AFFILIATE MARKETING

https://binomo.com?a=90810425bb57&t=0

Thursday, November 6, 2025

କେନ୍ଦୁଝର DSSO ବିପ୍ଳବ କେଶରୀ ସାମନ୍ତରାୟ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି

କେନ୍ଦୁଝର,୬।୧୧ : କେନ୍ଦୁଝର DSSO ବିପ୍ଳବ କେଶରୀ ସାମନ୍ତରାୟ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବିଭିନ୍ନ ହିତାଧିକାରୀଙ୍କ ଠାରୁ ଫୋନ ପେ ମାଧ୍ୟମରେ ପାଖାପାଖି ୨୫ ଲକ୍ଷ ଟଙ୍କା ନେଇଥିବା କେନ୍ଦୁଝର ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଳବ ସାମନ୍ତରାୟଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

 ଏଭଳି ଅଭିଯୋଗ କଟକ ଭିଜିଲାନ୍ସ ସେଲରେ ହୋଇଥିବାବେଳେ କେନ୍ଦୁଝର ଭିଜିଲାନ୍ସ ୟୁନିଟ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଶେଷ ଥର ଫୋନ ପେ’ରେ ୨୦ ହଜାର ଟଙ୍କା ନେଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଭିନ୍ନକ୍ଷମ ଲୋକଙ୍କୁ କୃତ୍ରିମ ଅଙ୍ଗ, ଆଶାବାଡି, ତିନି ଚକିଆ ସାଇକେଲ, ମୋଟର ଚାଳିତ ସାଇକେଲ ଆଦି ଦେଇ ଥଇଥାନ କରିବା ପାଇଁ ଏହି ବିଭାଗ କାମ କରି ଆସୁଛି। 

ଏଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ରାଙ୍କୀ ଗ୍ରାମ ନିକଟରେ ଏକ ପୁନର୍ବାସ ଥଇଥାନ କେନ୍ଦ୍ର ଖୋଲାଯାଇଛି । ଏହି ଭିନ୍ନକ୍ଷମ ହିତାଧିକାରୀଙ୍କୁ ଥଇଥାନ କରିବାକୁ ବହୁ ପରିମାଣରେ ଟଙ୍କା ଆଦାୟ ହୋଇଥିବା ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ତଦନ୍ତ କରୁଥିବା ସୂଚନା ମିଳିଛି। ଘଟଣାର ତଦନ୍ତ ଚାଲିଛି। ତାଙ୍କ ଫୋନ ପେ ଯାଞ୍ଚ ଓ ତଦନ୍ତ ପରେ ସବୁ ଜଣାପଡ଼ିବ ବୋଲି କେନ୍ଦୁଝର ୟୁନିଟର ଡିଏସପି ସୁଧାଂଶୁ ପୂଜାରୀ କହିଛନ୍ତି।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...