AFFILIATE MARKETING

https://binomo.com?a=90810425bb57&t=0

Tuesday, October 3, 2023

ଡିଏନ୍‌ଏ ଟେଷ୍ଟ ପାଇଁ ନିଆଗଲା ନମୁନା

COASTAL NEWS ODIA 990

ଡିଏନ୍‌ଏ ଟେଷ୍ଟ ପାଇଁ ନିଆଗଲା ନମୁନା



 
ଭୁବନେଶ୍ୱର,୩।୧୦ :ଭଞ୍ଜ ବିହାରୀ ମହାନ୍ତି - ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣାକୁ ନେଇ ହସ୍ପିଟାଲ ପକ୍ଷରୁ ପୂର୍ବରୁ ତଦନ୍ତ କରାଯାଇଥିବାବେଳେ ସୋମବାର ଡିଏନ୍‌ଏ ଟେଷ୍ଟ ପାଇଁ ନମୁନା ନିଆଯାଇଛି। କ୍ୟାପିଟାଲ ହସ୍ପିଟାଲର ଏକ ଡାକ୍ତରୀ ଟିମ୍‌ ପୋଲିସ ଉପସ୍ଥିତିରେ ଅଭିଯୋଗକାରୀ ପିତା ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀ ଓ ଶିଶୁକନ୍ୟାଙ୍କ ନମୁନା ସଂଗ୍ରହ କରିଥିଲା। 

ପୋଲିସ ପକ୍ଷରୁ ଏହି ନମୁନା ମଙ୍ଗଳବାର ରାଜ୍ୟ ଫରେନ୍‌ସିକ୍‌ ସାଇନ୍ସ ଲାବରେଟୋରି(ଏସ୍‌ଏଫ୍‌ଏସ୍‌ଏଲ)କୁ ପଠାଯିବ। ଏହାର ୨ରୁ ୩ଦିନ ମଧ୍ୟରେ ରିପୋର୍ଟ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ଡିଏନ୍‌ଏ ଟେଷ୍ଟ୍‌ କରାଯିବାକୁ ପ୍ରାଣକୃଷ୍ଣ ଦାବି କରିବାରୁ ପୋଲିସ ଏନେଇ କୋର୍ଟରେ ଆବେଦନ କରିଥିଲା। ୨ଦିନ ତଳେ କୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ। 

ଉଲ୍ଲେଖଯୋଗ୍ୟ, ପୁଅ ହୋଇଥିବା କହି ଝିଅ ଦେଇଥିବା ନେଇ କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ କ୍ୟାପିଟାଲ ଥାନାରେ ଅଭିଯୋଗ କରି ଡିଏନ୍‌ଏ ଟେଷ୍ଟ ପାଇଁ ଦାବି କରିଥିଲେ। ଏପରିକି ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ଶିଶୁକୁ ନେବେ ନାହିଁ ବୋଲି ଅଡି ବସିଥିଲେ। 

ଘଟଣା ପରେ ହସ୍ପିଟାଲର ଏକ ଟିମ୍‌ ତଦନ୍ତ କରି ତାଙ୍କର ଝିଅ ହୋଇଥିବା ସ୍ପଷ୍ଟ କରିଥିଲେ। କିନ୍ତୁ ଲେବର ରୁମ୍‌ର ଜଣେ ଆଟେଣ୍ଡାଣ୍ଡ୍‌ ଭୁଲ୍‌ରେ ପୁଅ ହୋଇଥିବା କହିଥିଲେ ବୋଲି ହସ୍ପିଟାଲ ପକ୍ଷରୁ କୁହାଯିବା ସହ ଦାୟିତ୍ୱରେ ଅବହେଳା ପାଇଁ ସମ୍ପୃକ୍ତ ଲେବର ରୁମ୍‌ର ଆଟେଣ୍ଡାଣ୍ଟଙ୍କୁ ଗତ ବୁଧବାର ସସ୍‌ପେଣ୍ଡ କରିଥିଲେ।

No comments:

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...