AFFILIATE MARKETING

https://binomo.com?a=90810425bb57&t=0

Wednesday, November 19, 2025

ନାଇଜର ଭୁବନେଶ୍ୱରରେ ‘୧୦୦ ବର୍ଷର କ୍ୱାଣ୍ଟମ୍ ମେକାନିକ୍ସ’ ସେମିନାର ଆୟୋଜିତଯୋଗ ଦେଲେ ୪୦୦ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷିକା

ଯୋଗ ଦେଲେ ୪୦୦ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷିକା

ଭୁବନେଶ୍ଵର, ୧୯/୧୧: ୟୁନେସ୍କୋ ଦ୍ୱାରା ଘୋଷିତ “ଆନ୍ତର୍ଜାତୀୟ କ୍ୱାଣ୍ଟମ୍ ବିଜ୍ଞାନ ଓ ପ୍ରଯୁକ୍ତି ବର୍ଷ – ୨୦୨୫” ଅବସରରେ ଭୁବନେଶ୍ୱର ଅବସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନ (ନାଇଜର) ରେ “୧୦୦ ବର୍ଷର କ୍ୱାଣ୍ଟମ୍ ମେକାନିକ୍ସ” ଶୀର୍ଷକ ଏକ ଦିନିକିଆ ସେମିନାର ଆୟୋଜନ କରାଯାଇଥିଲା।

ଏହି ସେମିନାରରେ ଭୁବନେଶ୍ୱର, କଟକ, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟର ପ୍ରାୟ ୪୦୦ ଅନୁସ୍ନାତକ, ସ୍ନାତକୋତ୍ତର ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷିକା ଅଂଶଗ୍ରହଣ କରିଥିଲେ।

ସେମିନାରରେ ଅତିଥି ଓ ବିଶିଷ୍ଟ ବକ୍ତା ଭାବେ ଯୋଗଦେଇଥିଲେ ପ୍ରଫେସର ଲମ୍ବୋଦର ପ୍ରସାଦ ସିଂହ (ଉତ୍କଳ ବିଶ୍ୱବିଦ୍ୟାଳୟ), ପ୍ରଫେସର ଅରୁଣ କୁମାର ପତି (କିଟ ବିଶ୍ୱବିଦ୍ୟାଳୟ), ପ୍ରଫେସର ହିରେନ୍ଦ୍ରନାଥ ଘୋଷ (ନାଇଜର ଭୁବନେଶ୍ୱର), ପ୍ରଫେସର ବେଦାଙ୍ଗଦାସ ମହାନ୍ତି (ନାଇଜର ଭୁବନେଶ୍ୱର), ପ୍ରଫେସର ପ୍ରସନ୍ତ କୁମାର ପାଣିଗ୍ରାହୀ (ଏସଓଏ ବିଶ୍ୱବିଦ୍ୟାଳୟ), ପ୍ରଫେସର ସଦିକ୍ ରଙ୍ଗୱାଲା (ରମଣ ଗବେଷଣା ସଂସ୍ଥାନ, ବେଙ୍ଗାଲୁରୁ), ପ୍ରଫେସର ଭାନୁ ପ୍ରତାପ ଦାସ ଓ ପ୍ରଫେସର ଭୂପେନ ଦେବ (ଟିସିଜି–କ୍ରେଷ୍ଟ, କୋଲକାତା) ଏବଂ ଡ଼ା. ରିଚା ଗୋୟେଲ (ଆଇବିଏମ୍)।

ସେମିନାରଟିର ସମନ୍ୱୟକ ଥିଲେ ପ୍ରଫେସର ତପନ ମିଶ୍ର, ଯିଏ ଉଦ୍ଘାଟନୀ ଅଭିଭାଷଣ ମଧ୍ୟ ଦେଇଥିଲେ। ବିଭିନ୍ନ ସେସନ୍ଗୁଡ଼ିକର ଅଧ୍ୟକ୍ଷତା କରିଥିଲେ ପ୍ରଫେସର କାର୍ତ୍ତିକେଶ୍ୱର ସେନାପତି (ନାଇଜର), ପ୍ରଫେସର ଶ୍ରୀନିବାସନ (ନାଇଜର), ପ୍ରଫେସର ସୁଭଙ୍କର ବେଦାନ୍ତ (ନାଇଜର) ଓ ପ୍ରଫେସର ପି. ଭି. ସତ୍ୟମ (ଆଇଆଇଟି ଭୁବନେଶ୍ୱର)।

ଏହି ଗ୍ରାଣ୍ଡ ଅନୁଷ୍ଠାନଟିକୁ ସଫଳ କରିବାରେ ପରଦା ଆଡ଼ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିବାହ କରିଥିଲେ ସ୍ଥାନୀୟ ଆୟୋଜକ ଭାବେ ଡ଼ା. ସୁଦକ୍ଷିଣା ପୃଷ୍ଟି, ଡ଼ା. ଜି. ସନ୍ତୋଷ ବାବୁ, ଡ଼ା. ହରପ୍ରସନ୍ନ ଲେଙ୍କା ଓ ଡ଼ା. ଶାରଳଶ୍ରୀତ ମହାନ୍ତି। ତାଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସ ଓ ସମନ୍ୱିତ ଯୋଗଦାନରେ ଏହି ସେମିନାର ଗଭୀର ସଫଳତା ଅର୍ଜନ କରିପାରିଲା।

ସେମିନାରର ଶେଷରେ ଡ଼ଃ ସୁଦକ୍ଷିଣା ପ୍ରୁଷ୍ଟି ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମଟି ଯୁବ ପିଢିଙ୍କ ମଧ୍ୟରେ କ୍ୱାଣ୍ଟମ୍ ବିଜ୍ଞାନ ପ୍ରତି ଆଗ୍ରହ ଓ ଜ୍ଞାନ ଜଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା।

No comments:

COASTAL NEWS

ସମ୍ବଲପୁରୀ

🎤 (DJ Intro) (Voice + FX) This is Coastal Music Creation… Feel the Beat! Let’s Go! ଡିଜେ ବିଟ୍ ଚାଲିଲା… ସମ୍ବଲପୁର ମାଟି କମ୍ପିଲା… ରଙ୍...