AFFILIATE MARKETING

https://binomo.com?a=90810425bb57&t=0

Thursday, November 6, 2025

ସୁଭଦ୍ରା ଶକ୍ତି ମେଳାରେ ଜି.ଆଇ ମାନ୍ୟତା ପ୍ରାପ୍ତ ଓ ଏକ ଜିଲ୍ଲା ଏକ ଉତ୍ପାଦର ଉଲ୍ଲେଖନୀୟ ପ୍ରଦର୍ଶନ

ଏବେ ସୁଦ୍ଧା ୩ କୋଟିରୁ ଉର୍ଦ୍ଧ୍ବ ବିକ୍ରୟ

ଭୁବନେଶ୍ୱର, ୦୬/୧୧: ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆ ଠାରେ ଆୟୋଜିତ ସୁଭଦ୍ରା ଶକ୍ତି ମେଳା ଷଷ୍ଠ ଦିନରେ ମଧ୍ଯ ଦର୍ଶକମାନଙ୍କୁ ମୁଗ୍ଧ କରିଛି I ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୩୦୦ରୁ ଅଧିକ ଷ୍ଟଲ୍ ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ ଦ୍ବାରା ଅନନ୍ୟ ଉତ୍ପାଦଗୁଡିକ ପ୍ରଦର୍ଶିତ କରୁଛନ୍ତି I ପାରମ୍ପରିକ ହସ୍ତଶିଳ୍ପ ଏବଂ କଳାକୃତିଠାରୁ ଆରମ୍ଭ କରି ଜୈବିକ ଉତ୍ପାଦ, ମା’ ମାନଙ୍କ ହାତ ରନ୍ଧା ଖାଦ୍ୟ, ଆସବାବପ‌ତ୍ର ଏବଂ ସାଜସଜ୍ଜା ସାମଗ୍ରୀ ପର୍ଯ୍ୟନ୍ତ, ସୁଭଦ୍ରା ଶକ୍ତି ମେଳା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗିତା ପାଇଁ ଏକ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି I

ଷଷ୍ଠ ଦିନର ସବୁଠାରୁ ବଡ ଆକର୍ଷଣ ଥିଲା ଜି.ଆଇ ମାନ୍ୟତା ପ୍ରାପ୍ତ ଏବଂ( ୱାନ ଡିଷ୍ଟ୍ରିକ ୱାନ୍ ପ୍ରଡକ୍ଟ) ବା ଏକ ଜିଲ୍ଲା ଏକ ଉତ୍ପାଦ ପ୍ରଦର୍ଶନୀ, ଯେଉଁଠାରେ ଦର୍ଶକମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ଏବଂ ନିର୍ମିତ ଉତ୍ପାଦର ଏକ ଅନନ୍ୟ ଆକର୍ଷଣ ଦେଖିବାକୁ ପାଉଛନ୍ତି । ଆଜିର ମୁଖ୍ୟ ଆକର୍ଷଣ ମଧ୍ଯରେ ଥିଲା ପିପିଲି ଚାନ୍ଦୁଆ, କୋରାପୁଟ କଫି, କନ୍ଧମାଳ ହଳଦୀ, ପୁରୀ ରଘୁରାଜପୁରର ପଟ୍ଟଚିତ୍ର, କଟକର ତାରକସି ଓ ଧୋକ୍ରା ଶିଳ୍ପ, ସୁବର୍ଣ୍ଣପୁରର ପାଟ ଶାଢ଼ୀ, ଭଦ୍ରକର ଶୁଖୁଆ ମାଛ,ସମ୍ବଲପୁରୀ ହସ୍ତତନ୍ତ, କେନ୍ଦ୍ରାପଡ଼ାର ଗୋଲଡେନ୍ ଗ୍ରାସ୍ (ସୁବର୍ଣ୍ଣ ଘାସ) ଉତ୍ପାଦ ଇତ୍ୟାଦି । ଏହି ଉତ୍ପାଦଗୁଡିକ ଓଡ଼ିଶାର କାରିଗରୀ କୌଶଳକୁ ପ୍ରତିଫଳିତ କରିବା ସହିତ ଲକ୍ଷ ଲକ୍ଷ ମହିଳା ଉଦ୍ୟୋଗୀମାନଙ୍କୁ ନିଜ ଉତ୍ପାଦ ପ୍ରଦର୍ଶନ କରିବା ପାଇଁ ଏକ ବିଶାଳ ମଞ୍ଚ ପ୍ରଦାନ କରୁଛି। ଏହି ଉତ୍ପାଦମାନଙ୍କ ପ୍ରତି ବଢୁଥିବା ଚାହିଦା ଲୋକମାନଙ୍କ ମଧ୍ୟରେ ସ୍ୱଦେଶୀ ଉତ୍ପାଦ ପ୍ରତି ବୃଦ୍ଧିଶୀଳ ଚାହିଦାକୁ ପ୍ରକାଶ କରୁଛି।

ଏହି ଅବସରରେ ସିଙ୍ଗାପୁରର ଆଇଟିଇଏସ୍ (Institute of Technical Education Education Services)ର ଚେୟାରମ୍ୟାନ ଶ୍ରୀ ହେଙ୍ଗ ଚିଆଙ୍ଗ ଗ୍ନି ଓ ତାଙ୍କର ୧୪ ଜଣିଆ ଦଳ ମେଳା ଦର୍ଶନ କରିଥିଲେ। ସେ ମା’ ମାନଙ୍କ ସହିତ ଦେଖା ସାକ୍ଷାତ କରିବା ସହ ମେଳାରେ ଉପଲବ୍ଧ ହସ୍ତ ନିର୍ମିତ ଉତ୍ପାଦଗୁଡ଼ିକର ବିବିଧତା ପାଇଁ ପ୍ରଶଂସା ବ୍ୟକ୍ତ କରିଥିଲେ ଯାହା ମହିଳା ଉଦ୍ୟୋଗୀ ମାନଙ୍କୁ ଉତ୍ସାହିତ କରିଥିଲା ।

ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଷ୍ଣୁପ୍ରିୟା ପାଲା ସଂସଦ ପକ୍ଷରୁ ପ୍ରଦର୍ଶିତ ପାଲା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହାପରେ ବିଶିଷ୍ଟ କଣ୍ଠଶିଳ୍ପୀ ନବ୍ୟା ଓ ସୁରଜ ଦାସଙ୍କ ସଙ୍ଗୀତ ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

ଏବେ ସୁଦ୍ଧା ୩ କୋଟିରୁ ଉର୍ଦ୍ଧ୍ବ ବିକ୍ରୟ ରେକର୍ଡ କରାଯାଇଛି। ବିବିଧ ଆକର୍ଷଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମା’ ମାନଙ୍କ ହାତ ତିଆରି ଉତ୍ପାଦର ସମ୍ଭାର ପାଇଁ ଉତ୍ସାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମହିଳା ସଶକ୍ତିକରଣ ଏବଂ ଉଦ୍ୟୋରିତାର ଏହି ୧୨ ଦିନିଆ ଉତ୍ସବ ୧୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ସର୍ବଶ୍ରେଷ୍ଠ ଏସ୍.ଏଚ୍.ଜି ଉତ୍ପାଦ, ସ୍ବାଦିଷ୍ଟ ବ୍ୟଞ୍ଜନ, ସାଂସ୍କୃତିକ ପ୍ରଦର୍ଶନ ଉପଭୋଗ କରିବା ସହ ଏକ ଅତୁଳନୀୟ ଅଭିଜ୍ଞତା ପ୍ରଦାନ କରୁଛି ।

No comments:

COASTAL NEWS

ଏକଲା ଚିନ୍ତା କର

Song Title: ସବୁ ସରିଯିବ (Sabu Sari Jiba - सब खत्म हो जाएगा) ​Music Style Command for Suno/Music Gen: ​ Genre: Odia Modern Sad ...