AFFILIATE MARKETING

https://binomo.com?a=90810425bb57&t=0

Thursday, November 6, 2025

ନାଲକୋର କ୍ୱାଲିଟି ସର୍କଲ୍ ‘ତେଜସ’ ର ବିଶ୍ୱସ୍ତରୀୟ ସଫଳତା

ନାଲକୋର କ୍ୱାଲିଟି ସର୍କଲ୍ ‘ତେଜସ’ ର ବିଶ୍ୱସ୍ତରୀୟ ସଫଳତା

ତାଇପେଇରେ ଆୟୋଜିତ ଆଇସିକ୍ୟୁସିସି ୨୦୨୫ ରେ ସ୍ୱର୍ଣ୍ଣ ପଦକ ହାସଲ

ଭୁବନେଶ୍ଵର, ୦୬/୧୧: ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଲୋକ ଉଦ୍ୟୋଗ ନ୍ୟାସନାଲ ଆଲ୍ୟୁମିନିୟମ କମ୍ପାନୀ ଲିମିଟେଡ଼(ନାଲକୋ) ବିଶ୍ୱ ସ୍ତରରେ ଦେଶ ପାଇଁ ଗୌରବ ଆଣିଛି। ନାଲକୋର କ୍ୟାପଟିଭ୍ ପାୱାର ପ୍ଲାଣ୍ଟ, ଅନୁଗୋଳର କ୍ୱାଲିଟି ସର୍କଲ୍ ଟିମ୍ ‘ତେଜସ୍’, ତାଇୱାନର, ତାଇପେଇ ଠାରେ ନଭେମ୍ବର ୩ ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ୫୦ତମ ଆନ୍ତର୍ଜାତୀୟ କ୍ୱାଲିଟି କଣ୍ଟ୍ରୋଲ୍ ସର୍କଲ୍ସ (ଆଇସିକ୍ୟୁସିସି) ୨୦୨୫ ରେ ସ୍ୱର୍ଣ୍ଣ ପଦକ ହାସଲ କରିଛି।

କ୍ୱାଲିଟି ସର୍କଲ୍ ଦଳ “ବଏଲର ସିଲିଂ ସିଷ୍ଟମରେ ଉନ୍ନତି” ଶୀର୍ଷକ ପ୍ରକଳ୍ପ ଉପସ୍ଥାପନ କରିଥିଲେ, ଯାହା କମ୍ପାନୀ ପାଇଁ ବାର୍ଷିକ ଖର୍ଚ୍ଚ ହ୍ରାସ ସହ ନବସୃଜନ-ଚାଳିତ ଦକ୍ଷତା ଏବଂ ଦୀର୍ଘସ୍ଥାୟୀ କାର୍ଯ୍ୟ ପରିଚାଳନା ଉପରେ ପର୍ଯ୍ୟବେସିତ ।

‘ତେଜସ୍’ ଦଳକୁ ଅଭିନନ୍ଦନ ଜଣାଇ, ନାଲକୋ ସିଏମଡି ଶ୍ରୀ ବ୍ରିଜେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, ଏହି ସଫଳତା ସମଗ୍ର ନାଲକୋ ପରିବାର ପାଇଁ ଏକ ଗର୍ବର ମୁହୂର୍ତ୍ତ, ଯାହା କର୍ମଚାରୀଙ୍କ ଉତ୍କର୍ଷତା, ସୃଜନଶୀଳତା ଏବଂ ନିରନ୍ତର ଉନ୍ନତି ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି। କର୍ମଚାରୀଙ୍କ ନବସୃଜନତା ଏବଂ କାର୍ଯ୍ୟରେ ଦଳଗତ ପ୍ରଚେଷ୍ଟା ନାଲକୋ କୁ ବିଶ୍ୱ ସ୍ତରରେ ସଫଳତା ଆଣିଦେଇଛି ବୋଲି ମଧ୍ୟ ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆଇସିକ୍ୟୁସିସି, ବିଶ୍ୱ ସ୍ତରରେ ଗୁଣବତ୍ତା ଏବଂ ନବସୃଜନତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଅଗ୍ରଣୀ ପ୍ଲାଟଫର୍ମ ଭାବେ ଜଣାଶୁଣା। ବିଶ୍ୱର ବିଭିନ୍ନ ସଂଗଠନଗୁଡ଼ିକ ମଧ୍ୟରେ ସର୍ବୋତ୍ତମ ଅଭ୍ୟାସ ଆଦାନପ୍ରଦାନ ଏବଂ ଅଗ୍ରଣୀ ପ୍ରକଳ୍ପଗୁଡ଼ିକୁ ପ୍ରଦର୍ଶନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ଏହି ପ୍ରମୁଖ ଫୋରମରେ ସାରା ବିଶ୍ୱରୁ ୧୫୦୦ରୁ ଅଧିକ ଦଳ ଅଂଶଗ୍ରହଣ କରୁଛନ୍ତି। ଏହି ବିଶ୍ୱସ୍ତରୀୟ ସ୍ୱୀକୃତି ନାଲକୋ ର ସମସ୍ତ କାର୍ଯ୍ୟରେ ଗୁଣବତ୍ତା, ଦଳଗତ କାର୍ଯ୍ୟ ଏବଂ ନବସୃଜନର ସଂସ୍କୃତିକୁ ପ୍ରୋତ୍ସାହିତ କରିବ।

No comments:

COASTAL NEWS

ସମ୍ବଲପୁରୀ

🎤 (DJ Intro) (Voice + FX) This is Coastal Music Creation… Feel the Beat! Let’s Go! ଡିଜେ ବିଟ୍ ଚାଲିଲା… ସମ୍ବଲପୁର ମାଟି କମ୍ପିଲା… ରଙ୍...