AFFILIATE MARKETING

https://binomo.com?a=90810425bb57&t=0

Saturday, November 1, 2025

ବିଜେଡ଼ି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁଅନ୍ୟ ଜଣେ ବିଧାୟକଙ୍କ ନାଁରେ ମଧ୍ୟ ଏତଲା

ଅନ୍ୟ ଜଣେ ବିଧାୟକଙ୍କ ନାଁରେ ମଧ୍ୟ ଏତଲା

ନୂଆପଡ଼ା, ୦୧/୧୧: ନୂଆପଡା ଉପନିର୍ବାଚନ ପୂର୍ବରୁ ବିବାଦରେ ବିଜେଡି। ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି ଦାସ)ଙ୍କ ବିରୋଧରେ କୋମନା ଥାନାରେ ଲିଖିତ ଅଭିଯୋଗ ଦାଖଲ ହେବା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ନୂଆପଡ଼ା କୋମନା ଥାନା ଅଞ୍ଚଳରେ ଜନୈକ ଯୁବକଙ୍କୁ ଗାଳିଗୁଲଜ ଓ ମାରପିଟ ଅଭିଯୋଗରେ ମାମଲା ରୁଜୁ କଲା ପୋଲିସ।

ଅଭିଯୋଗ ଅନୁଯାୟୀ, କୋମନା ବ୍ଲକ ଅନ୍ତର୍ଗତ ପାଇକାପଡ଼ାର ବାସିନ୍ଦା ଜିତୁଙ୍କୁ ବବି ଦାସଙ୍କ ଏକ ଗୋଷ୍ଠୀ କୋମନାସ୍ଥିତ ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଡାକି ସେଠାରେ ତାଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିଲେ। ବିଜେପିରେ କାହିଁକି ବୁଲୁଛୁ କହି ମାଡ଼ ମାରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ଯଦି ପୋଲିସ ଠିକ୍ ସମୟରେ ପହଞ୍ଚି ନଥାନ୍ତା, ତେବେ ମୋତେ ହତ୍ୟା କରାଯାଇଥାନ୍ତା ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ତେବେ ଏ ଘଟଣାକୁ ନେଇ ବବି ଦାସଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ବବି ଦାସଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରାଯାଇଛି। BNS ୧୨୬ (୨), ୨୯୬, ୧୧୫ (୨), ୩୫୧ (୨) ଓ ୩ (୫) ଧାରାରେ ମାମଲା ରୁଜୁ ହୋଇଛି।

No comments:

COASTAL NEWS

ଜଗନ୍ନାଥ suprsbhat

ଶ୍ରୀ ଜଗନ୍ନାଥ ତ୍ୱରିତ କୀର୍ତନ (Nadiyā–Purī Fast Kirtan Style) [Opening Shout – Call] ହରି ବୋଲ୍! ହରି ବୋଲ୍! ଜୟ ଜଗନ୍ନାଥ! ହରି ବୋଲ୍! ହରି ...