AFFILIATE MARKETING

https://binomo.com?a=90810425bb57&t=0

Thursday, October 12, 2023

କଳମଡା ଗ୍ରାମରେ ଅଗ୍ନିକାଣ୍ଡ ୨ ବଖରା ଘର ସହିତ ଗୋଟିଏ ଗୁହାଳ ଭସ୍ମୀଭୂତ ହୋଇଯାଇଛି

COASTAL NEWS ODIA 1103

କଳମଡା ଗ୍ରାମରେ  ଅଗ୍ନିକାଣ୍ଡ  ୨ ବଖରା ଘର ସହିତ ଗୋଟିଏ ଗୁହାଳ ଭସ୍ମୀଭୂତ ହୋଇଯାଇଛି



ଆଳି, ୧୦/୧୦ (CNO) ଆଳି ବ୍ଲକ୍ ଭୂଇଁପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଳମଡା ଗ୍ରାମରେ ଆଜି ଅପରାହ୍ଣ ୫ଟାରେ ଅଗ୍ନିକାଣ୍ଡ ଘଟି ପ୍ରଦୀପ ମଲିକଙ୍କ ୨ ବଖରା ଘର ସହିତ ଏକ ଗୁହାଳ ଭସ୍ମୀଭୂତ ହୋଇଯାଇଛି। 

ଝାଟିମାଟି ଘରେ ରହୁଥିବା ପ୍ରଦୀପଙ୍କୁ ଆବାସ ଯୋଜନାରେ ପକ୍କାଘର ନିର୍ମାମାଣ ପାଇଁ ମିଳିଥିବା ପ୍ରଥମ କିସ୍ତି ବାବଦକୁ ମିଳିଥିବା ଚାଳିଶ ହଜାର ଟଙ୍କା ମଧ୍ୟ ଅଗ୍ନିକାଣ୍ଡରେ ଜଳିଯାଇଛି। ଅଗ୍ନିକାଣ୍ଡରେ ପ୍ରଦୀପଙ୍କ ଘରେ ଥିବା ଧାନ, ଚାଉଳ, ଟଙ୍କା, ସୁନା, ଆସବାବପତ୍ର ଆଦି ଲକ୍ଷାଧିକ ଟଙ୍କାର ସଂପତ୍ତା ସହିତ ଗୋରୁ ଗୁହାଳ ଓ ନଗଦ ଟଙ୍କା ଜଳି ଭସ୍ମୀଭୂତ ହୋଇ ଯାଇଛି l

ସୂଚନାନୁସାରେ ଅପରାହ୍ଣରେ ପ୍ରଦୀପଙ୍କ ପତ୍ନୀ ଚୁଲିରେ ଚାହା କରୁଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଚୁଲିରୁ ନିଆଁ ଯାଇ ଘରେ ଲାଗିଯିବା ପରେ ଘର ସହିତ ଆସବାବପତ୍ର ଜଳି ଯାଇଥିଲା । ଗ୍ରାମବାସୀ ନିଆଁକୁ ଆୟତ୍ତ କରି ପାରିନଥିଲେ।ଆଳିରୁ ଦମକଳ ବାହିନୀ ଯାଇ ନିଆଁକୁ ଆୟତ୍ତ କରିଥିଲେ |

ଘରପୋଡ଼ି ଯୋଗୁଁ ସର୍ବସ୍ଵ ହରାଇ ପ୍ରଦୀପଙ୍କ ପରିବାର ବାସହରା ହୋଇ ପଡ଼ିଥିବା ବେଳେ ଆବାସ ଅର୍ଥ ୪୦ ହଜାର ଟଙ୍କା ପୋଡ଼ି ଯାଇଥିବାରୁ ପ୍ରଦୀପଙ୍କ ପକ୍କାଘର ନିର୍ମାଣର ସ୍ବପ୍ନ ମଧ୍ୟ ଧୂଳିସାତ ହୋଇଯାଇଛି। ଅଗ୍ନି ବିପନ୍ନ ପ୍ରଦୀପଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

No comments:

COASTAL NEWS

Complaint to the Hon’ble Member of Parliament Regarding Illegal Allotment of RMC Shop Rooms at Aul

To Sj. Baijayanta Panda  Hon’ble Member of Parliament Kendrapara, Odisha Subject: Complaint regarding illegal allotment of R...