AFFILIATE MARKETING

https://binomo.com?a=90810425bb57&t=0

Thursday, November 6, 2025

କୋମନାରେ ମୁଖ୍ୟମନ୍ତ୍ରୀଙ୍କ ବିରାଟ ରୋଡ଼ ସୋସଭାମଞ୍ଚରୁ ନବୀନଙ୍କୁ ସିଧା ନିଶାନା

ସଭାମଞ୍ଚରୁ ନବୀନଙ୍କୁ ସିଧା ନିଶାନା

ନୂଆପଡ଼ା, ୦୬/୧୧: ନୂଆପଡ଼ା କୋମନାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଶାଳ ରୋଡ଼ ସୋ। ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଦ୍ୟାନବନ୍ଧରୁ ରୋଡ୍‌ ଶୋ’ରେ ଯାଇ ସଭାମଞ୍ଚରେ ଯୋଗ ଦେଲେ। ଏହି ଜନସମାବେଶରେ ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ବରିଷ୍ଠ ନେତା ବସନ୍ତ ପଣ୍ଡା, ଅନେକ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ।

କୋମନାରେ ବିରାଟ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ ଦେଇ କହିଛନ୍ତି, ନୂଆପଡ଼ାର ବିକାଶ ପାଇଁ ମୋତେ ଏଠାକୁ ଆସିବାକୁ ପଡ଼ିଛି। ପୂର୍ବରୁ କେବେ ଏତେ ଜନସମାଗମ କେହି ଦେଖି ନ ଥିଲେ। ନୂଆପଡ଼ାର ବିକାଶ ପାଇଁ ୧ ହଜାର ୪ ଶହ କୋଟିର ପ୍ରତିଶ୍ରୁତି ଦେଇ ସାରିଛି। ଜୟ ଢୋଲକିଆ ନିର୍ବାଚିତ ହେଲେ ଆପଣଙ୍କ ଦାବି ଉପସ୍ଥାପନ କରିପାରିବେ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କହିଛନ୍ତି, “କିଛି ଦିନ ତଳେ ବିରୋଧୀଦଳ ନେତା ଜୟଙ୍କୁ ବେଇମାନ କହିଥିଲେ. ପୂର୍ବରୁ କେବେ ତାଙ୍କ ମୁହଁରୁ ଏପରି ଶବ୍ଦ ବାହାରେ ନାହିଁ। କେହି ତାଙ୍କୁ ସ୍କ୍ରିପ୍ଟ ଲେଖି ଦେଇଥିଲେ, ତାହା ସେ ପଢ଼ିଦେଲେ। ‘ବେଇମାନ’ ଶବ୍ଦର ଅର୍ଥ ବୋଧେ ସିଏ ବୁଝି ପାରି ନ ଥିବେ। ବିଜେପୁର, କାକଟପୁରରେ ବିଜେଡି କଣ କରିଥିଲା ମନେ ପକାଇବା ଦରକାର। ନର୍ଲାରେ ତତ୍‌କାଳୀନ ବିରୋଧୀଦଳ ନେତାଙ୍କୁ କିଏ ନେଇ ଯାଇଥିଲା। ଏହା କ’ଣ ବିଜେଡିରେ ବେଇମାନୀ ନ ଥିଲା କି? ବେଇମାନ କିଏ ଓ କେତେଥର ବେଇମାନୀ କରିଛନ୍ତି ତାହା ସମସ୍ତେ ଜାଣିଛନ୍ତି। ଯେଉଁମାନେ ଦଳକୁ ଆଣିଥିଲେ, ସେମାନଙ୍କୁ ତଡ଼ି ବେଇମାନୀ କରିନାହାନ୍ତି ବୋଲି ପଚାରିଛନ୍ତି।

ସେହିପରି ବିଜେଡିର ପ୍ରାର୍ଥୀତ୍ବକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇ କହିଛନ୍ତି, ଜିଲ୍ଲା ବାହାର ନେତାଙ୍କୁ ଡାକି ଟିକେଟ ଦେଲେ। ଜିଲ୍ଲା ଭିତରେ କ’ଣ ବିଜେଡିର ନେତା ନାହାନ୍ତି କି? ଶେଷରେ ବରଗଡ଼ରୁ ଆଣି ଜଣଙ୍କୁ ପ୍ରାର୍ଥୀ କରି ଜିଲ୍ଲା ପ୍ରାର୍ଥୀଙ୍କୁ ବଞ୍ଚିତ କଲେ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ହେଲା ପରେ ନୂଆପଡ଼ାକୁ ପଞ୍ଚମ ଥର ପାଇଁ ଆସିଛି। ପୂର୍ବ ମୁଖିଆ କେବେ ନୂଆପଡ଼ା ଆସି କିଛି ଘୋଷଣା କରିଥିଲେ କି? ତତ୍‌କାଳୀନ ମୁଖ୍ୟମନ୍ତ୍ରୀ କେବେ କାହାକୁ ଭେଟୁଥିଲେ କି? ତାଙ୍କ ମନ୍ତ୍ରୀ ଓ ବିଧାୟକ ମଧ୍ୟ ଭେଟିପାରୁ ନ ଥିଲେ। ଏପରିକି ଜିଲ୍ଲା ସଭାପତି ମଧ୍ୟ ଭେଟି ପାରୁ ନ ଥିଲେ। ଏଥିପାଇଁ ସ୍ବର୍ଗତଃ ରାଜୁ ଢୋଲକିଆ ମଧ୍ୟ ଅଣନିଶ୍ବାସୀ ହୋଇଯାଇଥିଲେ। ଏବେ ଜଣେ କାର୍ପଟଦାରଙ୍କ ନିର୍ଦ୍ଦେଶରେ ଆସି ଏପଟସେପଟ ହେଉଛନ୍ତି।

ମୋ ଦ୍ବାର ନୂଆପଡ଼ାବାସୀ ଓ ସମସ୍ତଙ୍କ ପାଇଁ ଖୋଲା ରହିଛି। ନୂଆପଡ଼ା ମାଟିରେ ନିଶ୍ଚୟ ପଦ୍ମ ଫୁଟିବ। ଦ୍ବିତୀୟ ସ୍ଥାନ ପାଇଁ କଂଗ୍ରେସ-ବିଜେଡି ମଧ୍ୟରେ ଚାଲିଛି ଲଢ଼େଇ। ପରିବର୍ତ୍ତନରେ ସାମିଲ ହୋଇ ନିଶ୍ଚୟ ନୂଆପଡ଼ା ବିକାଶରେ ସାମିଲ ହେବେ ଆଶା କରୁଛି ବୋଲି କହିଛନ୍ତି।

ଚାଷୀ ପ୍ରସଙ୍ଗ ଉଠାଇ ବିଜେଡିକୁ ଆହୁରି ଟାର୍ଗେଟ୍‌ କରି କହିଛନ୍ତି, ୧୦୦ ଟଙ୍କା ସବ୍‌ସିଡି ଦେବାକୁ କହି ବିଜେଡି ସରକାର ଦେଇପାରିଲେନି। ମାତ୍ର ଆମ ସରକାର ଆସିବା ମାତ୍ରେ ୮ ଶହ ଟଙ୍କା ସବସିଡି ଦେଇ ଆସିଛି। ଏହାର ସୁବିଧା ରାଜ୍ୟର ୧୭ ଲକ୍ଷ କୃଷକଙ୍କୁ ମିଳିଛି ବୋଲି କହିଛନ୍ତି।

No comments:

COASTAL NEWS

ଜଗନ୍ନାଥ କୀର୍ତ୍ତନ

ଶ୍ରୀ ଜଗନ୍ନାଥ ମହାକୀର୍ତ୍ତନ (Fast Kirtan Version) (Original • Royalty-Free • Chorus–Repeat Focused) ॥ ଆହ୍ୱାନ (Opening Shout) ॥ हरि ...