AFFILIATE MARKETING

https://binomo.com?a=90810425bb57&t=0

Monday, November 17, 2025

ଭଙ୍ଗାଗଲା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର: ରେଡ୍ ବେଳେ ବିପୁଳ ମାରଣାସ୍ତ୍ର ଜବତ

ବିଭିନ୍ନ ସ୍ଥାନରେ ବ୍ଳକିଙ୍ଗ୍‌: ବସ୍ ଓ ଅନ୍ୟ ଯାନବାହାନ ଯାଞ୍ଚ

ଜଗତସିଂହପୁର - ସନ୍ଦିଗ୍ଧ ‘ବାଂଲାଦେଶୀ’ଙ୍କ ଘର ଭାଙ୍ଗିଲା ପ୍ରଶାସନ। ସଦର ଥାନା ବେହେରାମପୁର ବସ୍ତିରେ ଘର ଉପରେ ବୁଲିଲା ବୁଲ୍‌ଡୋଜର। ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଭଙ୍ଗାଗଲା ୧୦ ବଖରା ଘର। ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇ ଜିଲ୍ଲାପାଳ କହିଛନ୍ତି, ମାମଲାକୁ ଗୁରୁତ୍ବର ସହ ନେଇଛୁ, ସବୁ ଦିଗରୁ ତଦନ୍ତ ଚାଲିଛି। କେମିତି ଆସିଲେ, କଣ ଲିଙ୍କ୍ ଅଛି, କିଏ ଆଣି ରଖିଲା ତଦନ୍ତ କରୁଛୁ। ଯିଏ ବି ଦୋଷୀ ସାବ୍ୟସ୍ତ ହେବ ପଦକ୍ଷେପ ନେବୁ।

କଲେକ୍ଟର ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ସରକାରୀ ଜମିରେ ହୋଇଥିବା ସମସ୍ତ ବେଆଇନ ନିର୍ମାଣକୁ ହଟାଯିବ। ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇଛି, ଏବଂ ଆବଶ୍ୟକ ସ୍ଥଳେ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିବାକୁ ଉପ-କଲେକ୍ଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଏମାନେ ସରକାରୀ ଜମି ମାଡ଼ି ବସି ଘର‌ ତିଆରି କରି ରହୁଥିଲେ। ତରିକୁନ୍ଦ ପଞ୍ଚାୟତ ଅନ୍ତର୍ଗତ ବେହେରାମପୁର ବସ୍ତିର ଏକ ଘରୁ ପୋଲିସ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ମହିଳାଙ୍କୁ ଅଟକ ରଖିବାର ଗୋଟିଏ ଦିନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଚଢାଉ ସମୟରେ ପୋଲିସ ଦେଶୀ ବନ୍ଧୁକ, ଧାରୁଆ ଅସ୍ତ୍ର ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିଛି। ପୋଲିସର କାର୍ଯ୍ୟାନୁଷ୍ଠାନ ଭୟରେ ପ୍ରାୟ ଦଶ ଜଣ ପୁରୁଷ ଫେରାର ହୋଇ ଯାଇଥିବା ବେଳେ ଦୁଇ ମହିଳାଙ୍କୁ ପଚରାଉଚରା ପାଇଁ ନିଆଯାଇଛି ଏବଂ ଫେରାର ବ୍ୟକ୍ତିମାନଙ୍କୁ ଖୋଜିବା ପାଇଁ ଏକ ଅଭିଯାନ ଜାରି ରହିଛି।

ସେହିପରି ଜିଲ୍ଲାର ଧନିପୁର ନିକଟ ସାତପୁର ବସ୍ତିରେ ରେଡ୍‌ ହୋଇଛି। ବାଂଲାଦେଶୀ ରହୁଥିବା ସୂଚନା ପରେ ପ୍ରଶାସନର ରେଡ୍‌। ରେଡ୍ ବେଳେ ବାଂଲାଦେଶୀଙ୍କ ଘରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି।

କେନ୍ଦ୍ରାପଡାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଠାବ ପାଇଁ ଯାଞ୍ଚ କରାଯାଉଛି। ବିଭିନ୍ନ ସ୍ଥାନରେ ବ୍ଳକିଙ୍ଗ୍‌ କରି ଯାତ୍ରୀବାହୀ ବସ୍ ଓ ଅନ୍ୟ ଯାନବାହାନ ଯାଞ୍ଚ କରାଯାଉଛି। ଦୁହୁରିଆ, ଗରାପୁର, ରାଜକନିକା, ପଟ୍ଟାମୁଣ୍ଡାଇ, ରାଜନଗରରେ ଯାଞ୍ଚ କରାଯାଉଛି।

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...