AFFILIATE MARKETING

https://binomo.com?a=90810425bb57&t=0

Thursday, November 13, 2025

ଦିଲ୍ଲୀ ବିସ୍ଫୋରଣ: ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁଟାନରୁ ଫେରି ସିଧା ହସ୍ପିଟାଲ୍‌ ଗଲେ

ନୂଆଦିଲ୍ଲୀ, ୧୨/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭୁଟାନରୁ ଫେରିବା ପରେ ଦିଲ୍ଲୀର ଲୋକନାୟକ ଜୟ ପ୍ରକାଶ (LNJP) ହସ୍ପିଟାଲ ଯାଇ ଲାଲକିଲ୍ଲା ବିସ୍ଫୋରଣରେ ଆହତମାନଙ୍କୁ ଭେଟିଛନ୍ତି। ଏହି ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି।

ଦୁଇ ଦିନିଆ ଭୁଟାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଅବତରଣ କରିବା ପରେ ସିଧାସଳଖ ଏଲଏନଜେପି ହସ୍ପିଟାଲକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଆହତମାନଙ୍କୁ ବ୍ୟକ୍ତିଗତ ଭାବରେ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ହସ୍ପିଟାଲର ଅଧିକାରୀ ଏବଂ ଡାକ୍ତରମାନଙ୍କ ସହିତ ପୀଡ଼ିତଙ୍କ ବିଷୟରେ ପଚାରି ବୁଝିଥିଲେ।

“ଦିଲ୍ଲୀରେ ବିସ୍ଫୋରଣ ସମୟରେ ଆହତ ହୋଇଥିବା ଲୋକଙ୍କୁ LNJP ହସ୍ପିଟାଲ ଯାଇ ଭେଟିଲି। ସମସ୍ତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ଷଡ଼ଯନ୍ତ୍ର ପଛରେ ଥିବା ଲୋକଙ୍କୁ ଦଣ୍ଡ ଦିଆଯିବ।” ବୋଲି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରିଛନ୍ତି।

ସୂଚନାଯୋଗ୍ୟ, ହରିୟାଣାର ଫରିଦାବାଦରୁ ଜୈଶ-ଏ-ମହମ୍ମଦ ଏବଂ ଅନସାର ଘଜୱାତ-ଉଲ-ହିନ୍ଦ ସହିତ ଜଡିତ ଏକ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିବା ପରେ 2,900 କିଲୋଗ୍ରାମ ବୋମା ତିଆରି ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। ସେହିଦିନ ହିଁ ସନ୍ଧ୍ୟା ୬ଟା ୫୨ରେ ଦିଲ୍ଲୀର ଲାଲ କିଲ୍ଲା ନିକଟ ମେଟ୍ରୋ ଷ୍ଟେସନ ଗେଟ୍ ନମ୍ବର ୧ରେ ବିସ୍ଫୋରଣ ହୋଇଥିଲା। ଏଥିରେ ୧୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ।

ସେହି ସମୟରେ ପ୍ରଧାନମନ୍ତ୍ରୀ ଭୁଟାନ ଗସ୍ତରେ ଥିଲେ। ସେଠାରେ ସେ ଥିମ୍ପୁରେ ବିଶ୍ୱ ଶାନ୍ତି ପ୍ରାର୍ଥନା ମହୋତ୍ସବ (GPPF)କୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସେଠାରୁ ବିସ୍ଫୋରଣ ଷଡ଼ଯନ୍ତ୍ରକାରୀଙ୍କ ଉଦ୍ଦେଶ୍ୟରେ କଡ଼ା ବାର୍ତ୍ତା ଦେଇଥିଲେ। ମୋଦି କହିଥିଲେ, “ଆମେ ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ପହଞ୍ଚିବୁ, ଏବଂ ଷଡ଼ଯନ୍ତ୍ରକାରୀମାନଙ୍କୁ ଛଡ଼ାଯିବ ନାହିଁ,” ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

No comments:

COASTAL NEWS

ଏକଲା ଚିନ୍ତା କର

Song Title: ସବୁ ସରିଯିବ (Sabu Sari Jiba - सब खत्म हो जाएगा) ​Music Style Command for Suno/Music Gen: ​ Genre: Odia Modern Sad ...