୍ଘଟଣା ହୋଇଛି ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଉଦ୍ଧାର କାର୍ଯ୍ୟରେ NDRF , SDRF , ଜିଲ୍ଲା ପ୍ରଶାସନ, ରେଲୱେ ଅଧିକାରୀ, ସ୍ଥାନୀୟ ଲୋକେ ନିୟୋଜିତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା ଖବର ପ୍ରଚାରିତ ହେବ ପରେ ତୁରନ୍ତ ବହୁ ସଂଖ୍ୟାରେ ଆମ୍ବୁଲାନ୍ସ ଓ ଚିକିତ୍ସକଙ୍କୁ ଦୁର୍ଘଟଣାସ୍ଥଳ ଅଭିମୁଖେ ପଠାଯାଇଥିଲା। ସେଠାରୁ ସେମାନଙ୍କ ପ୍ରାଥମିକ ଚିକିତ୍ସା ପରେ ପାଟଣା ସ୍ଥାନାନ୍ତର କରାଯାଇଛି।  ଏଥିସହ ରେଳବାଇ ପକ୍ଷରୁ ଯାତ୍ରୀଙ୍କ  ସମ୍ପର୍କରେ  ସୂଚନା ଦେବା ନିମନ୍ତେ ହେଲପଲାଇନ୍‌ ନମ୍ବର ଜାରି କରାଯାଇଛି।  ତେବେ ଦୁର୍ଘଟଣା କାହିଁକି ଓ କିପରି ଘଟିଲା ତାହାର ତଦନ୍ତ ଚାଲିଛି।
 

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...