AFFILIATE MARKETING

https://binomo.com?a=90810425bb57&t=0

Saturday, November 1, 2025

କୋମନାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ନିର୍ବାଚନୀ ପ୍ରଚାର

ଘରକୁ ଘର ବୁଲି ଭୋଟ ଭିକ୍ଷା

ନୂଆପଡ଼ା/ଭୁବନେଶ୍ୱର, ୦୧/୧୧: ନୂଆପଡ଼ା ବିଧାନସଭା ଉପନିର୍ବାଚନ ରେ ଆଜି ଓଡ଼ିଶା ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କୋମନା ବ୍ଲକରେ ନିର୍ବାଚନୀ ପ୍ରଚାର କରିଥିଲେ । ପ୍ରଥମେ ନୂଆପଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳର ୱାର୍ଡ଼ ନମ୍ବର-୮ ସଲେଭଟା ଅଞ୍ଚଳରେ ଘର ଘର ବୁଲି ନିର୍ବାଚନ ପ୍ରଚାର କରିଥିଲେ । ନରେନ୍ଦ୍ର ମୋଦୀ ଓ ମୋହନ ମାଝୀଙ୍କ ହାତକୁ ମଜଭୁତ କରିବା ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ ।

ପରେ ନୂଆପଡ଼ାର ଆମୋଦି ଠାରେ ଆୟୋଜିତ ପ୍ରବାସୀ ଓଡ଼ିଆ ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସଭାରେ ମନ୍ତ୍ରୀ ଡ.ମହାଲିଙ୍ଗ ନିଜ ବକ୍ତବ୍ୟରେ ରାଜ୍ୟରେ କୃଷକ ଭାଇଭଉଣୀ ମାନଙ୍କୁ ସଶକ୍ତ ଏବଂ ସମୃଦ୍ଧ କରିବା ପାଇଁ ଧାନର ସର୍ବନିମ୍ନ ସହାୟତା ମୂଲ୍ୟରେ ବୃଦ୍ଧି, ମା’ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସୁଭଦ୍ରା ଯୋଜନା, ଉନ୍ନତ ଏବଂ ନିଃଶୁଳ୍କ ଚିକିତ୍ସା ସେବା ପାଇଁ ଆୟୁଷ୍ମାନ ଏବଂ ବୟୋବନ୍ଦନା ଯୋଜନା, ନିରାଶ୍ରୟ ଲୋକ ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନା ଆଦି ଅନେକ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ସପକ୍ଷରେ ନିଜର ସମର୍ଥନ ଜଣାଇ ଡବଲ ଇଞ୍ଜିନ ସରକାରର ଡବଲ ଦ୍ରୁତ ବିକାଶ ଧାରାରେ ନୂଆପଡା ସାମିଲ ହେବା ପାଇଁ ଆହ୍ଵାନ ଦେଇଥିଲେ ।

ଏହି ଅବସରରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଛତିଶଗଡ ମହାସମୁନ୍ଦ ସଂସଦୀୟ କ୍ଷେତ୍ରର ସାଂସଦ ଶ୍ରୀମତୀ ରୂପକୁମାରୀ ଚୌଧୁରୀ, ବିଧାୟକ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୂର୍ବତନ ବିଧାୟିକା କୁସୁମ ଟେଟେ ଏବଂ ଯୁବ ନେତା ଅଭିନନ୍ଦନ ପଣ୍ଡାଙ୍କ ସମେତ ଦଳର ଅନ୍ୟ ନେତୃବୃନ୍ଦ ଯୋଗଦେଇଥିଲେ ।

No comments:

COASTAL NEWS

ଶ୍ରୀମଦ୍ଭାଗବତପ୍ରଥମ ସ୍କନ୍ଧ — ଚତୁର୍ଥ ଅଧ୍ୟାୟ

🕉️ ଶ୍ରୀମଦ୍ଭାଗବତ ପ୍ରଥମ ସ୍କନ୍ଧ — ଚତୁର୍ଥ ଅଧ୍ୟାୟ ଏମନ୍ତେ ଭାଗବତବାଣୀ । ସୂତମୁନିଙ୍କ ମୁଖୁ ଶୁଣି ॥ ୧ ମୁନିଙ୍କ ମଧ୍ୟେ କର୍ମଶୁଦ୍ଧ । ଶୌନକ ନାମେ କୁ...