AFFILIATE MARKETING

https://binomo.com?a=90810425bb57&t=0

Tuesday, November 11, 2025

ଶୀତ ଲହରି

ଓଡ଼ିଶା କୁ ଆସୁଛି ଶୀତର ଲହରି — ଖସୁଛି ପାରଦ କମୁଛି ତାପମାନ , ଜାଣନ୍ତୁ କେଉଁଠି ସର୍ବାଧିକ ଥଣ୍ଡା” ❄️

ଉପସ୍ତାପକ ଶେଖର ଦାସ 
---


ନମସ୍କାର ଦର୍ଶକବନ୍ଧୁ, ଆପଣମାନେ ଦେଖୁଛନ୍ତି କୋଷ୍ଟାଲ ନ୍ୟୁଜ ଓଡ଼ିଆ — ଓଡ଼ିଶାର ଆପଣଙ୍କ ନିଜ ଭାଷାର ସତ୍ୟ ଖବର ଚ୍ୟାନେଲ।
ଦୟାକରି ଏହି ଭିଡିଓଟିକୁ ଲାଇକ୍, ଶେୟାର ଏବଂ ଆମ ଚ୍ୟାନେଲ କୋଷ୍ଟାଲ ନ୍ୟୁଜ ଓଡ଼ିଆ  କୁ ସବସ୍କ୍ରାଇବ କରନ୍ତୁ। 🔔


---

🌡️ ସମ୍ପ୍ରତି ଖବର:
ଓଡ଼ିଶା ଏବେ ଶୀତରେ କମ୍ପୁଛି!
ରାଜ୍ୟର ଅନେକ ସ୍ଥାନରେ ତାପମାନ 10 ଡିଗ୍ରି ସେଲସିଅସ୍‌ ତଳେ ରହିଛି । ଏହି ଋତୁରେ ପ୍ରଥମେ ତାପମାନ ଏକ ଅଙ୍କରେ ରେକର୍ଡ ହୋଇଛି।

📍 ଗୁମୁସର ଉଦୟଗିରିରେ ଆଜି ରେକର୍ଡ ହୋଇଛି ମାତ୍ର 8 ଦଶମିକ 4 ଡିଗ୍ରୀ ସେଲସିୟସ , ଯେଉଁଠି ଦାରିଙ୍ଗବାଡ଼ି ରେ ରେକର୍ଡ ହୋଇଛି 10 ଡିଗ୍ରୀ ସେଲସିୟସ ।
ଭୁବନେଶ୍ୱରରେ ମଧ୍ୟ ତାପମାନ ରେ ଗୋଟେ ନୂଆ ରେକର୍ଡ ସୃଷ୍ଟି କରିଛି — 14 ଦଶମିକ 8 ଡିଗ୍ରୀ ସେଲସିୟସ ହେଉଛି ଏହି ବର୍ଷର ସବୁଠୁ କମ୍ ତାପମାନ।


---

🌬️ ଆଇଏମଡିର ଚେତାବନୀ:
ଭାରତ ଆବହା ଅଧିକାରୀ (ଆଇ ଏମ୍ ଡି ) କହିଛନ୍ତି ଯେ ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ଓ ଶୀତଳ ବାୟୁ ଫଳରେ ଓଡ଼ିଶାରେ ତାପମାନ ଆଗାମୀ କିଛି ଦିନ ଆହୁରି କମିବା ଆଶା।

ଆଇ ଏମ୍ ଡି  ର ଭୁବନେଶ୍ୱର କେନ୍ଦ୍ର ନିର୍ଦ୍ଦେଶକା ମନୋରମା ମହାନ୍ତି କହିଛନ୍ତି,

> “ଅନ୍ତର୍ଜିଲ୍ଲା ଓଡ଼ିଶାର କିଛି ସ୍ଥାନରେ ରାତିର ତାପମାନ ସାଧାରଣରୁ 5 ରୁ 6 ଡିଗ୍ରି କମିଛି। ଏହା ଆଗାମୀ 24 ଘଣ୍ଟା ଭିତରେ ଶୀତଲହରିର ଆକାର ନେଇପାରେ।”




---

🧤 ଏହି ଜିଲ୍ଲାଗୁଡିକ ରେ ସତର୍କତା ଜାରି:
ଆଇ ଏମ୍ ଡି  ଜଣାଇଛି ଯେ କଟକ, ଅନୁଗୁଳ, ଝାରସୁଗୁଡ଼ା, କନ୍ଧମାଳ, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ଆଗାମୀ ଦିନଗୁଡିକରେ ଶୀତଲହରି ଅବସ୍ଥା ବେସି ଦେଖାଦେଇପାରେ।


---

🔥 ସତର୍କତା ଓ ପରାମର୍ଶ:

ରାତିରେ ବାହାରେ ଯାଉଥିଲେ ଗରମ ପୋଶାକ ପିନ୍ଧନ୍ତୁ ।

ଶିଶୁ ଓ ବୃଦ୍ଧଙ୍କୁ ବିଶେଷ ଭାବେ ସୁରକ୍ଷିତ ରଖନ୍ତୁ।

ହଠାତ୍ ତାପମାନ ପରିବର୍ତ୍ତନରୁ ସର୍ଦି, କାଶ ଓ ଶ୍ୱାସକଷ୍ଟ ହେବାର ସମ୍ଭାବନା ରହିବ , ସେଥିପାଇଁ ସାବଧାନ ରହନ୍ତୁ।



---

🌤️  ଦର୍ଶକବନ୍ଧୁ, ଓଡ଼ିଶାରେ ଆସିଗଲା ଶୀତ ଲହରି — ଏବେ ସମୟ ଗରମ ଚା ଓ ଗରମ ଶାଲ୍‌ର ! ☕🧣
ଆପଣଙ୍କ ଅଞ୍ଚଳର ତାପମାନ କେତେ ରହିଛି ତାହା ଆମକୁ କମେଣ୍ଟ୍‌ ରେ ଜଣାନ୍ତୁ।

ଏଭଳି ଓଡ଼ିଆ ଭାଷାର ସତ୍ୟ ଓ ଅପଡେଟ୍ ନ୍ୟୁଜ୍‌ ପାଇଁ ଆମ କୋଷ୍ଟାଲ ନ୍ୟୁଜ ଓଡ଼ିଆ ଚ୍ୟାନେଲକୁ
ଲାଇକ୍ କରନ୍ତୁ, ଶେୟାର କରନ୍ତୁ ଓ ସବସ୍କ୍ରାଇବ କରନ୍ତୁ। 🔔

ଧନ୍ୟବାଦ ଓ ଶୀତରେ ସତର୍କ ରହନ୍ତୁ। 🙏❄️

ଉପକୁଳ ସମାଚାର 
ବନ୍ଦେ ଉତ୍କଳ ଜନନୀ 

No comments:

COASTAL NEWS

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି।

ଦେଶରେ ତୃତୀୟ ପର୍ଯ୍ୟାୟ ଭୋଟର ତାଲିକା ସଂଶୋଧନ ନେଇ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ(ଇସିଆଇ)। ଏଥରେ ଓଡ଼ିଶା ପାଳି। ତୃତୀୟ ପର୍ଯ୍ୟାୟରେ ୧୬ ରାଜ୍ୟ ଓ ୩ କେନ୍ଦ୍ର ...