AFFILIATE MARKETING

https://binomo.com?a=90810425bb57&t=0

Monday, November 17, 2025

ଜଳିଗଲା ବସ୍: ୪୨ ଭାରତୀୟ ଜୀବନ୍ତ ଦଗ୍ଧ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ସ୍ଥାପନ: ହେଲ୍ପଲାଇନ ନମ୍ୱର ଜାରି

୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ସ୍ଥାପନ: ହେଲ୍ପଲାଇନ ନମ୍ୱର ଜାରି

ମକ୍କା, ୧୭/୧୧: ସାଉଦି ଆରବରେ ଭୟଙ୍କର ଦୁର୍ଘଟଣା ଫଳରେ। ଦୁର୍ଘଟଣା ପରେ ଏକ ବସଟି ସମ୍ପୂର୍ଣ୍ଣ ଜଳିଯିବା ପରେ ୪୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଛି।

ମଦିନା ନିକଟରେ ଉମରା ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଏବଂ ଡିଜେଲ ଟ୍ୟାଙ୍କର ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ ୪୨ ଜଣଙ୍କର ମୃତ୍ୟୁ ହୋଇଛି। ସାଉଦି ଆରବର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅନେକ ଭାରତୀୟ ନାଗରିକ ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ ବସ୍‌ଟି ମକ୍କାରୁ ମଦିନା ଯାଉଥିବା ବେଳେ ମୁଫ୍ରିହାଟ ନିକଟରେ ରାତି ପ୍ରାୟ ୧.୩୦ ସମୟରେ ଦୁର୍ଘଟଣା ଘଟିଥିଲା। ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ତେଲେଙ୍ଗାନାର ହାଇଦ୍ରାବାଦର ଥିଲେ ବୋଲି ସୂଚନା ମିଳିଛି।

ଦୁର୍ଘଟଣା ସମୟରେ ଅନେକ ଯାତ୍ରୀ ଶୋଇପଡ଼ିଥିଲେ ବୋଲି ଜଣାପଡ଼ିଛି। ଯାହା ଫଳରେ ଧକ୍କା ପରେ ବସ୍‌ଟି ନିଆଁ ଲାଗିଯିବାରୁ ଏଥିରୁ କେହି ବର୍ତ୍ତି ପାରିନଥିଲେ।

ମୃତକଙ୍କ ମଧ୍ୟରେ ଅତି କମରେ ୨୦ ଜଣ ମହିଳା ଏବଂ ୧୦ ଜଣ ଶିଶୁ ଅଛନ୍ତି।

ତେଲେଙ୍ଗାନା ସରକାର କହିଛନ୍ତି ଯେ ରିୟାଦରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଦୂତାବାସ କର୍ତ୍ତୃପକ୍ଷଙ୍କ ସହିତ କଥା ହୋଇଛନ୍ତି।

ହାଇଦ୍ରାବାଦର ସାଂସଦ ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ବସ୍‌ଟି ଯେତେବେଳେ ନିଆଁ ଲାଗିଥିଲା ସେତେବେଳେ ବସ୍‌ରେ ୪୨ ଜଣ ଉମରାହ ଯାତ୍ରୀ ଥିଲେ। ସେ ରିୟାଦରେ ଥିବା ଭାରତୀୟ ଦୂତାବାସର ଡେପୁଟି ଚିଫ୍ ଅଫ୍ ମିଶନ୍ (ଡିସିଏମ) ଆବୁ ମାଥେନ ଜର୍ଜଙ୍କ ସହ ଯୋଗାଯୋଗରେ ଅଛନ୍ତି।

କେନ୍ଦ୍ର ସରକାର ମୃତଦେହଗୁଡ଼ିକୁ ଭାରତ ଫେରାଇ ଆଣିବା ଏବଂ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ଓୱେସି ଅନୁରୋଧ କରିଛନ୍ତି।

ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ସାଉଦି ଆରବ ବସ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “ସାଉଦି ଆରବର ମଦିନାରେ ଭାରତୀୟ ନାଗରିକଙ୍କ ସହିତ ଘଟିଥିବା ଦୁର୍ଘଟଣାରେ ମୁଁ ଗଭୀର ମର୍ମାହତ। ରିୟାଦରେ ଆମର ଦୂତାବାସ ଏବଂ ଜେଦ୍ଦାରେ କନସୁଲେଟ୍ ଜେନେରାଲ ଏହି ଦୁର୍ଘଟଣାରେ ପ୍ରଭାବିତ ଭାରତୀୟ ନାଗରିକ ଏବଂ ସେମାନଙ୍କ ପରିବାରକୁ ପୂର୍ଣ୍ଣ ସହାୟତା ଯୋଗାଇ ଦେଉଛନ୍ତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।”

ଅନ୍ୟପଟେ ଜେଦ୍ଦାହରେ ଭାରତୀୟ କନସୁଲେଟ୍ ଜେନେରାଲ ପ୍ରଭାବିତ ପରିବାରଗୁଡ଼ିକୁ ସହାୟତା କରିବା ପାଇଁ ଏକ 24×7 କଣ୍ଟ୍ରୋଲ ରୁମ ସ୍ଥାପନ କରିଛନ୍ତି। ଏହା ସହିତ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି:- 8002440003।

No comments:

COASTAL NEWS

ସମ୍ବଲପୁରୀ

🎤 (DJ Intro) (Voice + FX) This is Coastal Music Creation… Feel the Beat! Let’s Go! ଡିଜେ ବିଟ୍ ଚାଲିଲା… ସମ୍ବଲପୁର ମାଟି କମ୍ପିଲା… ରଙ୍...