AFFILIATE MARKETING

https://binomo.com?a=90810425bb57&t=0

Friday, November 14, 2025

ବିହାର ବିଜେପି ର ବାଜିମାତ

ବିହାରରେ ଏନଡିଏର‌ ବିପୁଳ ବିଜୟ

ସୁଶାସନ ଓ ବିକାଶର ବିଜୟ: ପ୍ରଧାନମନ୍ତ୍ରୀ ମୋଦି

ପାଟନା, ୧୪/୧୧: ବିହାର ନିର୍ବାଚନରେ ଏନଡିଏର ବାଜିମାତ୍। ୨୪୩ ସିଟରୁ ୨୦୨ ସିଟରେ ଏନଡିଏର ରେକର୍ଡ ବିଜୟ ହୋଇଛି। ଏଥି ସହ ମହାଗଠବନ୍ଧନ ହାତକୁ ଯାଇଛି ୩୪ଟି ସିଟ୍।

ବିହାରରେ ସରକାର ଗଠନ ପାଇଁ ୧୨୨ଟି ଆସନ ଆବଶ୍ୟକ। NDA ଭିତରେ, ବିଜେପି ଏବଂ JDU ପ୍ରତ୍ୟେକ ୧୦୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଅନ୍ୟ ସହଯୋଗୀ ଦଳ, LJPକୁ ୨୯ଟି ଏବଂ HAM ଏବଂ RLMକୁ ଛଅଟି ଆସନ ଦିଆଯାଇଥିଲା। ବିଜେପି ୯୧ଟି ଆସନରେ ଆଗୁଆ ଅଛି। JDU ୮୩ଟି, LJP ୧୯ଟି, HAM ପାଞ୍ଚଟି ଏବଂ RLM ଚାରିଟିରେ ବିଜୟୀ ହୋଇଛି।

ବିପୁଳ ବିଜୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, “ବିହାରରେ ସୁଶାସନ ଓ ବିକାଶର ବିଜୟ ହୋଇଛି। ଜନ କଲ୍ୟାଣ ଭାବନାର ବିଜୟ, ସାମାଜିକ ନ୍ୟାୟର ବିଜୟ। ୨୦୨୫ ବିଧାନସଭା ନିର୍ବାଚନରେ NDA ଐତିହାସିକ ବିଜୟ ଲାଭ କରିଛି। ଅଭୂତପୂର୍ବ ବିଜୟର ଆଶୀର୍ବାଦ ଦେଇଛନ୍ତି ବିହାରବାସୀ। ମୋର ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର କୃତଜ୍ଞତା। ଏହି ବିପୁଳ ଜନାଦେଶ ଆମକୁ ଲୋକଙ୍କ ସେବା କରିବାକୁ ଶକ୍ତି ଦେବ। ବିହାରର ବିକାଶ ପାଇଁ ନୂଆ ସଂକଳ୍ପ ନେଇ କାମ କରିବାକୁ ଶକ୍ତି ଦେବ।”

ଅଭୂତପୂର୍ବ ଜନ ସମର୍ଥନ ପାଇଁ ବିହାରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। NDAକୁ ପୁଣି ବିଶ୍ଵାସ କରିଥିବାରୁ ବିହାରର ଦେବତୁଲ୍ୟ ଜନତାଙ୍କୁ କୃତଜ୍ଞତା ଜଣାଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, “ବିକାଶ, ସୁଶାସନ ଓ ସ୍ଥିରତା ପ୍ରାଥମିକତା ବୋଲି ପ୍ରମାଣିତ କଲେ ବିହାରବାସୀ। ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ଵକୁ ବିହାରବାସୀ ମୋହର ମାରିଛନ୍ତି। ନୀତୀଶଙ୍କ କଲ୍ୟାଣକାରୀ ଯୋଜନା NDAକୁ ପ୍ରଚଣ୍ଡ ଜନାଦେଶର ପ୍ରମାଣ। ଏହି ଐତିହାସିକ ବିଜୟ ପ୍ରତ୍ୟେକ NDA କର୍ମୀଙ୍କ ଅକ୍ଳାନ୍ତ କଠିନ ପରିଶ୍ରମର ଫଳ।” ବୋଲି କହିଛନ୍ତି।

No comments:

COASTAL NEWS

ସମ୍ବଲପୁରୀ

🎤 (DJ Intro) (Voice + FX) This is Coastal Music Creation… Feel the Beat! Let’s Go! ଡିଜେ ବିଟ୍ ଚାଲିଲା… ସମ୍ବଲପୁର ମାଟି କମ୍ପିଲା… ରଙ୍...