AFFILIATE MARKETING

https://binomo.com?a=90810425bb57&t=0

Saturday, November 8, 2025

ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମରଣୋତ୍ସବ

ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ମରଣୋତ୍ସବ

ପାଟନାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ଯୋଗଦେଲେ

‘ବନ୍ଦେ ମାତରମ୍’ ଜାତୀୟତା ଏବଂ କର୍ତ୍ତବ୍ୟର ପଥ ଦେଖାଉଛି: ଧର୍ମେନ୍ଦ୍ର ପ୍ରଧାନ

ପାଟନା, ୦୭/୧୧: ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷର ପବିତ୍ର ଯାତ୍ରାକୁ ଏକ ଭବ୍ୟ ତଥା ଅବିସ୍ମରଣୀୟ ରୂପ ପ୍ରଦାନ କରିବା ସହିତ ବର୍ଷବ୍ୟାପୀ ସ୍ମରଣୋତ୍ସବର ଶୁଭାରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପାଟନାରେ ମାନ୍ୟବର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି, “ବନ୍ଦେ ମାତରମ୍”ର ୧୫୦ତମ ବାର୍ଷିକୀ ହେଉଛି ଜାତୀୟ ଗର୍ବ ଏବଂ ସାଂସ୍କୃତିକ ଚେତନାର ଏକ ମୁହୂର୍ତ୍ତ, ଯାହା ପ୍ରତ୍ୟେକ ଭାରତୀୟଙ୍କ ମନରେ ଭାରତ ମାତାଙ୍କ ପ୍ରତି ଅତୁଟ ପ୍ରେମକୁ ପୁନର୍ବାର ଜାଗ୍ରତ କରୁଛି । ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଏହି କାଳଜୟୀ ରଚନା ସ୍ୱାଧୀନତା ଆନ୍ଦୋଳନ ସମୟରେ ଶକ୍ତି ଏବଂ ଏକତାର ଉତ୍ସ ପାଲଟିଥିଲା । ଆଜି ମଧ୍ୟ ଏହା ଆମକୁ ଜାତୀୟତା ଏବଂ କର୍ତ୍ତବ୍ୟର ପଥ ଦେଖାଇବାକୁ ପ୍ରେରଣା ଦେଉଛି । ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶ “ବିକଶିତ ଭାରତ” ର ସଂକଳ୍ପ ନେଇ ଦ୍ରୁତ ଗତିରେ ଅଗ୍ରସର ହେଉଛି । “ବନ୍ଦେ ମାତରମ୍”ର ଏହି ଭାବନା ଆମର ସାମୂହିକ ଚେତନାକୁ ଆହୁରି ମଜବୁତ କରିଛି । ଏହି ଐତିହାସିକ ଅବସର ଆମକୁ ସଂକଳ୍ପ ନେବାକୁ ଆହ୍ୱାନ କରେ ଯେ ଜାତୀୟ ସ୍ୱାର୍ଥ, ଜାତୀୟ ନୀତି ଏବଂ ଜାତୀୟ ସେବା ଆମର ପ୍ରାଥମିକତାରେ ସର୍ବୋପରି ରହିବ ଏବଂ ଆମେ ଏକ ନୂତନ ଭାରତ ନିର୍ମାଣରେ ଆମର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବୁ ।

ଏହି ରାଷ୍ଟ୍ର ଗୀତକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ବର୍ଷବ୍ୟାପୀ ସ୍ମରଣୋତ୍ସବ ପଦକ୍ଷେପ କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ହେଉଛି ସେହି ରାଷ୍ଟ୍ରୀୟ ଚେତନାକୁ ପୁଣି ଥରେ ମନେ ପକାଇବାର ଅବସର । ଆମର ରାଷ୍ଟ୍ର ସଙ୍ଗୀତ ସ୍ଵାଧୀନତା ସଂଗ୍ରାମର ପ୍ରତିଟି ପର୍ଯ୍ୟାୟରେ ଭାରତବାସୀଙ୍କ ମଧ୍ୟରେ ଅଦମ୍ୟ ସାହସ, ଏକତା ଏବଂ ସ୍ଵାଭିମାନ ସଞ୍ଚାର କରିଥିଲା । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାରି କରାଯାଇଥିବା ବିଶେଷ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ଅମର ରାଷ୍ଟ୍ରମନ୍ତ୍ରକୁ ଜାତିର ସାମୂହିକ ଶ୍ରଦ୍ଧାର ଏକ ଶାଶ୍ୱତ ପ୍ରତୀକ ଭାବରେ ସ୍ଥାପିତ କରୁଛି । ଏହା ସହିତ ୱେବସାଇଟ୍ http://vandemataram150.in ମାଧ୍ୟମରେ ସେ ଜନଭାଗିଦାରୀର ଏକ ଜୀବନ୍ତ ମଞ୍ଚ ପ୍ରଦାନ କରିଛନ୍ତି ।

ସେ ଆହୁରି କହିଛନ୍ତି, ଏହି ମଞ୍ଚ ଆମର ସାଂସ୍କୃତିକ ଐତିହ୍ୟକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହ ଯୋଡ଼ି ଏହାକୁ ଏକ ଜାତୀୟ ଜନ-ଆନ୍ଦୋଳନର ରୂପ ଦେଉଛି । ଏହି ଅଭିନବ ପଦକ୍ଷେପ ପ୍ରତ୍ୟେକ ନାଗରିକଙ୍କୁ ନିଜସ୍ୱ ସ୍ୱରରେ ‘ବନ୍ଦେ ମାତରମ୍’ ଗାନ କରି ଏହି ଗୌରବପୂର୍ଣ୍ଣ ପରମ୍ପରାର ଅଂଶୀଦାର ହେବାକୁ ସୁଯୋଗ ଦେଉଛି । ଏହି ଆୟୋଜନ ଆଗାମୀ ପିଢ଼ିର ହୃଦୟରେ ରାଷ୍ଟ୍ରଗୀତର ପ୍ରେରଣାକୁ ଆହୁରି ଅଧିକ ପ୍ରଖର କରି ରଖିବା ଦିଗରେ ଏକ ଐତିହାସିକ ପଦକ୍ଷେପ ଭାବରେ ପରିଗଣିତ ହେବ । ଏହି ଦେଶବ୍ୟାପୀ ସ୍ମୃତିଚାରଣରେ ଜାତୀୟ ଗୀତର ପୂର୍ଣ୍ଣ ସଂସ୍କରଣକୁ ସାମୂହିକ ଭାବରେ ଗାନ କରିବା, ସାଂସ୍କୃତିକ ଆତ୍ମ-ଜାଗରଣର ଏକ ଜ୍ୱାଳା ପ୍ରଜ୍ଜ୍ୱଳିତ କରିବା ଏବଂ ନୂତନ ପିଢ଼ିକୁ ପ୍ରେରଣା ଦେବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

No comments:

COASTAL NEWS

ସମ୍ବଲପୁରୀ

🎤 (DJ Intro) (Voice + FX) This is Coastal Music Creation… Feel the Beat! Let’s Go! ଡିଜେ ବିଟ୍ ଚାଲିଲା… ସମ୍ବଲପୁର ମାଟି କମ୍ପିଲା… ରଙ୍...