ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କ'ଣ ?
ଓଡିଶା ସରକାର ୨୦୨୪ ମସିହାରେ ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଏବଂ ଚାଷୀମାନଙ୍କୁ ଆର୍ଥିକ ଭାବରେ ସ୍ୱାବଲମ୍ବୀ କରିବା । ଏହି ଯୋଜନା ଅଧୀନରେ ଚାଷୀମାନଙ୍କୁ ଛୋଟ ଛୋଟ ଡାଏରୀ ୟୁନିଟ୍ ସ୍ଥାପନ କରିବାକୁ ଉତ୍ସାହିତ କରାଯାଉଛି, ଯେପରିକି ୨ ରୁ ୪ ଟି ଗାଈ ବା ମଇଁଷି ସହିତ ଛୋଟ ଫାର୍ମ ।
ଏହା ୨୦୨୪, ୨୫ ରୁ ୨୦୨୮, ୨୯ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଏବଂ ଏଥିପାଇଁ ୧୪୨୩ ଦଶମିକ ୪୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ଗୋ-ପାଳନ ଯୋଜନା ଭଳି ଉପ-ଯୋଜନାକୁ ସମାବେଶ କରି ପଶୁପାଳନକୁ ସହଜ କରୁଛି।
ସରକାରଙ୍କ ଲକ୍ଷ୍ୟ.
ଓଡିଶା ସରକାର ଦୁଗ୍ଧ ଉତ୍ପାଦନକୁ ଦୁଇଗୁଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ ରାଜ୍ୟରେ ଦୈନିକ ପ୍ରାୟ ୭୨ ଲକ୍ଷ ଲିଟର କ୍ଷୀର ଉତ୍ପାଦନ ହେଉଥିବା ବେଳେ, ୨୦୩୦ ସୁଦ୍ଧା ଏହାକୁ ଦୈନିକ ୧୫୦ ଲକ୍ଷ ଲିଟରକୁ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନା ମାଧ୍ୟମରେ ୧୫ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ ବୋଲି ଆଶା କରାଯାଉଛି । ଏହା ଦ୍ୱାରା ରାଜ୍ୟର ଗ୍ରାମ୍ୟ ଅର୍ଥନୀତିକୁ ମଜବୁତ୍ କରାଯିବ ଏବଂ ଦୁଗ୍ଧ ସମ୍ପର୍କିତ ରପ୍ତାନି ବୃଦ୍ଧି ପାଇବ। ଚାଷୀମାନେ କିପରି ଲାଭ ଉଠାଇବେ ? ଏହି ଯୋଜନାରେ ଚାଷୀମାନଙ୍କୁ ଗାଈ ଓ ମଇଁଷି କିଣିବା ପାଇଁ ରିହାତିଯୁକ୍ତ ଋଣ (subsidized loans) ପ୍ରଦାନ କରାଯିବ, ଯାହା ଅର୍ଦ୍ଧାଧିକ ପ୍ରକଳ୍ପ ଖର୍ଚ୍ଚର ସବସିଡି ସହିତ ଉପଲବ୍ଧ । ଜଣେ ହିତାଧିକାରୀ ଦୁଇଟି ଗାଈ ସହିତ ଗୁହାଳ ପାଇଁ ସରକାରଙ୍କ ଠାରୁ ସବସିଡି ବାବଦରେ ପାଇବେ 2 ଲକ୍ଷ୍ୟ 30 ହଜାର 400 ଟଙ୍କା l
ଘାସ ଚାଷ ପାଇଁ ସରକାର ସବସିଡି ଦେଇଛନ୍ତି ଏଜ ଏକର ଘାସ ଚାଷ ପାଇଁ 70 ହଜାର ଟଙ୍କା l ଏହାଦ୍ୱାରା ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଆୟ ବୃଦ୍ଧି ପାଇବ। ରାଜ୍ୟ ସରକାର ଉନ୍ନତ କିସମର ୧୦,୦୦୦ କ୍ଷୀର ଦେଉଥିବା ଗାଈ (ଯେମିତି ଗିର୍, ସାହିବାଲ୍ ବା କ୍ରସ୍-ବ୍ରିଡ୍) ଚାଷୀମାନଙ୍କୁ ବଣ୍ଟନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଗାଈମାନେ ଦୈନିକ ୧୦ ରୁ ୧୫ ଲିଟର ଦୁଗ୍ଧ ଦେଇପାରନ୍ତି, ଯାହା ଚାଷୀଙ୍କ ଆୟକୁ ବଢ଼ାଇବ।
ଆର୍ଥିକ ସହାୟତା ଏବଂ ସବସିଡିର ବିସ୍ତୃତ ବର୍ଣ୍ଣନା
ଯୋଜନାରେ ବିଭିନ୍ନ ସବସିଡି ଓ ସହାୟତା ରହିଛି, ଯାହା ଚାଷୀମାନଙ୍କୁ ଡାଏରୀ ବ୍ୟବସାୟ ଆରମ୍ଭ କରିବାରେ ସହାୟକ ହେବ। ପ୍ରଥମେ, ଗାଈ କିଣିବାର ଆନୁମାନିକ ଖର୍ଚ୍ଚ ଓ ସବସିଡି: ଏକ ଉନ୍ନତ କ୍ଷୀରଦାତା ଗାଈର (ଯେମିତି ଏଚ୍ ଏଫ୍ HF ବା କ୍ରସ୍-ବ୍ରିଡ୍ ) ଆନୁମାନିକ ମୂଲ୍ୟ ହେଉଛି ୯୦,୦୦୦ ଟଙ୍କା। ଦୁଇଟି ଗାଈ ପାଇଁ ମୋଟ୍ ୧,୮୦,୦୦୦ ଟଙ୍କା ଲାଗିବ, କିନ୍ତୁ ସରକାର ଏଥିରେ ମାତ୍ରାଧିକ ସବସିଡି ପ୍ରଦାନ କରିବେ, ଯାହା ଋଣ ମାଧ୍ୟମରେ ଉପଲବ୍ଧ ।
ଗୋଶାଳା ସବସିଡି:
ଏକ ଛୋଟ ଗୋଶାଳା ନିର୍ମାଣ ପାଇଁ ୫୦,୦୦୦ ଟଙ୍କାର ଆନୁମାନିକ ଖର୍ଚ୍ଚ, ଯେଉଁଥିରୁ ୫୦ ଶତାଂଶ ସବସିଡି ରୁ ୨୫,୦୦୦ ଟଙ୍କା ମିଳିବ, ଯାହା ପଶୁମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ।
ଘାସ ଚାଷ (ଗ୍ରାସ୍ କଲ୍ଟିଭେସନ୍) ସବସିଡି: ପଶୁମାନଙ୍କ ପାଇଁ ଘାସ ଚାଷ ପାଇଁ ୪ ଏକର ଜମିରେ ବୀଜ, ସାର ଓ ଯନ୍ତ୍ରପାତି ପାଇଁ ୫୦ ଶତାଂଶ ସବସିଡି ଉପଲବ୍ଧ, ଯାହା ଖର୍ଚ୍ଚକୁ ଅର୍ଧଭାଗରେ କମାଇବ ଏବଂ ଫଡର୍ ଉତ୍ପାଦନକୁ ନିଶ୍ଚିତ କରିବ । ପଶୁଧନ ବୀମା (ଲାଇଭଷ୍ଟକ୍ ଇନ୍ସୁରାନ୍ସ) ସବସିଡି: ପ୍ରତ୍ୟେକ ଗାଈ ପାଇଁ ବୀମା ପ୍ରିମିୟମର 85 ଶତାଂଶ ସବସିଡି, ଯାହାର । ଏହା ରୋଗ, ଦୁର୍ଘଟଣା ବା ମୃତ୍ୟୁରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭରେଜ୍ ପ୍ରଦାନ କରେ, ଯାହା OMFED ଓମ୍ ଫେଡ୍ ସମ୍ବଦ୍ଧ ଚାଷୀମାନଙ୍କ ପାଇଁ ଅତିରିକ୍ତ ୧ ଲକ୍ଷ ଟଙ୍କାର ଦୁର୍ଘଟଣା ସହାୟତା ସହିତ ।ବାଛୁରୀ ଖାଦ୍ୟ (ଫିଡିଂ) ଓ ବଛୁରୀ (କାଲ୍ଫ୍) ପାଇଁ ସବସିଡି: ସବସିଡିଯୁକ୍ତ ବାଛୁରୀ ଖାଦ୍ୟ ୨୫ ରୁ ୩୦ ଶତାଂଶ ରିହାତିରେ ଯୋଗାଇବା ସହିତ, ବଛୁରୀମାନଙ୍କ ପାଇଁ ବିଶେଷ ଫିଡ୍ ଓ ସ୍ୱାସ୍ଥ୍ୟ ଯତ୍ନରେ ୪୦ ଶତାଂଶ ସବସିଡି, ଯାହା ପଶୁଗୋଷ୍ଠୀର ବିକାଶକୁ ତ୍ୱରାନ୍ବିତ କରିବ ।ଏବଂ ଅଳ୍ପ ଋତୁରେ (ଡାଉନ୍ ସିଜନ୍) ଦୁଗ୍ଧ ବିକ୍ରେତାଙ୍କ ପାଇଁ ୫ ଟଙ୍କା ସବସିଡି: ମିଳିବ l
ଏଫ୍ ପି ଓ ବା ଏଫ୍ ପି ସି ତଥା ସ୍ଵୟଂ ସହାୟକ ଗୋଷ୍ଠୀକୁ କୋଡିଏ ଟି ଗାଈ ସହ ଗୁହାଳ ପାଇଁ ତଥା ପରିଚାଳନା ଖର୍ଚ ପାଇଁ ସରକାର ସହାୟତା ପ୍ରଦାନ କରିବେ l
ଅଳ୍ପ ଉତ୍ପାଦନ ସମୟରେ (ଯେମିତି ଗ୍ରୀଷ୍ମକାଳୀନ୍) ଲିଟର ପିଛା ୫ ଟଙ୍କାର ଅତିରିକ୍ତ ଇନ୍ସେନ୍ଟିଭ୍, ଯାହା ଓମଫେଡ୍ ମାଧ୍ୟମରେ ୩୧ ଦଶମିକ ୧୦ କୋଟି ଟଙ୍କାର ସହାୟତା ଭାବରେ ୧ ଲକ୍ଷ ଚାଷୀଙ୍କୁ ପ୍ରଦାନ କରାଯାଇଛି । ଏହା ସହିତ ଓମଫେଡ୍ ଜୁନ୍ ୧, ୨୦୨୫ ରୁ କ୍ଷୀର ସଂଗ୍ରହ ମୂଲ୍ୟରେ ଲିଟର ପିଛା ୩ ଟଙ୍କା ବୃଦ୍ଧି କରିଛି, ଯାହା ୨ ଦଶମିକ ୫ ଲକ୍ଷ ଚାଷୀଙ୍କୁ ଲାଭ ଦେବ । ଏହି ସବସିଡି ଗୁଡ଼ିକ ଦୁଗ୍ଧ ସମବାୟ ସମିତିଗୁଡ଼ିକୁ ମଧ୍ୟ ସୁଦୃଢ଼ କରିବ।ଲାଭ ଓ କ୍ଷତିର ହିସାବମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଚାଷୀମାନଙ୍କୁ କେବଳ ସବସିଡି ଏବଂ ଋଣ ଯୋଗାଇ ଦେଉନାହିଁ, ବରଂ ଦୁଗ୍ଧ ଉତ୍ପାଦନକୁ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିବା ପାଇଁ ଏକ ସୁଯୋଗ ମଧ୍ୟ ପ୍ରଦାନ କରୁଛି। ଉଦାହରଣ ସ୍ୱରୂପ, ୨ଟି ଗାଈ ସହିତ ଏକ ଛୋଟ ଫାର୍ମରେ ଦୈନିକ ୨୦ ରୁ ୩୦ ଲିଟର ଦୁଗ୍ଧ ଉତ୍ପାଦନ ହେଲେ, ଓମଫେଡ୍ ରେ ୩୮ ଟଙ୍କା ପ୍ରତି ଲିଟରରେ ବିକ୍ରିରୁ ମାସିକ ୨୦,୦୦୦ ରୁ ୩୦,୦୦୦ ଟଙ୍କା ଆୟ ହୋଇପାରେ, ଯାହା ଖର୍ଚ୍ଚ (ଫିଡ୍, ଓ ଯତ୍ନ) କଟାଇ ୧୦,୦୦୦ ଟଙ୍କା ରୁ ୧୫,୦୦୦ ଟଙ୍କା ନିଶ୍ଚିତ ଲାଭ ଦେବ। ସବସିଡି ଦ୍ୱାରା ପ୍ରାରମ୍ଭିକ ନିବେଶ ୫୦% କମି ଯିବ , ଯାହା ୧ ରୁ ୨ ବର୍ଷରେ ଫେରି ଆସିବ।ଉଚ୍ଚ କ୍ଷମତାସମ୍ପନ୍ନ ଗାଈ ଏବଂ ଉନ୍ନତ ପଶୁ ପାଳନ ପ୍ରଣାଳୀ ମାଧ୍ୟମରେ ଚାଷୀମାନେ ନିଶ୍ଚିତ ଭାବରେ ଅଧିକ ଲାଭବାନ ହୋଇପାରିବେ।
ତଥାପି, ଯେକୌଣସି ବ୍ୟବସାୟ ପରି, ଏଥିରେ ମଧ୍ୟ କିଛି ଆହ୍ୱାନ ରହିଛି, ଯେପରିକି ପଶୁମାନଙ୍କ ସ୍ୱାସ୍ଥ୍ୟର ଯତ୍ନ (ପ୍ରାଣୀଚିକିତ୍ସକ ସେବା), ଖାଦ୍ୟ ପରିଚାଳନା (ଫଡର୍ ଅଭାବ) ଏବଂ ବଜାର ଦରର ପରିବର୍ତ୍ତନ (ଦୁଗ୍ଧ ମୂଲ୍ୟ ଉତଥାନ ଓ ପତନ )। ସରକାରଙ୍କ ସହାୟତା ସହିତ, ସଠିକ୍ ଯୋଜନା ଏବଂ ପରିଚାଳନା ମାଧ୍ୟମରେ ଚାଷୀମାନେ କ୍ଷତିକୁ କମ୍ କରି ଲାଭ ବଢ଼ାଇ ପାରିବେ। ଉଦାହରଣ ସ୍ୱରୂପ, ବୀମା ଦ୍ୱାରା କ୍ଷତିର ସମ୍ଭାବନା ୮୦ ଶତାଂଶ ହ୍ରାସ ପାଇବ।
କିପରି ଆବେଦନ କରିବେ?
ଏହି ଯୋଜନାର ସବିଶେଷ ତଥ୍ୟ ଏବଂ ଆବେଦନ ପ୍ରକ୍ରିୟା ବିଷୟରେ ଜାଣିବା ପାଇଁ ଆପଣ ନିଜ ନିକଟସ୍ଥ ପ୍ରାଣୀସମ୍ପଦ ବିକାଶ ବିଭାଗ (ଆନିମଲ ହଜ୍ ବାଣ୍ଡ୍ରୀ ଡିପାର୍ଟମେଣ୍ଟ ) କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ।
ଆବେଦନ ଅନଲାଇନ୍ ମଧ୍ୟ କରାଯାଇପାରେ ସରକାରୀ ୱେବସାଇଟ୍ ମାଧ୍ୟମରେ, ଯେଉଁଠାରେ ଆଧାର କାର୍ଡ , ଜମି ଦସ୍ତାବିଜ୍ ଓ ଆୟ ପ୍ରମାଣପତ୍ର ଆବଶ୍ୟକ।
ଯୋଗ୍ୟତା: କ୍ଷୁଦ୍ର ଅଥବା ନାମମାତ୍ର ଚାଷୀ, ରାଜ୍ୟର ବାସିନ୍ଦା।ତେବେ ଏହା ଥିଲା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଉପରେ ଏକ ବିସ୍ତୃତ ସୂଚନା । ଆଶା କରୁଛି ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ ହୋଇଥିବ ।
କୋଷ୍ଟାଲ ନ୍ୟୁଜ ଓଡ଼ିଆ କୁ ଆହୁରି ଅନେକ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଜାଣିବା ପାଇଁ, ଆମ ଚ୍ୟାନେଲକୁ ଲାଇକ , ଶେୟାର ଏବଂ ସବସ୍କ୍ରାଇବ କରିବାକୁ ଭୁଲନ୍ତୁ ନାହିଁ । ପୁଣି ଦେଖାହେବ ଆଉ ଏକ ନୂଆ ଖବର ସହିତ, ନମସ୍କାର ।
ଉପକୁଳ ସମାଚାର
ବନ୍ଦେ ଉତ୍କଳ ଜନନୀ
No comments:
Post a Comment