AFFILIATE MARKETING

https://binomo.com?a=90810425bb57&t=0

Tuesday, October 3, 2023

ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

COASTAL NEWS ODIA 989

ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ



କନ୍ଧମାଳ - ଭଞ୍ଜ ବିହାରୀ ମହାନ୍ତି - ବିସ୍କୁଟ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଲକ୍ଷାଧିକ ଟଙ୍କାର ଚକଲେଟ୍ ଓ ବିସ୍କୁଟ ଜଳିଯାଇଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟ୍ଟଖଣ୍ଡା ସାହିରେ।

ପାଟ୍ଟଖଣ୍ଡା ସାହିରେ ଥିବା ବିସ୍କୁଟ ଗୋଦାମରେ ଆଜି ଭୋର ସମୟରେ ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ହେଲେ ପ୍ରବଳ ଧୂଆଁ ବାହାରୁଥିବା ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଛି। ସର୍ଟ ସର୍କିଟ ଯୋଗୁ ଗୋଦାମରେ ଅଗ୍ନକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ନିଆଁ କିପରି ଗୋଦାମରେ ଲାଗିଲା ତାର କାରଣ ଜଣାପଡ଼ି ନାହିଁ।

ଗୋଦାମ ମାଲିକ ଅନନ୍ତ କୁମାର ଦାସ କହିଛନ୍ତି, ଆଜି ସକାଳେ ଝାଡ଼ୁଦାର ଗୋଦମରେ ନିଆଁ ଲାଗିଥିବା ମୋତେ ଜଣାଇଥିଲା। ମୁଁ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଫୋନ୍ କରିଥିଲି। ସେମାନେ ଆସି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏସିରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ହେଲେ ପ୍ରକୃତ କାରଣ ଜଣାପଡ଼ି ନାହିଁ।

No comments:

COASTAL NEWS

COOPERATIVE MINISTER

To Sj Pradeep Balasamanta Hon’ble Minister, Cooperation, Handlooms & Textiles Department Government of Odisha Subject: ...