AFFILIATE MARKETING

https://binomo.com?a=90810425bb57&t=0

Sunday, November 23, 2025

ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେଲା ଲଘୁଚାପ

୨୪ ଘଣ୍ଟାରେ ଅବପାତର ରୂପ ନେବା ସମ୍ଭାବନା

ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟା ସମ୍ଭାବନା

ଭୁବନେଶ୍ଵର, ୨୩/୧୧: ଦକ୍ଷିଣ ଆଣ୍ଡାମାନ ସାଗରରେ ସ୍ପଷ୍ଟ ଚିହ୍ନିତ ହୋଇଛି ଲଘୁଚାପ କ୍ଷେତ୍ର। ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଲଘୁଚାପ। ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଆଗାମୀ ୨୪ ଘଣ୍ଟାରେ ଅବପାତ ହେବ। ୪୮ ଘଣ୍ଟା ପରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଆସନ୍ତା ୨୫ କିମ୍ବା ୨୬ ବେଳକୁ ବାତ୍ୟା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି।

ଇସିଏମ୍ଡବ୍ଲ୍ୟୁଏଫ୍ ମଡେଲ ଅନୁସାରେ, ଆସନ୍ତା ୧ ତାରିଖ ଅପରାହ୍ନ ବେଳକୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ପାଖରେ ଥିବ। କିନ୍ତୁ ଏହା ଦିଗ ବଦଳାଇ ବାଂଲାଦେଶ ତଳ ହୋଇ ମ୍ୟାଁମାର ଆଡ଼କୁ ପଳାଇବ। ଆନ୍ଧ୍ର ଓ ମିଆଁମାର ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ଆକଳନ କରାଯାଇଛି। ସମୁଦ୍ରରେ ଥାଇ ଦିଗ ବଦଳାଇ ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ ଅଭିମୁଖେ ଯିବ। ତେବେ ଏହି ଦିଗ ପରିବର୍ତ୍ତନକୁ ନେଇ ବିଭିନ୍ନ ମଡେଲର ଆକଳନ ସ୍ପଷ୍ଟ ହୋଇନାହିଁ।

ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଓଡ଼ିଶାରେ ବାତ୍ୟା ଛୁଇଁବା ପାଇଁ ଅନୁକୂଳ ପରିସ୍ଥିତି ନାହିଁ। ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ, ତାହା ୨୭ ତାରିଖ ବେଳକୁ ସ୍ପଷ୍ଟ ହେବ।

No comments:

COASTAL NEWS

ଭାରତୀୟ ରେଳବାଇର ନୂଆ ଯୁଗ: ଗଡ଼ିଲା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍

ଭାରତୀୟ ରେଳବାଇର ନୂଆ ଯୁଗ: ଗଡ଼ିଲା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ବିନା ଡିଜେଲ ଓ କୋଇଲାରେ ଚାଲିବ ଟ୍ରେନ୍, ଧୂଆଁ ବଦଳରେ ବାହାରିବ ପବନ ନୂଆଦିଲ୍ଲୀ, ୧୭/୦୭: ଭାର...