AFFILIATE MARKETING

https://binomo.com?a=90810425bb57&t=0

Thursday, November 20, 2025

ପୁଣି ତେଜିଲା ଜେନ୍-ଜି ଆନ୍ଦୋଳନଅନେକ ସହରରେ କର୍ଫ୍ୟୁ; ବିକ୍ଷୋଭରେ ଏକାଧିକ ଆହତ

ଅନେକ ସହରରେ କର୍ଫ୍ୟୁ; ବିକ୍ଷୋଭରେ ଏକାଧିକ ଆହତ

କାଠମାଣ୍ଡୁ, ୨୦/୧୧: ନେପାଳରେ ପୁଣି ଜେନ-ଜି ଆନ୍ଦୋଳନ ତେଜିଛି। ଦେଶର କିଛି ସ୍ଥାନରେ କର୍ଫ୍ୟୁ ଜାରି ହୋଇଛି। ସେପ୍ଟେମ୍ବରରେ “ଜେନ-ଜି” ବିଦ୍ରୋହ ତତ୍କାଳୀନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସରକାରକୁ ଭାଙ୍ଗି ଦେଇଥିଲା। ଏହା ପରେ, ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇଥିଲା। କିନ୍ତୁ ବର୍ତ୍ତମାନ, ପୂର୍ବତନ ଶାସକ ଦଳର ସମର୍ଥକ ଏବଂ ଯୁବ ପ୍ରଦର୍ଶନକାରୀଙ୍କ ମଧ୍ୟରେ ପୁଣି ସଂଘର୍ଷ ହୋଇଛି।

ଜେନ ଜି ଗୋଷ୍ଠୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ନେପାଳ କମ୍ୟୁନିଷ୍ଟ ପାର୍ଟି – ୟୁନିଫାଏଡ୍ ମାର୍କ୍ସବାଦୀ ଲେନିନିଷ୍ଟ (ସିପିଏନ-ୟୁଏମଏଲ) ସମର୍ଥକଙ୍କ ମଧ୍ୟରେ ବାରା ଜିଲ୍ଲାରେ ସିଧାସଳଖ ମୁହାଁମୁହିଁ ହେବା ପରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୧୦ ରୁ ଅଧିକ ଆହତ ହୋଇଛନ୍ତି।

ସିମାରା ବିମାନବନ୍ଦର ନିକଟରେ ସଂଘର୍ଷ ବୃଦ୍ଧି ପାଇବାରୁ ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବା ସହ ବିମାନବନ୍ଦର ଏବଂ ଅନ୍ୟାନ୍ୟ ସ୍ଥାନ ନିକଟରେ କର୍ଫ୍ୟୁ ଜାରି କରିଛି। ଜିଲ୍ଲା ପ୍ରଶାସନ ଗୁରୁବାର (ସ୍ଥାନୀୟ ସମୟ) ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଇଛି। କାଠମାଣ୍ଡୁରୁ ବହୁ ଦୂରରେ ଥିବା ମାଡେସ୍ ପ୍ରଦେଶରେ ପ୍ରବଳ ବିରୋଧ ପ୍ରଦର୍ଶନ ଚାଲିଛି। ତେବେ କାଠମାଣ୍ଡୁରେ ଏବେ ପରିସ୍ଥିତି ସ୍ୱାଭାବିକ ରହିଛି।

ନେପାଳର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ଜେନ-ଜି ପ୍ରତିବାଦକାରୀଙ୍କୁ ଶାନ୍ତି ପାଇଁ ନିବେଦନ କରିଛନ୍ତି। ସୁଶୀଳା ୨୦୨୬ ମାର୍ଚ୍ଚ ୫ ରେ ନିର୍ବାଚନ ପୂର୍ବରୁ ରାଜନୈତିକ ଉତ୍ତେଜନା ସୃଷ୍ଟି ନ କରିବାକୁ ଆହ୍ବାନ କରିଛନ୍ତି।

No comments:

COASTAL NEWS

ଜଗନ୍ନାଥ କୀର୍ତ୍ତନ

ଶ୍ରୀ ଜଗନ୍ନାଥ ମହାକୀର୍ତ୍ତନ (Fast Kirtan Version) (Original • Royalty-Free • Chorus–Repeat Focused) ॥ ଆହ୍ୱାନ (Opening Shout) ॥ हरि ...